ବିଶିପଡାଠାରେ ଆନ୍ତର୍ଯ୍ୟତୀୟ କନ୍ୟା ଶିଶୁ ଦିବସ ପାଳିତ

ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): ଆନ୍ତର୍ଯ୍ୟତୀୟ କନ୍ୟା ଶିଶୁ ଦିବସ ଆଜି କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ ବିଶିପଡା ସ୍ଥିତ ମିଶନ ଶକ୍ତି ସଭାଗୃହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅଂଚଳର ପ୍ରାୟ ୪୦ଟି ଶିଶୁ ଯୋଗ ଦେଇ ଥିଲେ । କୋଭିଡ ନିୟମ ଅନୁସାରେ ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଶିପଡା ସରପଂଚ ଶ୍ରୀମତୀ ମାନସି ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦେଶରେ ପ୍ରଥମେ ଶିଶୁ କନ୍ୟାମାନେ ହସିଲେ ଦେଶ ହସିବ ବୋଲି କହିବା ସହିତ ଶିଶୁ ମାନଙ୍କର ସୁରକ୍ଷା ପାଇଁ ସମସ୍ତେ ଜତ୍ନବାନ ହେବାକୁ ଆହ୍ୱାନ ଦେଇଛନ୍ତି । ବିଶିପଡାର ପୁର୍ବତନ ସରପଂଚ ଫଗୁଣି ମଲ୍ଲିକ,ଅଙ୍ଗନବାଡି କର୍ମୀ ଯୁବତୀ ପ୍ରଧାନ,ଶାକମ୍ବରୀ କହଁର,ରାଧାରାଣୀ ସାହାଣୀ,ଶିଶୁ କନ୍ୟା ମାନଙ୍କ ତରଫରୁ ଛାତ୍ରୀ କୁମାରୀ ଝୁନୁ ନାୟକ ପ୍ରମୁଖ ଯୋଗ ଦେଇ ଶିଶୁ କନ୍ୟା ମାନଙ୍କର ଅଧିକାର ଓ ସୁରକ୍ଷା ବିଷୟରେ ମତ ଦେଇଥିଲେ । ଚାଇଲ୍ଡ ଲାଇନର କେନ୍ଦ୍ରୀୟ ସଂଯୋଜିକା ରଞ୍ଜିତା କାମ୍ପ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଚାଲ୍ଡ ଲାଇନର ଟିମ୍ ମେମ୍ବର ଶିବଶଙ୍କର ବେହେରା ସ୍ୱାଗତ ଅଭିଭାଷଣ ରଖିଥିଲେ । ଅନୁଷ୍ଠାନର କାଉନସେଲର ସୁପ୍ରଭା ନାୟକ ଓ ଚିକୁନ କୁମାର ପ୍ରଧାନ ଯୋଗ ଦେଇଥିବା ସମସ୍ତଙ୍କୁ ବାଲ୍ୟ ବିବାହକୁ ପ୍ରଶ୍ରୟ ନଦେବାକୁ ଶପଥ ପାଠ କରାଇଥିଲେ । ଶେଷରେ ଟିମ ମେମ୍ବର ଦିଲ୍ଲିପ କୁମାର ଦାସ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ