ଟାଟାକର୍ତ୍ତୃପକ୍ଷ, ଜିଲ୍ଲାପ୍ରଶାସନ , ପୁଲିସ ପ୍ରସାଶନ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ତ୍ରିପାକ୍ଷୀକ ବୈଠକ

ଛତ୍ରପୁର, ( ଯୁଗାବ୍ଦ ନ୍ୟୁଜ୍) : ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ଦେଖାଦେଇଛି । କମ୍ପାନୀରେ ସ୍ଥାୟୀ ନିଯୁକ୍ତି କରିବା ପାଇଁ ଜମି ହରାଇଥିବା ବିସ୍ଥାପିତମାନେ କମ୍ପାନୀରେ କାମ ବନ୍ଦ କରି ଗୁରୁବାର ଦିନ ଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କମ୍ପାନୀ ପକ୍ଷରୁ ସେମାନଙ୍କୁ ଦାର୍ଘ ଦିନହେଲା ସ୍ଥାୟୀ ନିଯୁକ୍ତି ବିଷୟକୁ କୌଣସି କର୍ଣ୍ଣପାତ କରୁନାହନ୍ତି । ଫଳରେ ଗୁରୁବାର ରାତିରୁ ଶ୍ରମିକମାନେ ଟାଟା ପ୍ରକଳ୍ପରେ କାମ ବନ୍ଦ କରିବା ସହ କମ୍ପାନୀରେ ବିଭିନ୍ନ ସାମଗ୍ରୀ ମଧ୍ୟ ଭଙ୍ଗାରୁଜା କରିଥିବା ଜଣାପଡିଛି । ଏନେଇ କମ୍ପାନୀ ପକ୍ଷରୁ ଚମାଖଣ୍ଡି ଥାନାରେ ଅଭିଯୋଗ ହୋଇଛି । ଚମାଖଣ୍ଡି ଥାନା ପକ୍ଷରୁ ୭୩/୨୦୧୯ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଛି । ଏନେଇ ଶୁକ୍ରବାର ଦିନ ଏସ୍ଡିପିଓ ଉକ୍ରଳ କେଶରୀ ଦାଶଙ୍କ ନେତୃତ୍ୱରେ ତହସିଲଦାର ନୀଳମାଧବ ଭୋଇ, ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ, ଚମାଖଣ୍ଡି ଥାନା ଅଧିକାରୀ ସହଦେବ ମହାପାତ୍ର ଏବଂ କମ୍ପାନୀ କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା ମଧ୍ୟ କିଛି ସୁଫଳ ହୋଇନଥିଲ।। ଆଜି ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଟାଟା କଂପାନୀ, ଆନ୍ଦୋଳନାକରୀ ଏବଂ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ମଧ୍ୟରେ ଏକ ତ୍ରିପାକ୍ଷୀକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ଆଲୋଚନା ବୈଠକରେ ଆନ୍ଦୋଳନକାରୀ ମାନେ କହିଥିଲେ ଯେ ଟାଟା କମ୍ପାନୀ ପାଇଁ ଜମି ହରାଇଥିବା ବିସ୍ଥାପିତମାନଙ୍କୁ ସ୍ଥାୟୀ ନିଯୁକ୍ତି ପରିବର୍ତ୍ତେ ଏକ ଠିକା କମ୍ପାନୀ ଦ୍ୱାରା ନିୟୋଜିତ କରାଯାଇଛି । ଏହି ବିଷୟକୁ ବହୁବାର କମ୍ପାନୀ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସେମାନଙ୍କୁ ଟାଟା କମ୍ପାନୀରେ ସ୍ଥାୟୀ ନିଯୁକ୍ତି କରିବା ପାଇଁ ବାରମ୍ବାର ଦାବି କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କ ବିଷୟକୁ କର୍ଣ୍ଣପାତ କରୁନଥିବାରୁ ବାଧ୍ୟ ହୋଇ ଶ୍ରମିକମାନେ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହାସହ ସେମାନଙ୍କ ବିଭିନ୍ନ ସମସ୍ୟା ଏବଂ ଦାବୀ ଉପରେ ଉପଜିଲ୍ଲାପଳ ଶ୍ରୀ ପୃଷ୍ଟିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଆଲୋଚନା ବୈଠକ ଦୀର୍ଘ ୩ଘଣ୍ଟା ଧରି ଚାଲିଥିଲ।। ଏହି ବୈଠକରେ ଛତ୍ରପୁର ଏସଡିପିଓ ଉକ୍ରଳ କେଶରୀ ଦାସ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଚମାଖଣ୍ଡି ଥାନା ଅଧିକାରୀ ସହଦେବ ମହାପାତ୍ର, ଟାଟା କଂପାନୀ ର କିଛି ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଜିଲ୍ଲାପ୍ରଶାନ ପକ୍ଷରୁ କୁହାଯାଇଥିଲ।। ଯେ ବର୍ତ୍ତମାନ ଯେଉଁ ଶ୍ରମିକ ମାନେ ଯେଉଁ କାର୍ଯ୍ୟରେ ନିୟୋଜିତ ରହି କାର୍ଯ୍ୟକରୁଥିଲେ ସେମାନେ ସେହି କାର୍ଯ୍ୟ କରନ୍ତୁ । ଏକ ମାସ ପରେ ଏକ ଉଚ୍ଚସ୍ତରୀୟ ତ୍ରିପାକ୍ଷୀକ ବୈଠକ ପୁଣି ଅନୁଷ୍ଠିତ ହେବ । କଂପାନୀର ଯେଉଁ ସାମଗ୍ରୀ ଭଙ୍ଗାରୁଜା ହୋଇ ନଷ୍ଟ ହୋଇ ଏହାକୁ ଆକଳନ କରିବା ନିମନ୍ତେ ଟାଟାର ଏକ୍ସପାର୍ଟ ଟିମ୍ ଆସି ଆକଳନ କରିବ ବୋଲି ଆନ୍ଦୋଳନକାରୀ ମାନଙ୍କୁ କହିଥିଲେ । ଏହି ବୈଠକରେ ଆନ୍ଦୋଳନ କାରୀ ମାନଙ୍କ ପକ୍ଷରୁ ଅଂଶ ଗ୍ରହଣ କରିଥିବା ଶ୍ରମିକ ମାନେ କହିଥିଲେ ଆମେ ଆମର ଆଉ ରହିଥିବା ଶ୍ରମିକ ମାନଙ୍କୁ ସହ ଆଲୋଚନା କରି ଜଣାଇବୁ । ପରେ ସେମାନେ ଆନ୍ଦୋଳନ ସ୍ଥଳକୁ ଚାଲିଯାଇଥିଲ।। ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନର ଏକ ପ୍ରତିନିଧୀ ସେମାନଙ୍କୁ ପୁଣି ବୁଝାସୁଝା କରିବା ନିମନ୍ତେ ଶ୍ରମିକ ମାନଙ୍କ ନିକଟରେ ପହଞ୍ଚି ଆଲୋଚନା କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ