ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ାଠାରେ ‘ବିଶ୍ୱ ପରିବେଶ ଦିବସ’ ପାଳିତ

ଯୋଡ଼ା, (ସମୀର କୁମାର ଦାସ):ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ନିରନ୍ତର ପ୍ରୟାସର ଅଂଶବିଶେଷ ଭାବେ ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ାଠାରେ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ସାମ୍ପ୍ରତିକ କୋଭିଡ଼-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ସାମାଜିକ ସମାବେଶକୁ ଏଡ଼ାଇବା ଲକ୍ଷ୍ୟରେ ଆଜି ଯୋଡ଼ା ପୂର୍ବ ଲୌହ ଖଣି, ଖଣ୍ଡବନ୍ଧ ଲୌହ ଖଣି ଓ ଟାଟା ଷ୍ଟିଲ ଯୋଡ଼ା ହସ୍ପିଟାଲରେ ପ୍ରତୀକାତ୍ମକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ପ୍ରାୟ ୫୦୦ଟି ଚାରା ରୋପଣ କରାଯାଇଥିଲା । ଏହି ଅବସରରେ ଟାଟା ଷ୍ଟିଲ ଯୋଡ଼ା ଚିଫ୍ ଶ୍ରୀ ରାଜେଶ କୁମାରଙ୍କ ଦ୍ୱାରା ଯୋଡ଼ା ପୂର୍ବ ଲୌହ ଖଣିରେ ଏକ ‘ନବଗ୍ରହ ବାଟିକା’ ର ଉଦ୍‌ଘାଟନ କରାଯାଇଥିଲା । ଏହି ପାର୍କକୁ ୯ଟି ଭାଗରେ ବିଭକ୍ତ କରାଯାଇଥିବାବେଳେ ଏଥିରେ ନବଗ୍ରହ ସମ୍ପର୍କିତ ଉଦ୍ଭିଦଗୁଡ଼ିକ ରୋପଣ କରାଯାଇଛି । କୋଭିଡ଼-୧୯ ପରିସ୍ଥିତିରେ କର୍ମଚାରୀମାନଙ୍କୁ ବୃକ୍ଷରୋପଣ ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ କମ୍ପାନୀ ପକ୍ଷରୁ ଏହାର ସମସ୍ତ କାର୍ଯ୍ୟକ୍ଷେତ୍ରରେ କର୍ମଚାରୀମାନଙ୍କ ନିମନ୍ତେ ପ୍ରକୃତ ବୃକ୍ଷରୋପଣ ଅଭିଯାନର ଆୟୋଜନ କରାଯାଉଛି । ଯେଉଁଠାରେ ଲୋକମାନେ ବୃକ୍ଷ ରୋପଣ ପାଇଁ ସଂକଳ୍ପ ନେଇଥିବାବେଳେ କମ୍ପାନୀ ତାଙ୍କ ତରଫରୁ ଏକ ଚାରା ରୋପଣ କରିଥାଏ ।
ଏହାବ୍ୟତୀତ ଟାଟା ଷ୍ଟିଲର ସମସ୍ତ କର୍ମଚାରୀଙ୍କ ପାଇଁ ‘ଜୈବବିବିଧତା-ପ୍ରକୃତି ପାଇଁ ସମୟ’ ଉପରେ ୱେବ୍ ସେମିନାର ମାଧ୍ୟମରେ ଏକ ଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ପ୍ରକୃତି ସଂରକ୍ଷଣ ପାଇଁ ଗଠିତ ଆନ୍ତର୍ଜାତୀୟ ସଂଘ (ଆଇୟୁସିଏନ୍‌)ର ଦେଶ ମୁଖ୍ୟ ଡଃ ବିବେକ୍ ସକ୍‌ସେନା, ରାଜ୍ୟ ଜଙ୍ଗଲ ସେବା କେନ୍ଦ୍ରୀୟ ଏକାଡେମୀ (ସିଏଏସ୍‌ଏଫ୍‌ଓଏସ୍‌)ର ଅଧ୍ୟକ୍ଷ ଶ୍ରୀ କୁନାଲ ସତ୍ୟାର୍ଥୀ ଓ ଟାଟା ଷ୍ଟିଲ ଏସ୍‌ଏଚ୍ ଆଣ୍ଡ ଏସ୍ ବିଭାଗର ଭାଇସ ପ୍ରେସିଡେଣ୍ଟ ଶ୍ରୀ ସଞ୍ଜୀବ ପଲ୍ ଜୈବ ବିବିଧତାର ବିଭିନ୍ନ ଦୃଷ୍ଟିକୋଣ ଉପରେ ଆଲୋଚନା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ସମ୍ପୁର୍ଣ୍ଣ ଜୁନ୍ ମାସକୁ ‘ଦୀର୍ଘସ୍ଥାୟୀ ମାସ’ ରୂପେ ପାଳନ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏକ ଦାୟିତ୍ୱବାନ କର୍ପୋରେଟ୍ ନାଗରିକ ଭାବେ ଟାଟା ଷ୍ଟିଲ ପକ୍ଷରୁ ନିର୍ଗମନ, ଜଳ ପରିଚାଳନା, ବୃତ୍ତାକାର ଅର୍ଥନୀତି ଓ ଜୈବବିବିଧତା ଭଳି ୪ଟି ସ୍ତମ୍ଭ ଉପରେ ଗୁରୁତ୍ୱ ଦେବା ସହିତ ପରିବେଶ ପରିଚାଳନା ପାଇଁ ବଡ଼ମାତ୍ରାରେ ପୁଞ୍ଜି ବିନିଯୋଗ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ