ଟେକ୍ନୋଲୋଜି ମାନିଆ: ଆଇପଡ଼ କିଣିବା ପାଇଁ ନିଜର କିଡ୍ନୀ ବିକିଦେଲେ

ଟେକ୍ନୋଲୋଜି ମଣିଷକୁ ସଭ୍ୟ କରିଛି ସତ । ହେଲେ ଏଇ ଟେକ୍ନୋଲୋଜି ବି କିଛି ମଣିଷକୁ ପାଗଳ ସଜେଇ ଦେଇଛି । ପରିସଂଖ୍ୟାନର ତଥ୍ୟ ଅନୁସାରେ ଏଭଳି ପାଗଳାମିର ମାତ୍ରା ଦିନକୁ ଦିନ ବଢ଼ିଚାଲିଛି । ଦେଖନ୍ତୁ ଘଟଣାଟିଏ । ଜଣେ ଯୁବକ ଆଇପଡ଼ଟି କିଣିବା ପାଇଁ ନିଜର କିଡ୍ନୀ ବିକ୍ରି କରିଦେବାକୁ ପଛେଇ ନାହାନ୍ତି । ଘଟଣାଟି ଦକ୍ଷିଣ ଚାଇନାର ଚେନ୍ଝୁ ସିଟିରେ ଘଟିଛି । ଏଭଳି ଘଟଣା ଘଟେଇଥିବା ଯୁବକଙ୍କ ନାଁ ୱାଙ୍ଗ୍ ସାଙ୍ଗ୍କୁନ୍ । ତାଙ୍କର ଆଇପଡ୍ ଭାରି ପ୍ରିୟ । ସେ ଆଇପଡ୍ କଥା ଶୁଣିଲେ ଭୋକଶୋଷ ଭୁଲିଯିବେ । ମାତ୍ର ପାରିବାରିକ ପରିସ୍ଥିତି ତାଙ୍କୁ କୌଣସି ସପୋର୍ଟ କରିପାରୁ ନ ଥିଲା । ୱାଙ୍ଗ୍ ଯେମିତି ବି ହେଉ ଆଇପଡ୍ କିଣିବାକୁ ଇଚ୍ଛା କରୁଥିଲେ । ଦିନେ ଏକ ବିଜ୍ଞାପନ ତାଙ୍କ ନଜରକୁ ଆସିଲା; ଯେଉଁଥିରେ ଅଙ୍ଗପ୍ରତ୍ୟଙ୍ଗ ଖରିଦ କରାଯାଏ ବୋଲି ଉଲ୍ଲେଖ ରହିଥିଲା । ବିଜ୍ଞାପନଟି ଦେଖିବା ପରେ ୱାଙ୍ଗ୍ ଖୁସିରେ ନାଚିଉଠିଲେ । ବିଜ୍ଞାପନ ଦେଇଥିବା ସମ୍ପୃକ୍ତ ସଂସ୍ଥା ନିକଟରେ ପହଞ୍ôଚଥିଲେ । ଆଉ ନିଜର କିଡ୍ନୀଟିକୁ ବିକ୍ରି କରିଦେଲେ । ଅବଶ୍ୟ ଏହି ଘଟଣା ଜଣାପଡ଼ିବା ପରେ ସମ୍ପୃକ୍ତ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ