ଟି.ପି ସ୍ପେସାଲିଟି ହସ୍ପିଟାଲ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) -ପାରଳାଖେମୁଣ୍ଡି ଠାରେ ଥିବା ଟିପି ସ୍ପେସାଲିଟି ହସ୍ପିଟାଲ ତରଫରୁ ଆଜି ସ୍ଥାନୀୟ ରୋଟାରୀ କ୍ଲବହଲ୍ ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଛି । ଏଥିରେ ଅଭିଜ୍ଞ ଡାକ୍ତର ଯଥା ,ଡ.ଦିନେଶ ମିଶ୍ର,ଡ.ଶୁଭଙ୍କର ସାମଲ,ଡ.ନରେଶ ଗାଡି ପ୍ରମୁଖ ୫ଜଣ ଡାକ୍ତରଙ୍କ ଦ୍ୱାରା ଏହି ସ୍ୱାସ୍ଥ୍ୟ ଶିବିରରେ ୧୩୧ ଜଣ ବିଭିନ୍ନ ରୋଗିଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇବା ସହ ମାଗଣାରେ ଆବଶ୍ୟକ େଓøଷଧ ପ୍ରଦାନ କରାଯାଇଥିଲା । ଏହି ଶିବିରକୁ ଟିପି ହସ୍ପିଟାଲର ଦିପୁ ପଟ୍ଟନାୟକ,ସୁର୍ଯ୍ୟ ପାତ୍ର,ମୋହନ ମହାଙ୍କୁଡ,ନାନୁ ଚୌଧୁରୀ ପ୍ରମୁଖ ପରିଚାଳନା କରିଥିଲେ । ଟିପି ହସ୍ପିଟାଲର ମୁଖ୍ୟ ତଥା ପାରଳା ସ୍ୱାଭିମାନ ମଞ୍ଚର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ଏହି ସ୍ୱାସ୍ଥ୍ୟ ଶିବିରରେ ଉପସ୍ଥିତ ନ ଥିଲେ ସୁଦ୍ଧା ହାଇଦ୍ରାବାଦ ଠାରେ ଅନ୍ୟ ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସେ ସେଠାରୁ ଜଣାଇଛନ୍ତି ଯେ,ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲାର ଲୋକଙ୍କ ସ୍ୱାସ୍ଥ୍ୟଗତ ସୁବିଧା ପାଇଁ ଏଭଳି ମାଗଣା ସ୍ୱାସ୍ଥ୍ୟ ଶିବିର ଆଗକୁ ଆହୁରି ଅନୁଷ୍ଠିତ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ