ଟାଙ୍ଗୀ- ଚୌଦ୍ଵାର ବ୍ଲକ୍ ରେ ଅଭିସ୍ପା ସ୍ୱାଇଁ ମାଟ୍ରିକ ଟପର

ଟାଙ୍ଗୀ-ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଚଳିତବର୍ଷ ମାଟ୍ରିକ ପରୀକ୍ଷା ର ଫଳ ପ୍ରକାଶ ପାଇବା ପରେ ଟାଙ୍ଗିଚୌଦ୍ୱାର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତରେ ଥିବା ସିଦ୍ଧଗିରି ନୋଡାଲ ବିଦ୍ୟାପୀଠ ଚର୍ଚ୍ଚା କୁ ଆସୁଛି ।କାରଣ ଏହି ବିଦ୍ୟାଳୟର ଛାତ୍ରୀ ଅଭିସ୍ପା ସ୍ୱାଇଁ ୫୫୨ ନମ୍ବର ରଖି ବ୍ଲକ ରେ ଟପର ହୋଇଛନ୍ତି । ଅଭିସ୍ପା ଚଳିତ ବର୍ଷ ସମଗ୍ର ବ୍ଲକ ରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟ ର ଟେକ ରଖିଛନ୍ତି ।ସେ ହେଉଛନ୍ତି ପ୍ରସନ୍ନ ସ୍ୱାଇଁ ଓ ମୋନାଲିଶା ସାମଲଙ୍କ ଝିଅ ।ପ୍ରସନ୍ନ ଶିକ୍ଷକତା କରୁଥିବା ବେଳେ ମା ମୋନାଲିଶା ଗୃହିଣୀ ଅଟନ୍ତି । ଅଭିସ୍ପା ଓଡ଼ିଆରେ ୮୩,ଇଂରାଜୀରେ ୯୦,ହିନ୍ଦୀ ରେ ୯୭,ଗଣିତରେ ୯୯, ବିଜ୍ଞାନରେ ୯୮ଓ ସାମାଜିକ ରେ ୮୫ ଏହିପରି ମୋଟ ୫୫୨ନମ୍ବର ରଖିଛନ୍ତି ।ତୁଳସୀ ଦୁଇ ପତ୍ରରୁ ବାସେ ଭଳି ସେ ଛୋଟବେଳୁ ଅତ୍ୟନ୍ତ ମେଧାବୀ ଛାତ୍ରୀ ଭାବେ ଆଗକୁ ବଢ଼ିବାରେ ଲାଗିଥିଲେ । ସେ ତୃତୀୟ, ପଞ୍ଚମ, ସପ୍ତମ ଶ୍ରେଣୀରେ ମେଧା ବୃତ୍ତି ହାସଲ କରିଥିଲେ । ସେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଟାଙ୍ଗୀ ସ୍ଥିତ ନିଗମାନନ୍ଦ ବିଦ୍ୟାନିକେତନରେ ଶିକ୍ଷା ଲାଭ କରିଥିଲେ ।ତାଙ୍କ କୃତିତ୍ୱ ପାଇଁ ଅଭିପ୍ଶା ତାଙ୍କ ବାପା ମାଆ, ବିଦ୍ୟାଳୟ ଶିକ୍ଷକ/ଶିକ୍ଷୟିତ୍ରି ଶ୍ରେୟ ଦେଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ କ୍ଷେତ୍ରରୁ ଅଭିନନ୍ଦନ ର ବାର୍ତ୍ତା ଛୁଟିଛି । ଟାଙ୍ଗୀ ବିଦ୍ୟାପୀଠ ପୁରାତନ ଛାତ୍ର ସଙ୍ଘ ପକ୍ଷରୁ ଅଭିସ୍ପା ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ