ଟିଲୋ ବୋମା ବିସ୍ପୋରଣ ମାମଲା : ଲାଲା ସ୍ୱାଇଁଙ୍କୁ ମିଳିଲା ଜାମିନ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଟିଲୋ ତ୍ରିକୋଣା ଛକସ୍ଥିତ ବୁଦା ମୂଳରୁ ଏକ ପରିତ୍ୟକ୍ତ ବ୍ୟାଗରେ ଥିବା ୩ଟି ବୋମାକୁ ଖୋଲୁଥିବା ବେଳେ ଗୋଟିଏ ବୋମା ବିସ୍ପୋରଣ ଘଟି ଟିଲୋ ଦେବତାଗଢିଆ ଗ୍ରାମର ୩ ଜଣ ଆଦିବାସୀ ନାବାଳିକା ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏହି ଘଟଣାରେ ଜିଲା ପୋଲିସର ନିର୍ଦ୍ଦେଶ କ୍ରମେ ବନ୍ତ ପୋଲିସ ଜୋରଦାର ତଦନ୍ତ କରୁଥିଲେ ମଧ୍ୟ ଦୀର୍ଘ ୪୧ ଦିନ ପରେ ତଦନ୍ତରେ ସହଯୋଗ କରିବା ପାଇଁ ଟିଲୋ ଅଞ୍ଚଳର ଲାଲା ସ୍ୱାଇଁଙ୍କୁ ଥାନାକୁ ଡକାଇ ଥିଲେ । ପରେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଭଦ୍ରକରେ ଅଛନ୍ତି ବୋଲି କହି ଭଦ୍ରକ ଯିବାକୁ ଶ୍ରୀ ସ୍ୱାଇଁଙ୍କୁ ପୋଲିସ କହିଥିଲେ । ମାତ୍ର ଶ୍ରୀ ସ୍ୱାଇଁ ଭଦ୍ରକ ଯିବାକୁ ମନା କରି ଘରକୁ ପଳାଇ ଆସିଥିଲେ । କିଛି ସମୟ ପରେ ପୋଲିସ ଶ୍ରୀ ସ୍ୱାଇଁଙ୍କ ଘରେ ପହଂଚି ସର୍ଚ୍ଚ କପି ଦେବା ସହ ପୋଲିସ ଗାଡିରେ ନନେଇ ଏକ କାର ଯୋଗେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ପାଖକୁ ଯିବା କହି କୋର୍ଟ ଚାଲାଣ କରିଥିଲେ । ଏହାକୁ ନେଇ ଶ୍ରୀ ସ୍ୱାଇଁଙ୍କ ଜାମିନ ଆଦେବନ ଶୁଣାଣୀରେ ମାନ୍ୟବର କୋର୍ଟ ବନ୍ତ ପୋଲିସକୁ ଭର୍ସନା କରିବା ସହ ଏପରି ବିନା ପ୍ରମାଣରେ କୋର୍ଟ ଚାଲାଣ କରିବାକୁ ତାଗିଦ୍ କରିଥିଲେ । ପୋଲିସ କୌଣସି କ୍ରାଇମ୍ ରେକର୍ଡ ଦାଖଲ, କୌଣସି ବିସ୍ପୋରକ ସାମଗ୍ରୀ ଜବତ ଏବଂ କୌଣସି ପ୍ରମାଣ ଦେଇ ନପାରିବାରୁ ଶ୍ରୀ ସ୍ୱାଇଁଙ୍କୁ ମାନ୍ୟବର କୋର୍ଟ ଜାମିନ୍‌ରେ ଖଲାସ କରିଥିଲେ । ପ୍ରବଳ ରାଜନୈତିକ ଚାପ ଓ ପୋଲିସର ଅପାରଗତା ପଦାରେ ପକାଉଥିବା କଥା ଶ୍ରୀ ସ୍ୱାଇଁ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଭବିଷ୍ୟତରେ ଏପରି ଅନ୍ୟାୟ କାହା ସହ ନହେଉ ବୋଲି ସାଧାରଣରେ ମତବ୍ୟକ୍ତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ