ପ୍ରାଚୀ ନଦୀ ରେ ଦୁଇଦିନିଆ ନୌଯାତ୍ରା ଆରମ୍ଭ
ନିମାପଡା ( ସନ୍ତୋଷ ଦାଶ) : ସୋମବାର ଏବଂ ମଙ୍ଗଳବାର ଦୁଇଦିନ ଧରି ଭାରତୀୟ ନୌସେନା ଓ ଓଡ଼ିଶା ଭେଟେରାନ୍ସ କ୍ଲବର ମିଳିତ ଉଦ୍ୟମରେ ପ୍ରାଚୀନଦୀରେ ନୌଯାତ୍ରା ଆୟୋଜନ ସ୍ୱାଧୀନତାର ଅମୃତ ମହୋତ୍ସବ ଓ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ ଅବସରରେ କରାଯାଇଛି । ନୌସେନାର ସେବା ରହିତ ଯବାନମାନଙ୍କ ଦ୍ୱାରା ଯେମିନି ବୋଟରେ ଏହି ଯାତ୍ରା ଅନୁଷ୍ଠିତ ହେଉଛି । ଯେହେତୁ ସବୁ ଜାଗାରେ ପାଣିର ଅଭାବ ରହିଛି; ଆବଶ୍ୟକ ସ୍ଥଳେ ବୋଟକୁ ଟ୍ରକ ଯୋଗେ ଆଗକୁ ନିଆଯାଇ ପୁଣି ଜଳାଯାତ୍ରା କରା ଯାଉଛି । ନୌସେନାର ଗୋଟିଏ ଏସ୍କଟ ପାର୍ଟି ସାଙ୍ଗରେ ରହିଛନ୍ତି। ସେମାନେ ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି । ଏହି ଉଦ୍ୟମରେ ଅତ୍ୟନ୍ତ ପ୍ରୀତ ହୋଇ ପ୍ରାଚୀ ପାଇଁ କାର୍ଯ୍ୟ କରୁଥିବା ସମସ୍ତ ଅନୁଷ୍ଠାନ ଏଥିରେ ସାମିଲ ହୋଇଛନ୍ତି । ପ୍ରାଚୀ ପରିକ୍ରମା ଚାରିଟେବଲ ଟ୍ରଷ୍ଟ, ପ୍ରାଚୀ ସୁରକ୍ଷା ସମିତି,କାକଟପୁର ଓ ପ୍ରାଚୀ ପ୍ରଜ୍ଞା ପରିଷଦ , କୁରାଙ୍ଗଶାସନ ଇତ୍ୟାଦି ଏଥିରେ ସହଯୋଗୀ ଅଛନ୍ତି । ମା ପ୍ରାଚୀ ସରସ୍ଵତୀଙ୍କର ପୁନର୍ବାର ସ୍ୱାବହମାନ କାମନା କରି ସମସ୍ତେ ଉକ୍ତ ଦଳଙ୍କୁ ପ୍ରତ୍ୟେକ ଘାଟ ମାନଙ୍କ ରେ ସ୍ବାଗତକରି ବନ୍ଦାପନା କରୁଛନ୍ତି । ଇଂ ଦୁର୍ଗାଚରଣ ମିଶ୍ର,ପ୍ରାଚୀ ପ୍ରଜ୍ଞା ଅଶ୍ୱିନୀ ମହାପାତ୍ର, ନୌସେନା ଦଳ ପାଇଁ ଭେଟେରାନ ବିଦ୍ୟାଧର ନାୟକ ଓ ଡ଼.ବିଶ୍ୱରଞ୍ଜନ ରଥ ଙ୍କ ନେତୃତ୍ଵ ରେ ଏହି ନୌ ଯାତ୍ରା ପ୍ରଥମ ଥର ପାଇଁ ଆରମ୍ଭ କରାଯାଇଛି। ଏହି ନୌ ଯାତ୍ରା ସାନମୁଣ୍ଡୁଳି ଠାରୁ ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ଏହି ଯାତ୍ରା ଅସ୍ତରଙ୍ଗ ର କେଳୁଣି ମୁହାଁଣ ଠାରେ ଉଦଯାପନ ହେବାର କାର୍ଯ୍ୟକ୍ରମ ରହିଛି ।


