ଟିଲୋରେ ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା

ଭଦ୍ରକ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଟିଲୋ ଗ୍ରାମ ପଞ୍ଚାୟତ ପରିସରରେ ଟିଲୋ ସେବା ସମବାୟ ସମିତି ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସମବାୟ ସମିତିର ସଭାପତି ବିଜୟ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏ.ଆର୍‌.ସି.ଏସ୍ ପ୍ରତିନିଧି ଶକ୍ତିଧର କାଣ୍ଡି, ମୁଖ୍ୟ ବକ୍ତା ଭାବେ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ସଂପାଦକ ନିତ୍ୟାନନ୍ଦ ନାୟକ, ଉପଦେଷ୍ଟା ଅଭିମନ୍ୟୁ ଧଳ ଓ ବ୍ୟାଙ୍କ ସୁପରଭାଇଜର ରଂଜନ କୁମାର ରାଉତ ଯୋଗ ଦେଇ ଚାଷୀ ଭାଇ ମାନଙ୍କ ଉଦ୍ଦେଶ୍ୟରେ ପ୍ରଗତି ମୂଳକ ବାର୍ତ୍ତା ପ୍ରଦାନ କରିଥିଲେ । ସଭାକୁ ସାହିତ୍ୟିକ ଦାଶରଥି ଜେନା ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ସମବାୟ ସମିତିର ବହୁ ସଦସ୍ୟ, ସଦସ୍ୟା ଉପସ୍ଥିତ ଥିଲେ । ଏଥିରେ ଚାଷୀ ହର ମୋହନ ବେହେରା, ମାଧବାନନ୍ଦ ବେହୁରା, ଅଲେଖ ଚନ୍ଦ୍ର ଧଳ, ଅଭିମନ୍ୟୁ ସେଠୀ, ରବିନ୍ଦ୍ର ଲେଙ୍କା ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ