ଟାଟାଷ୍ଟିଲ ପକ୍ଷରୁ ଯୋଡ଼ା ବାସିନ୍ଦାଙ୍କ ଉଦେ୍ଦଶ୍ୟରେ ସୁନା ନଦୀ ସେତୁ ଉତ୍ସର୍ଗୀକୃତ
ଯୋଡା, (ସମୀର କୁମାର ଦାସ) :-କେନ୍ଦୁଝର ଜିଲ୍ଲାର ଯୋଡ଼ା ନିକଟସ୍ଥ କେଥ ହଟିଂ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଗ୍ରାମରେ ରହୁଥିବା ବାସିନ୍ଦାମାନଙ୍କୁ ଉନ୍ନତମାନର ଯାତାୟତ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ଟାଟାଷ୍ଟିଲ ପକ୍ଷରୁ ଶନିବାର ଦିନ ବିଛାକୁଣ୍ଡି ଓ କେଥ ହଟିଂକୁ ଯୋଡ଼ୁଥିବା ସୁନା ନଦୀ ସେତୁକୁ ସ୍ଥାନୀୟ ଲୋକଙ୍କ ଉଦେ୍ଦଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି । ଏହି ଅବସରରେ ଚମ୍ପୁଆର ମାନ୍ୟବର ବିଧାୟିକା ଶ୍ରୀମତି ମୀନାକ୍ଷୀ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟାଟାଷ୍ଟିଲ ଓ ଏମ୍କୁ୍ୟ ବିଭାଗ ମହା ପ୍ରବନ୍ଧକ ଶ୍ରୀ ଅତୁଲ କୁମାର ଭଟ୍ଟନାଗର, ଟାଟାଷ୍ଟିଲ ଯୋଡ଼ା ଚିଫ୍ ଶ୍ରୀ ସରୋଜ କୁମାର ବାନାର୍ଜୀ ଏବଂ ଟାଟାଷ୍ଟିଲ ଚିଫ୍ ଶ୍ରୀ ରାଜେଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଭୂଇଁଆରୋଇଡ଼ାର ସରପଞ୍ଚ ତୁଳସୀ ବୋବଙ୍ଗା, ଲୋଇଡ଼ାପଡ଼ା ସରପଞ୍ଚ ବିଳାସିନୀ ଓରାମ, ଜଳହରି ସରପଞ୍ଚ ନରେନ୍ଦ୍ର ମୁଣ୍ଡା, ଜୁରୁଡ଼ି ସରପଞ୍ଚ ସୁଭକାନ୍ତି ସୟ, ଜଜାଙ୍ଗ ସରପଞ୍ଚ ପ୍ରିୟଙ୍କା ମାଝୀ, ପଲସା ସରପଞ୍ଚ ଅରୁଣ ମୁଣ୍ଡା, ଜଳହରି ସମିତି ସଭ୍ୟା ଲକ୍ଷ୍ମୀ ଚମ୍ପିଆ, ଜୁରୁଡ଼ି ସମିତି ସଭ୍ୟା ରଜନୀ ପେଣ୍ଠେଇ, ପଲସା ସମିତିସଭ୍ୟ ମହେନ୍ଦ୍ର ମାଝୀ, ଭୂଇଁଆରୋଇଡ଼ାର ପୂର୍ବତନ ସରପଞ୍ଚ ମନବୋଧ ଓରାମ ଏବଂ , ଭୂଇଁଆରୋଇଡ଼ାର ପୂର୍ବତନ ସରପଞ୍ଚ ଜତିସ ଚନ୍ଦ୍ର ନାୟକଙ୍କ ସହିତ ଟାଟାଷ୍ଟିଲର ବରିଷ୍ଠ ଅଧିକାରୀ ଏବଂ ଟାଟାଷ୍ଟିଲ ଫାଉଣ୍ଡେସନ୍ର ଅଧିକାରୀମାନେ ଉପସ୍ଥିତ ଥିଲେ । ହାଲୁକା ମୋଟର ଯାନ ଯାତାୟତ ଭଳିସୁବିଧା ଥିବାଏହି ୯୧ ଫୁଟ୍ଲମ୍ବା ଓ ୧୨ ଫୁଟ୍ ଓସାରର ସେତୁକୁ ୪ମାସର ରେକର୍ଡ଼ ସମୟ ମଧ୍ୟରେ ନିର୍ମାଣ କରାଯାଇଛି । ସେତୁର ନିରାପତ୍ତା ମାନକରେ ଉନ୍ନତି ଆଣିବା ପାଇଁ ଆରସିସି (ସୁଦସ୍ତଙ୍ଘ ସିମେଣ୍ଟ କଂକ୍ରିଟ୍) ପିଲାର ଭଳି ବୈଷୟିକ କୌଶଳର ପ୍ରୟୋଗ କରାଯାଇଛି । ଏହା ବ୍ୟତୀତ ଦୀର୍ଘ ସ୍ଥାୟିତ୍ୱର ପ୍ରସାର ପାଇଁ କମ୍ପାନୀର ସିଏସ୍ଆର ସଂସ୍ଥା ଟାଟାଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ସେତୁ ନିକଟରେ ଦୁଇଟି ସୌରଚାଳିତ ଷ୍ଟ୍ରିଟ୍ଲାଇଟ୍ ସ୍ଥାପନ କରାଯାଇଛି, ଯାହା ଗ୍ରାମବାସୀମାନଙ୍କୁ ରାତି ସମୟରେ ସୁରକ୍ଷିତ ଭାବେ ଯାତାୟତ କରିବାରେ ସହାୟକ ହେବ । କେନ୍ଦୁଝର ଓ ସୁନ୍ଦରଗୁଡ଼ ଜିଲ୍ଲାକୁ ଯୋଡୁଥିବା ଏହିସେତୁ ଦ୍ୱାରା ଭୂଇଆଁରୋଇଡ଼ା, ମାଲଦା, ଲୋଇଡ଼ାପଡ଼ା, ଜଳହରି, ଜୁରୁଡ଼ି ଏବଂ ଗୁଆଳିି ପଞ୍ଚାୟତ ସହିତ ଯୋଡ଼ା ପୌରପାଳିକାରେ ରହୁଥିବା ୧୦ ହଜାରରୁ ଊଦ୍ଧ୍ୱର୍ ଲୋକ ଉପକୃତ ହୋଇପାରିବେ ।ଟାଟାଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଯୋଡ଼ା କାର୍ଯ୍ୟକ୍ଷେତ୍ର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କ ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି ବିକାଶ, ଜୀବିକା, ଦକ୍ଷତା ବିକାଶ ଏବଂ ମହିଳା ସଶକ୍ତିକରଣ ଭଳି କ୍ଷେତ୍ରରେ ବିଭିନ୍ନ ଉନ୍ନୟନ ମୂଳକ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ସମାଜର ସାମଗ୍ରିକ ବିକାଶ ପାଇଁ ଭିତ୍ତିଭୂମିର ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି । କମ୍ପାନୀ ପକ୍ଷରୁଏହି ଅଞ୍ଚଳରେ ଗୋଷ୍ଠୀ କେନ୍ଦ୍ରର ନିର୍ମାଣ, ଗଭୀର ନଳକୂପ, ବିଦ୍ୟାଳୟ ପାଇଁ ଭିତ୍ତିଭୂମି ନିର୍ମାଣ ଭଳି ବିଭିନ୍ନ ଭିତ୍ତିଭୂମି ବିକାଶ ପଦକ୍ଷେପ ଗ୍ରହଣ କରାଯାଇଛି ।


