ଟେକ୍ନୋ ପକ୍ଷରୁ କ୍ୟାମନ୍-୧୫ ଏବଂ କ୍ୟାମନ-୧୫ପ୍ରୋ ସ୍ମାର୍ଟଫୋନ୍ର ବଜାର ପ୍ରବେଶ
ଅଗ୍ରଣୀ ପ୍ରିମିୟମ୍ ସ୍ମାର୍ଟଫୋନ୍ ନିର୍ମାତା ଟେକ୍ନୋ ମୋବାଇଲ୍ ପକ୍ଷରୁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରାନ୍ସସିଅନ୍ ଇଣ୍ଡିଆର କ୍ୟାମନ୍-୧୫ ବଂ କ୍ୟାମନ-୧୫ ପ୍ରୋ ନୂତନ ସ୍ମାର୍ଟଫୋନ୍ର ବଜାର ପ୍ରବେଶ କରାଯାଇଛି । ଏହି ନୂତନ ସ୍ମାର୍ଟଫୋନ୍ ଗୁଡ଼ିକ ୨୦୨୦ ଫେବୃୟାରୀ ୨୫ ତାରିଖ ଠାରୁ ଦେଶର ୩୫,୦୦୦ରୁ ଅଧିକ ରିଟେଲ୍ ଷ୍ଟୋର୍ରେ ଉପଲବ୍ଧ ହେବ । ଟେକ୍ନୋ କ୍ୟାମନ-୧୫ର ମୂଲ୍ୟ ୯,୯୯୯ଟଙ୍କା ରହିଛି । ଏଥିରେ ୧୬ ଏମ୍ପି ଡଟ୍ ଇନ୍ ସେଲଫି କ୍ୟାମେରା, ୪୮ ଏମ୍ପି(୪୮ଏମ୍ ପି+ ୨+୫ କ୍ୟୁଭିଜିଏ) ପଛ ଏଆଇ କ୍ୱାଡ୍ କ୍ୟାମେରା ରହିଛି । ଏହା ସହିତ ଏଥିରେ ୫୦୦୦ଏମ୍ଏଏଚ୍ ଦୀର୍ଘ ବ୍ୟାଟେରୀ ଲାଇଫ,୬.୫୫ ଇଂଚ ଡଟ୍ ଇନ୍ ଡିସ୍ ପ୍ଲେ, ୪ଜିବି ରାମ୍, ୬୪ଜିବି ରମ୍ ଆଦି ସୁବିଧା ରହିଛି । ଏହାର ସିନ୍ ଟୁ ବଡି ରେସିଓ ୯୦% ରହିଛି । ଏହା ସହିତ ଏଆଇ ୩.୦ ବିୟୁଟି ଏବଂ ବଡ଼ି ଶେପିଂ ଫିଚର ରହିଛି । ଏଥିରେ ଅଟୋ ସିନ୍ ଡିଟେକସନ୍ ସୁବିଧା ରହିଛି । ଏହା ଶୋଲ୍ ଗୋଲ୍ଡ, ଆକର୍ଷଣୀୟ ପର୍ପଲ, ଡାର୍କ ଜେଡ୍ ଆଦି ୩ଟି ରଙ୍ଗରେ ଉପଲବ୍ଧ ହେଉଛି । ଟେକ୍ନୋ କ୍ୟାମନ-୧୫ ପ୍ରୋର ମୂଲ୍ୟ ୧୪,୯୯୯ଟଙ୍କା ରହିଛି । ଏଥିରେ ୩୨ ଏମ୍ପି ପପ୍-ଅପ୍ ସେଲଫି କ୍ୟାମେରା, ୪୮ ଏମ୍ପି ପଛ ଏଆଇ କ୍ୱାଡ୍ କ୍ୟାମେରା ରହିଛି । ଏହା ସହିତ ଏଥିରେ ୪୦୦୦ଏମ୍ଏଏଚ୍ ଦୀର୍ଘ ବ୍ୟାଟେରୀ ଲାଇଫ,୨୩୪୦୍୧୦୮୦ ଏଫ୍ଏଚ୍ଡି ପ୍ଲସ୍ ରିଜୋଲ୍ୟସନ୍, ୬ଜିବି ରାମ୍, ୧୨୮ଜିବି ରମ୍ ଆଦି ସୁବିଧା ରହିଛି । ଏଥିରେ ୨.୩୫ ଜିଏଚଜେଡ୍ ଅକ୍ଟା-କୋର୍ ପି୩୫ ପ୍ରୋସେସର ରହିଛି । ଏହାଦ୍ୱାରା ୧୫ ସେକେଣ୍ଡ/୬୦ ସେକେଣ୍ଡ ଶର୍ଟ ଭିଡ଼ିଓ ଏଆଇ ବିୟୁଟି ସହିତ ସମ୍ପନ୍ନ କରିହେବ । ଏହାର ସିନ୍ ଟୁ ବଡି ରେସିଓ ୯୧.୨% ରହିଛି । ଏହା ଆଇସ୍ ଜେଡାଇଟ୍, ଓପାଲ ହ୍ୱାଇଟ୍ ଆଦି ୨ଟି ରଙ୍ଗରେ ଉପଲବ୍ଧ ହେଉଛି । ଏହା ସହିତ ୩୪୯୯ ଟଙ୍କାର ମାଗଣା ୱେରଲେସ୍ ସ୍ପିକର ଗ୍ରାହକଙ୍କୁ ଯୋଗାଇ ଦିଆଯିବ । ଉଭୟ କ୍ୟାମନ୍-୧୫ ଏବଂ କ୍ୟାମନ୍-୧୫ ପ୍ରୋରେ ଆଣ୍ଡ୍ରଏଡ୍-୧୦ ଏଚଆଇଓଏସ୍-୬.୦.୧ ଅପରେଟିଂ ସିଷ୍ଟମ୍ ରହିଛି । ଏହି ଅବସରରେ ଟ୍ରାନ୍ସସିଅନ୍ ଇଣ୍ଡିଆର ସିଇଓ ଅରଜିତ୍ ତାଲାପାତ୍ର କହିଲେ,ଟୋକ୍ନୋ ଏକ ଗ୍ରାହକ ବିଶ୍ୱାସନୀୟ ବ୍ରାଣ୍ଡ୍ ଭାବେ ବେଶ୍ ଖ୍ୟାତି ହାସଲ କରିଥାଏ । କ୍ୟାମନ୍ ସିରିଜ୍ର ଏହି ୨ ନୂତନ ସ୍ମାର୍ଟଫୋନ୍ ମାଧ୍ୟମରେ ଆମେ ଆମର ପୋର୍ଟଫୋଲିଓକୁ ଅଧିକ ସୁଦୃଢ଼ କରିବାର ଯୋଜନା ପ୍ରସ୍ତୁତ କରିଛୁ । ଏହା ମାଧ୍ୟମରେ ଆମେ ଗ୍ରାହକଙ୍କୁ ଶ୍ରେଷ୍ଠ ଅଭିଜ୍ଞତା ପ୍ରଦାନ କରିବାର ଆଶା ରଖିଛୁ । କ୍ୟାମନ-୧୫ ଏବଂ କ୍ୟାମନ-୧୫ ପ୍ରୋ ଗ୍ରାହକଙ୍କୁ ବେଶ୍ ଆକର୍ଷିତ କରିବାକୁ ସକ୍ଷମ ହେବ । ସୂଚନାଯୋଗ୍ୟ, ଟେକ୍ନୋ ମୋବାଇଲ୍ ଟ୍ରାନ୍ସସିଅନ୍ ହୋଲଡିଂର ଅଂଶବିଶେଷ । ଏହା ଘରୋଇ ତଥା ଅନ୍ତର୍ଜାତୀୟସ୍ତରରେ ସଫଳତାର ସହିତ କାରବାର ଜାରି ରଖିଛି । ଏହା ବିଶ୍ୱର ୬୦ରୁ ଅଧିକ ଦେଶରେ କାରବାର ଜାରି ରଖିଛି । ଏହା ମାଚେଂଷ୍ଟର ସିଟି ଫୁଟବଲ କ୍ଲବ୍ର ଗ୍ଲୋବାର ଅଫିସିଆଲ୍ ଟାବେଲଟ୍ ଏବଂ ହ୍ୟାଣ୍ଡ୍ସେଟ୍ ପାର୍ଟନର ଭାବେ କାର୍ୟ୍ୟ କରୁଛି ।