ଟାଟା ସ୍କାଏ କ୍ଲାସିକ ଗୁଲସନ ଗ୍ରୋଭର କହିଲେ “ମୋ ସହିତ ଖଳନାୟକ ଯୁଗର ଅନ୍ତ ହୋଇଛି”

ମୁମ୍ବାଇ : ବଲିଉଡର ଖଳନାୟକ ଗୁଲସନ ଗ୍ରୋଭର ନିଜର ଅସାଧାରଣ ଅଭିନୟ ଦକ୍ଷତା ଜରିଆରେ ଭାରତ କିମ୍ବା ଆନ୍ତର୍ଜାତିକ ସ୍ତରରେ ଖଳନାୟକର ସ୍ତରକୁ ଉର୍ଦ୍ଧକୁ ଉଠାଇବାରେ କେବେ ସୁଯୋଗ ହାତ ଛଡ଼ା କରିନାହାନ୍ତି । ବିଶିଷ୍ଟ ସିନେମା ସମୀକ୍ଷକ କୋମଳ ନାହଟାଙ୍କ ନିକଟରେ ଟାଟା ସ୍କାଏ କ୍ଲାସିକ ସିନେମାର “କୋମଳ ନାହଟା ଔର ଏକ କାହାନି’ ଚାଟ ସୋ’ରେ ଗୁଲସନ ଗ୍ରୋଭରଙ୍କ ସାକ୍ଷାତକାର ନେଇଥିଲେ । ନିଜର ଅଭିନୟ ଯାତ୍ରା ବିଷୟରେ ଆଲୋଚନା କରି ଏହି ଅଭିନେତା କହିଛନ୍ତି କିଭଳି ସେ ହଲିଉଡ ସିନେମା ଓ ସାରା ବିଶ୍ୱରେ ଅନ୍ୟାନ୍ୟ ଆନ୍ତର୍ଜାତିକ ସିନେମାରେ ପ୍ରବେଶ କରିଥିଲେ । ଆଜିର ଅଭିନେତାମାନେ କିଭଳି ଖଳନାୟକ ଭୂମିକାରେ ଅଭିନୟ କରବାକୁ ଭୟ କରୁଛନ୍ତି ଓ ଖଳନାୟକ ଚରିତ୍ରକୁ ନେଇ ଅଧିକ ପରୀକ୍ଷାନିରୀକ୍ଷା କରୁନାହାନ୍ତି ତାହା ସେ ଜଣାଇଥିଲେ । ବଲମା ଓ ଛପନ ଟିକଲି ଭଳି ସିନେମାରେ ନିଜର ଚମତ୍କାର ଅଭିନୟ ବଳରେ ଖଳନାୟକ ଭୂମିକାକୁ ଗୁଲସନ ଗ୍ରୋଭର ନାୟକ ଭୂମିକା ଠାରୁ ଅଧିକ ଆକର୍ଷଣୀୟ କରିପାରିଥିଲେ । ନିଜର ଅଭିଜ୍ଞତା ଓ ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହେବା ସଂକ୍ରାନ୍ତରେ ସେ କହିଛନ୍ତି, ପ୍ରାଣଙ୍କ ଭଳି କିମ୍ବଦନ୍ତୀ ଓ ଅନ୍ୟମାନେ ସିନେମାରେ ଖଳନାୟକ ଭୂମିକା ପ୍ରତି ବିପୁଳ ଅବଦାନ ଦେଇଛନ୍ତି । ତେଣୁ, ମୁଁ ଯେତେବେଳେ ଖଳନାୟକ ଚରିତ୍ରରେ ଅଭିନୟ ଆରମ୍ଭ କଲି, ମୁଁ ଜାଣିଥିଲି ଯେ କିଛି ନୂଆ କରିବାକୁ ପଡ଼ିବ । ମୁଁ କେବେବି ସମାନ ଭୂମିକା ତୁଲାଇବାକୁ ଚାହୁନଥିଲି, ସେଥିପାଇଁ ମୁଁ ମୋ ଚରିତ୍ରରେ ଉନ୍ନତି ଆଣୁଥିଲି । ଯଦିଓ, ଆଜିର ଦିନରେ ଏହା ଭିନ୍ନ ହୋଇଯାଇଛି କାରଣ ସେମିତି କେଣସି ନିର୍ଦ୍ଦିଷ୍ଟ ଖଳନାୟକ ଚରିତ୍ର ନାହିଁ । ମୋ ସହିତ ଖଳନାୟକ ହେବା କିମ୍ବା ତାହାକୁ କ୍ୟାରିଅର କରିବାର ଯୁଗ ଶେଷ ହୋଇଯାଇଛି । ଆଜିର ଦିନରେ ସଫଳତା ହେବା ଲାଗି କେବଳ ଖଳନାୟକ ହେବା ଯଥେଷ୍ଟ ନୁହେଁ । ତାଙ୍କୁ ଦିଆଯାଇନଥିବା ଭୂମିକା ବିଷୟରେ ଦୁଃଖ ପ୍ରକାଶକରି ସେ କହିଛନ୍ତି ଯେ, ମୋତେ ଏହି ହଲିଉଡ ସିନେମାର ଖଳନାୟକ ପାଇଁ ଅଫର ଆସିଥିଲା ଯେଉଁଠାରେ ଖଳନାୟକର ବେକରେ ଏକ ବୁଲେଟ ଫସି ରହିଛନ୍ତି ଏବଂ ସେ କହିଥିଲେ ତାଙ୍କୁ କିଛି ଭଲ ଲାଗୁ ନାହିଁ କିମ୍ବା ଯନ୍ତ୍ରଣା ହେଉନିଯେ ମୁଁ ସେହି ଖଳନାୟକ ଦ୍ୱାରା ରୋମାଂଚିତ ହୋଇଥିଲି ଯାହା କୌଣସି ପାଇଁ କିଛି ବି ଆବେଗ ନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ