ଟିଉସନ ସାରଙ୍କ ଦ୍ୱାରା ନା ବାଳିକା ଛାତ୍ରୀ ଅପହରଣ ଘଟଣା

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ଢ଼େଙ୍କା ରାଇନଟା ଗ୍ରାମର ଜଣେ ନାବାଳିକା ଛାତ୍ରୀକୁ ଟିଉସନ ସାର ଅପହରଣ କରିନେଇଥିବା ପରିବାର ଲୋକେ ସୋସୋ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଗ୍ରାମର ଜଣେ ୧୬ବର୍ଷୀୟା ନା ବାଳିକା ଢ଼େଙ୍କା ହାଇସ୍କୁଲରେ ଅଧ୍ୟୟନ କରୁଥିବାବେଳେ ସଙ୍ଗମ ଗ୍ରାମର ଅଜିତ ଯେନା(୩୫)ଙ୍କ ନିକଟରେ ଟିଉସନ ହେଉଥିଲେ । ଗତ ୪ତାରିଖ ଦିନ ଟିଉସନକୁ ଯାଇ କେଉଁଆଡେ ପଳାଇଥିଲା । ଏନେଇ ପରିବାର ଲୋକେ ଖୋଜାଖେଜି କରିବାପରେ ୫ତାରିଖ ଦିନ ଅଜିତର ଘରୁ ଉକ୍ତ ଛାତ୍ରୀ ଜଣକୁ ଉଦ୍ଧାର କରି ଘରକୁ ଆଣିଥିଲେ । ସେହିଦିନ ଠାରୁ ଛାତ୍ରୀକୁ ଆଉ ଟିଉସନ ପାଇଁ ପଠାଇ ନଥିଲେ । ଗତ ୧୬ ତାରିଖ ଦିନ ଅପରାହ୍ନରେ ଏହି ନାବାଳିକା ଛାତ୍ରୀ ଜଣକ ଘର ସମ୍ମୁଖରେ ମା ସହିତ ବସିଥିବା ବେଳେ ମା ସନ୍ଧ୍ୟାଦେବାକୁ ଘର ଭିତରକୁ ପଳାଇଥିଲେ । ତା ପରଠାରୁ ଆଉ ଝିଅର ସନ୍ଧାନ ପାଇନଥିଲେ । ଅନେକ ଆଡେ ଖୋଜାଖୋଜି କରିବାପରେ ମଧ୍ୟ ଝିଅର ସନ୍ଧାନ ନପାଇବାରୁ ଗତ ୧୭ତାରିଖ ଦିନ ଏନେଇ ସୋସୋ ଥାନାରେ ଝିଅର ମା ଅଭିଯୋଗ କରିଥିଲେ । ୧୭ତାରିଖରୁ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଠିକ ଭାବେ ତଦନ୍ତ କରୁନଥିବା ନେଇ ଝିଅର ପରିବାର ଲୋକେ କହିଛନ୍ତି । କେବଳ ଥରେ ମାତ୍ର ପୁଲିସ ଆମ ଘରକୁ ଆସି ଝିଅ ବାବଦରେ ପଚରା ଉଚୁରା କରି ପଳାଇଥିବାବେଳେ ତାପରେ ଚୁପ ହୋଇ ବସିଯାଇଛି । ଏନେଇ ଆମେ ଦୁଇ ଦୁଇଥର ଆନନ୍ଦପୁର ଏସଡିପିଓଙ୍କୁ ଭେଟି ଅଭିଯୋଗ କରିଛୁ କିନ୍ତୁ କିଛି ସୁଫଳ ମିଳିନି ବୋଲି କହିଛନ୍ତି ଅପହୃତା ନା ବାଳିକାର ମା । ଜଣେ ନା ବାଳିକା ଅପହରଣ ଘଟଣାରେ ପୁଲିସର ଏପରି ସିଥିଳତାକୁ ଗ୍ରାମବାସୀ ମାନେ ମଧ୍ୟ ନା ପସନ୍ଦ କରିଛନ୍ତି । ସୋସୋ ଥାନାର ତଦନ୍ତକାରୀ ଅଧିକାରୀ ଜଣକ ଛୁଟିରେ ପଳାଇଥିବାରୁ ତାଙ୍କ ଅଭିଯୋଗକୁ ଆଉ କେହି ଗୁରୁତ୍ୱ ଦେଉ ନଥିବା ଗ୍ରାମର ମହିଳାମାନେ ଅଭିଯୋଗ କରିଛନ୍ତି । ଝିଅକୁ ତୁରନ୍ତ ଖୋଜି ଆଣିବା ଦିଗରେ ବିହିତ ପଦକ୍ଷେପ ନେବାକୁ କେନ୍ଦୁଝର ଏସ.ପି ଙ୍କୁ ନିବେଦନ କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ