ଟାଟା-ବାଦାମପାହାଡ ପୁନଃ ରେଳଚଳାଚଳ ନେଇ ରାଇରଙ୍ଗପୁର ଗସ୍ତରେ ଆସିଥିବା ଚକ୍ରଧରପୁର ଏଡିଆରଏମଙ୍କୁ ପୂର୍ବତନ ବିଧାୟକଙ୍କ ଲିଖିତ ଦାବିପତ୍ର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଆଜି ଶ୍ରୀ ଵି କେ ସିନ୍ହା ଏଡିଆରଏମ ଚକ୍ରଧରପୁର ରେଲ୍ବେ ଡିବିଜନ ଦ୍ୱାରା ଟାଟାନଗର ବାଦାମପହାଡ଼ ରେଲ୍ବେ ଲାଇନ ଇଲେକ୍ଟ୍ରିକାଲ କାର୍ଯ୍ୟ ତଦାରଖ ପାଇଁ ପୁରା ଟମ ଆସି ରାଇରଙ୍ଗପୁର ସ୍ଟେଶନ ପହଞ୍ଚି ଥିଲେ, ଏହି ସମୟରେ ଆମ୍ଭେ ରାଇରଙ୍ଗପୁର ଠାରେ ତାଙ୍କୁ ସାକ୍ଷାତ କରି ମକରପର୍ବ ଉପଲକ୍ଷେ ଅବିଳମ୍ବେ ରେଲଗାଡି ପରିଚାଳନ ଆରମ୍ଭ କରିବା ପାଇଁ ଦାବି ପତ୍ର ପ୍ରଦାନ କରିଥିଲେ ଏହା ସହିତ ସକାଳୁ ବାଦାମପହାଡ଼ ଠାରୁ ଆରମ୍ଭ କରି ଟାଟାନଗର ଦେଇ ରାଉରକେଲା ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଦାବି ଜଣାଇଥିଲେ ।।ଏହି ଅବସରରେ ମୋ ସହିତ ହୋ ସମାଜ ସଭାପତି ଅନିଲ ବିରୁଆ,ଆଡଭୋକେଟ ଟିକୁନ ଜେରାଇ ସନ୍ତୋଷ ସିଂହ ,ସାମ୍ବାଦିକ ମେଘନାଦ ହେମ୍ବ୍ରମଙ୍କ ସମେତ ବହୁ ଟାଟା-ବଦାମପାହାଡ ରେଳ ବିକାଶ କ୍ରିୟାନୁଷ୍ଠାନ କମିଟି ସଦସ୍ଯମାନେ ଉପସ୍ଥିତ ଥିଲେ।


