ଟେକ୍ନୋ ଜୋମାଟୋ ଚ୍ୟାନେଲ ଅଂଶୀଦାରଙ୍କ ମିଳିତ ସହାୟତା
ଅଗ୍ରଣୀ ପ୍ରିମିୟମ୍ ସ୍ମାଟଫୋନ୍ ନିର୍ମାତା ଟେକ୍ନୋ ମୋବାଇଲ୍ ପକ୍ଷରୁ ସମ୍ପ୍ରତି ଦେଶରେ କୋଭିଡ୍-୧୯ ଯୋଗୁ ଦେଖାଦେଇଥିବା ସଙ୍କଟରେ ଏହାର ୧୦୦ରୁ ଅଧିକ ଚ୍ୟାନେଲ ଅଂଶୀଦାର ଏବଂ ଜୋମାଟୋ ସହିତ ମିଳିତ ହୋଇ ସମାଜର ଆର୍ଥିକ ଅନଗ୍ରସର ଲୋକଙ୍କ ସହାୟତା ପାଇଁ ହାତ ବଢ଼ାଇଛି । ଆସନ୍ତାର ମେ ୩ ତାରିଖ ସୁଦ୍ଧା ଦେଶର ୧୪୦ଟି ସହରର ୬୦,୦୦୦ରୁ ଅଧିକ ଲୋକଙ୍କୁ ଆର୍ଥିକ ସହାୟତା ସହିତ ରାଶନ କିଟ୍ ଯୋଗାଇ ଦେବା ଲାଗି ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ଟ୍ରାନ୍ସସିଅନ୍୍ ଇଣ୍ଡିଆର ସିଇଓ ଅରଜିତ୍ ତାଲାପାତ୍ର କହିଲେ, ଏବେ ଦେଶରେ ସଙ୍କଟ ଜନକ ସ୍ଥିତି ଦେଖାଦେଇଛି । ଆମ ଦେଶର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅଧିକାରୀ ଦଳ, ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀ ନିରନ୍ତର ଆମର ସୁରକ୍ଷା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି । ଏପରିସ୍ଥଳେ ସାମାଜିକ ଦୂରତା ବଜାୟ ରଖିବା ସମସ୍ତଙ୍କ ଲାଗି ଏକ କଷ୍ଟକର ବ୍ୟାପାର ପାଲଟିଛି । ଯେଉଁମାନଙ୍କ ପାଖରେ ଆବଶ୍ୟକ ଖାଦ୍ୟର ଅଭାବ ରହିଛି ସେମାନଙ୍କ କ୍ଷେତ୍ରରେ ସାମାଜିକ ଦୂରତା ଅବଲମ୍ବନ କରିବା ବେଶ୍ ସଙ୍କଟ ସୃଷ୍ଟି କରିଛି । ଏହି ସ୍ଥିତିରେ ଟେକ୍ନୋ ପକ୍ଷରୁ ମିଳିତ ଭାବେ ସେମାନଙ୍କ ପାଖରେ ରାଶନ ଯୋଗାଇ ଦେବା ଜାରି ରହିଛି । ଏହି ଅବସରରେ ଜୋମାଟୋ ଫିଡିଂ ଇଣ୍ଡିଆ ମୁଖ୍ୟ ଚନ୍ଦନ ମେଣ୍ଡିରାଟ୍ଟା କହିଲେ, ଜୋମାଟୋ ଫିଡିଂ ଇଣ୍ଡିଆର ଫିଡ୍ ଦି ଡେଲି ୱାଗର ପ୍ରକଳ୍ପ ଅନ୍ତର୍ଗତ ଟୋକ୍ନୋ ସହାୟତାରେ ଦିଲ୍ଲୀ, ନୋଏଡ଼ା, ଗୁରୁଗ୍ରାମ୍ ଆଦିଠାରେ ୨୦,୦୦୦ ରାଶନ କିଟ୍ ବିତରଣ କରାଯିବ । ଇତିମଧ୍ୟରେ ୨.୫ ଲୋକଭ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଛି । ଇତିମଧ୍ୟରେ ଟେକ୍ନୋର ଚ୍ୟାନେଲ ଅଂଶୀଦାରମାନେ ୬୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି । ସେହିପରି ଆବଶ୍ୟକ ପରିମାଣର ଖାଦ୍ୟ ସାମଗ୍ରୀ ବିତରଣ ପାଇଁ ମହଜୁଦ୍ ରହିଛି । ଏହା ପୂର୍ବରୁ ଟେକ୍ନୋ ପକ୍ଷରୁ ଦିଲ୍ଲୀର ୟତରାଥା ହସ୍ପିଟାଲ ଏବଂ ନୋଏନା ପୋଲିସ ବିଭାଗକୁ ମାସ୍କ୍ ତଥା ସ୍ୱାସ୍ଥ୍ୟକର୍ମୀଙ୍କୁ ଥର୍ମୋମିଟର ଯୋଗାଇ ଦିଆଯାଇଥିଲା । ସୂଚନାଯୋଗ୍ୟ, ଟେକ୍ନୋ ମୋବାଇଲ୍ ଟ୍ରାନ୍ସସିଅନ୍ ହୋଲଡିଂର ଅଂଶବିଶେଷ । ଏହା ଘରୋଇ ତଥା ଅନ୍ତର୍ଜାତୀୟସ୍ତରରେ ସଫଳତାର ସହିତ କାରବାର ଜାରି ରଖିଛି । ଏହା ବିଶ୍ୱର ୬୦ରୁ ଅଧିକ ଦେଶରେ କାରବାର ଜାରି ରଖିଛି ।


