ଟାଟା ନୀଳାଞ୍ଚଳ ଇସ୍ପାତ ସଂସପ୍ରସାରଣ ଜନଶୁଣାଣୀକୁ ସମ୍ପୂର୍ଣ ସମର୍ଥନ
ଦାନଗଦୀ,(ସ୍ୱରାଜ କୁମାର ଜେନା):ସୁକିନ୍ଦା ତହସିଲ ଅନ୍ତର୍ଗତ କଳିଙ୍ଗନଗର ବାରଗାଡିଆ ସାରଙ୍ଗପୁର ନଡ଼ିଆ ଭଙ୍ଗା ଡ଼ୁବୁରୀ ପଞ୍ଚାୟତ ନୀଳାଞ୍ଚଳ କାରଖାନା ନୂତନ ସମ୍ପ୍ରସାରଣ ନିମନ୍ତେ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ସୁଚନ ଅନୁଯାଇ ନୀଳାଞ୍ଚଳ କାରଖାନା ନୂତନ ସମ୍ପ୍ରସାରଣ ସ୍ଥାପନା କରାଯିବା ପାଇଁ ବାର୍ଷିକ ୦.୯,୮୧,ଏମଟିପିଏରୁ ୯.୫ ଏମଟିପିଏକୁ ବୃଦ୍ଧି ପାଇଁ ଅନୁବନ୍ଧିତ ହୋଇଛି । ନିଳାଚଳ ଇସ୍ପାତ ନିଗମ ଲିମିଟେଡ ପରିବେଶ ମଂଜୁରୀ ପାଇଁ ଆଜି ରାଜ୍ୟ ସରକାରଙ୍କ ପ୍ରଦୂଷଣ ବୋର୍ଡ ପକ୍ଷରୁ ଏକ ଜନଶୁଣାଣୀର ବ୍ୟବସ୍ଥା କରାଯାଇଥିଲା । ଏହି ଜନଶୁଣାଣୀ ରେ କଳିଂଗନଗର ଏଡିଏମ ସପନ କୁମାର ନନ୍ଦ ସ୍ପେସିଆଲ ଏଲ ଓ ନମ୍ରତା ମୋଦୀ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କଳିଙ୍ଗନଗର ଶାଖା ର ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି ।ଏହି ଜନ ଶୁଣାଣୀରେ ସୁକିନ୍ଦା ତହସିଲ ର ସ୍ଥାନୀୟ ଜନ ସାଧାରଣ, ଜନ ପ୍ରତିନିଧୀ ଓ କାରଖାନା କତୃପକ୍ଷ ସମ୍ପୁର୍ଣ୍ଣ ସମର୍ଥନ ଦେବା ସହ ନିଜର ମାତାମତ ଟାଟା ନୀଳାଞ୍ଚଳ ପାଇଁ ସପକ୍ଷରେ ରଖିଥିଲେ । ଜନସାଧାରଣ ମତ ଦେଇ କହିଥିଲେ ଯେ ସୁକିନ୍ଦା ଲୋକ ଯଦି ବେକାରୀ ଓ ଦାଦନ ଖଟିବାକୁ ଯାଇ ବାହାର ରାଜ୍ୟରେ ମୃତ୍ୟୁ ବରଣ କରିଛନ୍ତି ସେଇଥିପାଇଁ ପୂର୍ବ ସରକାର ଦାଈ | କଳିଙ୍ଗନଗର ନିକଟରେ ବହି ଯାଉଥିବା ଗଣ୍ଡାନାଳକୁ ପ୍ରଦୂଷଣ ମୁକ୍ତ ରଖିବା ସହ ଗମନାଗମନ ଶିକ୍ଷା ପ୍ରତି ଧ୍ୟାନ ଦେବାକୁ ଜନପ୍ରତିନିଧି ବିଶ୍ୱଜିତ ରାଜ କମ୍ପାନୀ କତୃପକ୍ଷ ଙ୍କୁ ଅନୁରୋଧ କରିଥିଲେ | ଏହି ଜନଶୁଣାଣୀରେ କଳିଙ୍ଗ ନଗର ଅତିରିକ୍ତ ,ରାଜ୍ୟ ପ୍ରଦୂଷଣ ବୋର୍ଡ, କଳିଙ୍ଗନଗର ଆଂଚଳିକ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଓ ଆଇନୀ ସୁଙ୍ଖଳା ପରିସ୍ଥିତି ର ସୁରକ୍ଷା ପାଇଁ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧକ୍ଷ ଉପସ୍ଥିତ ରହିଥିଲେ ।