ଟାଟା ପାଓ୍ବାରର ଅତ୍ୟାଚାର ବିରୋଧରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଗାଁ ଗାଁରେ ପ୍ରତିବାଦ ସଭା ଓ ବିକ୍ଷୋଭ

ଢେ଼ଙ୍କାନାଳ, (ତାପସଦାସ):ବିଜୁଳି ଯୋଗାଣ କମ୍ପାନୀ ଟାଟା ପାୱାରର ଶୋଷଣ ଧୀରେ ଧୀରେ ବଢ଼ି ଚାଲିଛି l ପୂର୍ବରୁ ଜମା ଥିବା ଉପଭୋକ୍ତା ମାନଙ୍କର ସିକ୍ୟୁରିଟି ରାଶି ବର୍ଦ୍ଧିତ କରିବାପାଇଁ ଗତ ଦୁଇ ମାସ ହେଲା ନୋଟିସ ଦେଇ ଆସୁଛି l ଏହି ସିକ୍ୟୁରିଟି ରାଶି ବର୍ଦ୍ଧିତ କରିବାର ଉଦ୍ଦେଶ୍ୟ କଣ l ଏବେ ପୁଣି ସାତ ହଜାର ଟଙ୍କା ବଦଳରେ ସ୍ମାର୍ଟ ମିଟର ଲଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି l ଟାଟା ପାୱାରର ଦୌରାତ୍ମ୍ୟ ଅଧିକ ରୁ ଅଧିକ ବଢ଼ିଚାଲିଛି l ଗତ ଦୁଇ ଦିନ ତଳେ ସଦର ବ୍ଲକ ତାଳବରକୋଟ ପଞ୍ଚାୟତ ଅନ୍ତର୍ଗତ ସିଆରିଆ ଖୁଣ୍ଟକଟା ସାହିରେ ଟାଟା ପାଓ୍ବାରର ଅତ୍ୟାଚାର ସହି ନପାରି ଗୋଟିଏ ପରିବାର ମୁରବୀ ଶୂନ୍ଯ ହୋଇ ପଡ଼ିଛି। ମାତ୍ର କେତୋଟି ଟଙ୍କାର ବିଜୁଳି ବିଲ୍ ଦେଇ ନପାରିବାରୁ ଏହି ଗ୍ରାମର ଗୋକୁଳାନନ୍ଦ ରାଉଳ ନାମକ ବ୍ୟକ୍ତି କମ୍ପାନୀର ଅତ୍ୟାଚାର ସହି ନପାରି ସପତ୍ନୀ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ଗୋକୁଳାନନ୍ଦ ମୃତ୍ୟୁ ବରଣ କରିଥିବା ବେଳେ ପତ୍ନୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ବିଜୁଳି ଉତ୍ପାଦନରେ ବଳକା ରାଜ୍ଯ ହୋଇଥିବା ଓଡ଼ିଶା ଲୋକମାନଙ୍କ ଉପରେ କମ୍ପାନୀର ଅତ୍ୟାଚାର ଏକ ନିନ୍ଦନୀୟ ଓ ଦୁଃଖଦ ଘଟଣା। ବଡ଼ ବଡ଼ ଧନୀକ ବ୍ୟକ୍ତି ମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବିଜୁଳି ବିଲ୍ ଛାଡ଼ ହେଉଥିବା ବେଳେ ମାତ୍ର କେତୋଟି ଟଙ୍କାର ବିଜୁଳି ବିଲ୍ ଯୋଗୁଁ ଅନେକ ଗରିବ ଲୋକମାନଙ୍କର ବିଜୁଳି ସଂଯୋଗ କାଟି ଦିଆଯାଉଛି l ବିଶେଷ କରି ଦଳିତ ଗରିବ ଲୋକ ଏହାର ଶିକାର ହେଉଛନ୍ତି l ପ୍ରକାଶ ଥାଉକି, ଆମ୍ ଆଦମୀ ପାର୍ଟି ଗତ ୨୬ ନଭେମ୍ବର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଏହି ଅତ୍ୟାଚାରକୁ ବନ୍ଦ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲା l ଏହି ପରିପ୍ରେକ୍ଷୀରେ ଆପ୍ ର ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ନେତୃତ୍ୱରେ ସଦର ନିର୍ବାଚନ ମଣ୍ଡଳୀର ଗଁଦିଆ ବ୍ଲକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବେଲଟିକିରି, ଦେଓଗାଁ, ଗଁଦିଆ, ଷଡ଼ଙ୍ଗୀ, ପୋରୂହଖୋଜ, ପିଙ୍ଗୁଆ, ବିଧାରପୁର ଆଦି ପଞ୍ଚାୟତ ମାନଙ୍କର ଛୋଟ ଛୋଟ ବଜାର ଅଞ୍ଚଳରେ ପଥପ୍ରାନ୍ତ ସଭା କରି ଟାଟା ପାୱାର କରୁଥିବା ଅତ୍ୟାଚାର ଓ ସ୍ମାର୍ଟ ମିଟରକୁ ବିରୋଧ କରିବାପାଇଁ ଲୋକମାନଙ୍କୁ ସଚେତନ କରିଥିଲେ l ସ୍ମାର୍ଟ ମିଟର ଲଗାଇ ନଦେବାକୁ ଡାକବାଜି ଯନ୍ତ୍ର ଓ ପ୍ରଚାର ପତ୍ର ବଣ୍ଟନ କରିଥିଲେ ଏବଂ ବିଜୁଳି ବିଲ୍ ଦେଇନପାରିଥିବା ସିଆରିଆ ଗ୍ରାମର ଆତ୍ମହତ୍ୟା ପରି ଲୋମହର୍ଷଣ କାରୀ ଘଟଣା ନଦୋହରାଇବା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିଥିଲେ। ବିଜେପି ସରକାରକୁ ଆସିବା ପୂର୍ବରୁ ଯେପରି ୩୦୦ ୟୁନିଟ ବିଜୁଳି ଫ୍ରି ଦେବା କଥା କହିଥିଲା, ଯଦି ଫ୍ରି ବିଜୁଳି ଦେଇଥାନ୍ତା ତେବେ ଏପରି ଘଟଣା ଘଟିନଥାନ୍ତା l ବିଜୁଳି ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଆମ୍ ଆଦମୀ ପାର୍ଟି ସଦା ସର୍ବଦା ଲୋକ ମାନଙ୍କ ସହିତ ଛିଡ଼ା ହେବ ବୋଲି ଜିଲ୍ଲା ସଭାପତି ଶ୍ରୀ ନାୟକ କହିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ଜିତେନ୍ଦ୍ର ବେହେରା, ଢେଙ୍କାନାଳ ମୁନିସିପାଲିଟର ପିତାମ୍ବର ସାମାନ୍ତରାୟ, ଦେବାଶିଷ ନନ୍ଦ ଓ ବରିଷ୍ଠ ସଦସ୍ୟ ପ୍ରଶନ୍ନ ବରାଳ, ଭରତ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ