ଟିକାବାଲି ଠାରେ ଯୁବକ ସଂଘ ପକ୍ଷରୁ ସ୍ୱଛ ଭାରତ କାର୍ଯ୍ୟକ୍ରମ

ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): କନ୍ଧମାଳ ଜିଲ୍ଲା ଟିକାବାଲି ଠାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଟିକାବାଲି ଅଂଚଳର ୟୁଥ୍ ୱାରିଅର ଯୁବକ ସଂଘ ପକ୍ଷରୁ ଏକ ସ୍ୱଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ଦିଗାଲ,ସରପଂଚ ଶ୍ରୀମତୀ ରଶ୍ମିତା କହଁରଙ୍କ ନେତୃତ୍ୱରେ ଶିକ୍ଷକ ଅରବିନ୍ଦ ମହାପାତ୍ର,ଜୀତେନ୍ଦ୍ର ବୁର୍ଗୀ,ଦେବାଶିସ ସାନ୍ତରାୟ,ଦିଲ୍ଲିପ ସାହୁ,କୁନ୍ଦୁରୁ ମଲ୍ଲିକ,ସୁବଳ ଦିଗାଲ,ହେମନ୍ତ ଦିଗାଲ,ସରୋଜ ମହାରଣା,ଗୋବିନ୍ଦ ନାୟକ,ଦୀପ୍ତୀରଞ୍ଜନ ଦଳବେହେରା,ଅରୁଣ ପାଣ୍ଡେ,ଧିରଜ ନାୟକ,ଅନୁପ ଭୋଈ,ଅମିତ ଭୋଈଙ୍କ ସମେତ ଅଂଚଳର ଅନେକ ଯୁବକ ମାନେ ମିଶି ସମଗ୍ର ମେଡିକାଲ ଛକ ଅଂଚଳକୁ ସଫା କରିଥିଲେ । ସେମାନଙ୍କର ଏହି କାର୍ଯ୍ୟରେ ଅଂଚଳବାସୀ ସେମାନଙ୍କୁ ସହାୟତା କରିବା ସହିତ ସେମାନଙ୍କୁ ସାଧୁବାଦ ଦେଇଛନ୍ତି । ତେବେ ଦିର୍ଘ ଦିନ ହେଲା ସେଠାରେ ଥିବା ସମସ୍ତ ଆବର୍ଜନା ପୁର୍ଣ୍ଣ ହୋଇଥିବାରୁ ସେହି ଗୁଡିକ ସଫା କରିବାପରେ ପରିବେଷ ସଫାସୁତୁରା ହେବାରୁ ନିକରେ ଥିବା ଡାକ୍ତରଖାନାକୁ ଆସୁଥିବା ଲୋକ ମାନେ ଆଶ୍ୱସ୍ଥି ଅନୁଭବ କରିଛନ୍ତି । କରୋନା ସଂକ୍ରମଣ କାଳରେ ସଫାସୁତୁରା ରହିବାକୁ ସରକାରଙ୍କ ଦ୍ୱାରା ପରାମର୍ଶ ଦିଆ ଯାଉଛି । ସେଥିପାଇଁ ଯୁବ ଗୋଷ୍ଠୀ ଓ ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କର ଏହି ପ୍ରଚେଷ୍ଟାକୁ ଅଂଚଳରେ ପ୍ରଶଂସା କରାଯ।।ଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ