ଟିକଟକରେ ଅଶ୍ଲିଳ ଭିଡିଓ ଭାଇରାଲ : ନାବାଳିକା ଙ୍କ ଆତ୍ମହତ୍ୟା

ଜିଲ୍ଲାରେ ପ୍ରଥମ ଥର ପାଇଁ ଟିକଟକ ଭିଡିଓ ନେଲା ଜୀବନ । ଟିକଟକ ଭଳି ମନୋରଞ୍ଜନ ସୋସିଆଲ ଆପରେ ନାବାଳିକାଙ୍କ ଅଶ୍ଳିଳ ଭିଡିଓ ଭାଇରାଲ ହେବା ପରେ ଜଣେ ନାବାଳିକା ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଦୁଖଦ ଓ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରପଡା ଜିଲ୍ଲା ପାଟକୁରୀ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ । ସୁଚନା ଅନୁଯାୟୀ ନାବାଳିକା ଜଣକ ଚଳିତଥର ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉଚ୍ଚ ଶିକ୍ଷା ତଥା +୨ ଆଡମିଶନ ନିମନ୍ତେ ଗ୍ରାମରେ ଥିବା ଏକ ଫଟୋ ଷ୍ଟୁଡିଓକୁ ଯାଇ ଫଟୋଉଠାଇଥିଲେ । ନାବାଳିକା ଜଣକ ଷ୍ଟୁଡିଓରୁୂ ଫଟୋ ଉଠାଇ ଆସିବା ପରେ ଷ୍ଟୁଡିଓ ମାଲିକ ଅମର ଦାସ ଓ ତାର ସହଯୋଗୀ ମିଶି ଫଟୋ କୁ ଏଡିଟ୍ କରି ଅଶ୍ଲିଳ ଭିଡିଓ ବନାଇଥିଲେ । ଏହି ଅଶ୍ଳିଳ ଭିଡିଓ ମୋବାଇଲରୁ ମୋବାଇଲ ଘୁରି ବୁଲିଥିଲା । ସେହି ଭିଡିଓ ଚେନ୍ନାଇରେ ରହୁଥିବା ନାବାଳିକା ର ବଡ ଭାଇ ପାଖକୁ ମଧ୍ୟ ଭାଇରାଲ ହୋଇଥିଲା । ଏହା ପରେ ଚେନ୍ନାଇ ରୁ ଫେରି ଘଟଣା ସଂପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ । ଏହା ସହ ତାଙ୍କର ନାବାଳିକା ଜଣଙ୍କର ବଡଭାଇ ଷ୍ଟୁଡିଓ ମାଲିକଙ୍କ ସହ ଯାଇ କଥା ହୋଇଥିଲେ । କିନ୍ତୁ ଅଶ୍ଲିଳ ଭିଡିଓ ଭାଇରାଲ କରିବା ପାଇଁ ଆହୁରୀ କହିବା ସହ ତାଙ୍କ ଭାଇଙ୍କୁ ଗାଲିଗୁଲଜ କରିଥିବା କଥା ଥାନାରେ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି । ନାବାଳିକା ଜଣକ ଲୋକଲଜ୍ୟାକୁ ସହ୍ୟ ନକରିପାରି ଆତ୍ମହତ୍ୟା କରିଛି । ସେପଟେ ସାନ ଝିଅକୁ ହରାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ପରିବାର ଲୋକେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ