ଟିବି ମୁକ୍ତ ଗଞ୍ଜାମ ନିମନ୍ତେ ଅଭିନଵ ପ୍ରୟାସ ଜାରି

କୋଦଳା, (ଗୁଲସନ କୁମାର କର) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ ସୋମବାର ଦିନ ଅଭିନଵ ଟିବି ନିରାକରଣ ସଚେତନତା ବୈଠକ ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବି ଡି ଓ ବେଦବର ପ୍ରଧାନ,ଏସ ଟି ଏଫ ଗୀତାଞ୍ଜଳି ପାଢ଼ୀ, ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକରୀ କବି ଦାସ ଯୋଗ ଦେଇ ଟିବି ଶୂନ୍ୟ ବ୍ଲକ ଗଠନ ପାଇଁ କହିଥିଲେ | ଏଥି ସହିତ ଯେଉଁମାନେ ଟିବି ଆକ୍ରାନ୍ତ କାରି ଙ୍କ ସୂଚନା ପ୍ରଦାନ କରିବେ ସେଇମାନଙ୍କୁ ପାଞ୍ଚ ସହ ଟଙ୍କା ପୁରସ୍କାର ରାଶି ପ୍ରଦାନ ସହ ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଓ ଟିବି ଆକ୍ରାନ୍ତ ପରିବାର କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାର ଏକ ଅଭିନଵ ପ୍ରୟାସ କରାଯାଇଛି | ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ସମସ୍ତ ସରପଞ୍ଚ, ଜିଆରଏସ ପ୍ରମୁଖ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ