ଟିଲୋ ପଞ୍ଚାୟତରେ ରୋଜଗାର ଦିବସ ପାଳିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ପଞ୍ଚାୟତରେ ରୋଜଗାର ଦିବସ ପାଳିତ ହୋଇଯାଇଛି । ସରପଞ୍ଚ ନିହାରିକା ରାଉତଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନରେଗା ଯୋଜନାରେ ଜବକାର୍ଡଧାରୀ ମାନଙ୍କୁ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦେବା ସହ ସ୍ୱାବଲମ୍ବୀ ହେବା ସଂପର୍କରେ ଆଲୋକପାତ କରାଯାଇଥିଲା । ଏଥିରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ପଣ୍ଡା, ଜିଆରଏସ ନିରାକର ଘଡେଇ, ଏମ୍‌.ବି.କେ ରାଜଲକ୍ଷ୍ମୀ ପୃଷ୍ଟି, ମହିଳା ମହାସଂଘର ସଂପାଦିକା ନମିତା ସାହୁ, ନାଏବ ସରପଞ୍ଚ ଅବ୍ୟକ୍ତ ଧଳଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟସଭ୍ୟା ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ