ଟେକ୍ନୋ ସ୍ପାର୍କ ୪ର ଭାରତରେ ବଜାର ପ୍ରବେଶ
ଭାରତରେ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅଫଲାଇନ ସ୍ମାର୍ଟଫୋନ ଟେକ୍ନୋ ର ୭୦୦୦ ରୁ ୧୫୦୦୦ ବର୍ଗର ସଫଳ କ୍ୟାମନ ସିରିଜ ପରେ ସ୍ପାର୍କ ସିରିଜର ଶୁଭାରମ୍ଭ ହୋଇଛି । ଚଳିତ ମାସ ଆରମ୍ଭରେ ଟେକ୍ନୋ ସ୍ପାର୍କର ଦୁଇଟି ହ୍ୟାଣ୍ଡସେଟ୍ ଟେକ୍ନୋ ସ୍ପାର୍କ ଗୋ ଓ ଟେକ୍ନୋ ସ୍ପାର୍କ ୪ ଏୟାର ର ଶୁଭାରମ୍ଭ ହୋଇଥିଲା । ଏହା ୧୫ ଦିନ ମଧ୍ୟରେ ୫୪୯୯ ଟଙ୍କା ମୁଲ୍ୟର ଟେକ୍ନୋ ସ୍ପାର୍କ ଗୋ ବହୁଳ ଭାବରେ ଆଦୃତ ହୋଇପାରିଛି । ଏହି ସ୍ମାର୍ଟଫୋନର କ୍ରେତା ମାନଙ୍କୁ ୭୯୯ ଟଙ୍କାର ବ୍ଲୁଟୁଥ ସ୍କିକର ମାଗଣାରେ ଯୋଗାଇ ଦିଆଯାଇଛି । ଏତଦ୍ବ୍ୟତିତ ଏହାର ୧୧୧ ସ୍କିମରେ ୧ ଥର ସ୍କ୍ରିନ ରିପ୍ଲେସମେଂଟ, ୧୦୦ ଦିନ ଫ୍ରି ରିପ୍ଲେସମେଂଟ ଏବଂ ୧ ମାସ ଅଧିକା ୱାରେଂଟି ଉପଲବ୍ଧ କରାଯାଇଛି । ଭାରତରେ ଏହାର ଶୁଭାରମ୍ଭ ଉପରେ ପ୍ରତିକ୍ରିୟା ରଖି ଟ୍ରାନସିଅନ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରିଜିତ ତଳପତ୍ର କହିଛନ୍ତି, “ଟେକ୍ନୋ ସ୍ପାର୍କ ଆମର ‘ଭାରତ ପ୍ରଥମ’ ପ୍ରତିଶୃତି ଦର୍ଶାଉଛି । ଟେକ୍ନୋ ସ୍ପାର୍କ ୪ ଦୁଇଟି ପ୍ରକାର ୭୯୯୯ ମୁଲ୍ୟରେ ୩ଜିବି + ୩୨ଜିବି ଏବଂ ୮୯୯୯ ମୁଲ୍ୟରେ ୪ଜିବି+୬୪ଜିବି ରେ ଉପଲବ୍ଧ ଅଛି ।
ଟେକ୍ନୋ ସ୍ପାର୍କ ୪ ବିଶେଷତା
ସୁନ୍ଦର ଡିଜାଇନ ଓ ସର୍ବବୃହତ ଡସପ୍ଲେ:
ନୂଆ ସ୍ପାର୍କ ୪, ୬.୫-ଇଂଚ ଏଚ୍ଡି+ଡଟ୍ ନଚ୍ ଡିସପ୍ଲେ ୨୦:୯ ଆସ୍ପେକ୍ଟ ରେସିଓ ସହ ୪୫୦ ନିଟସ ବ୍ରାଇଟନେସ ଏକ ସମ୍ପୁର୍ଣ୍ଣ ସ୍ମାର୍ଟଫୋନ ଅନୁଭବ ଦେଇଥାଏ । ଟେକ୍ନୋ ସ୍ପାର୍କ ୪ ରେ ୨.୫ଡି ବକ୍ର ଓ ତରଳ ଧାର ଡିିଜାଇନ ଦେଇ ଏହାକୁ ଏକ ପ୍ରିମିୟମ ଫୋନ ପରି ବନା ଯାଇଛି । ଏହାର ଚଉଡା ୭୫.୯ଏମ୍ଏମ୍ ଏବଂ ୮.୨ଏମ୍ଏମ୍ ହୋଇଥିବା ବେଳେ ଏହା ହାଲକା ହୋଇଥିବାରୁ ଧରିବାକୁ ସହଜ । ଏହାର ୩ଜିବି + ୩୨ଜିବି ଫୋନ ଭ୍ୟାକେସନ ବ୍ଲୁ ଓ ରୟାଲ ପର୍ପଲ ରେ ଆସୁଥିବା ବେଳେ ୪ଜିବି+୬୪ଜିବି ବେ ବ୍ଲୁ ଓ ମାଜେଷ୍ଟିକ ପର୍ପଲ ରେ ଉପଲବ୍ଧ ଅଛି ।
ବଜେଟ ସେଗମେଂଟରେ ଆଡଭାନ୍ସ ଟ୍ରିପଲ କ୍ୟାମେରା
ସ୍ପାର୍କ ୪ ରେ ତିନୋଟି ପୃଷ୍ଠଭାଗ କ୍ୟାମେରା ସହ ୧୩ ମେଗାପିକ୍ସେଲ ର ମୁଖ୍ୟ କ୍ୟାମେରା ଏଫ/୧.୮ ଆପାରେଚର, ଗୋଟିଏ ୨ ମେଗାପିକ୍ସେଲ ର ଡେପ୍ଥ କ୍ୟାମେରା ଏବଂ ତୃତୀୟ କମ ଆଲୋକ ର ସେନସର କ୍ୟାମେରା ଅଛି । ପୃଷ୍ଠ ଭାଗ କ୍ୟାମେରା ରେ ପିଡିଏଏଫ୍ ଡୁଆଲ ଏଲ୍ଇଡି ଫ୍ଲାଗ, ୮ ଟି ସିନ ମୋଡ, ଏଆର ଷ୍ଟିକର, ଏଆଇ ଏଚଡିଆର, ଏଆଇ ବିଉଟି ପାନାରୋମା ଇତ୍ୟାଦି ଉନ୍ନତ ଫଟୋଗ୍ରାଫି ପାଇଁ ଉପଲବ୍ଧ ଅଛି ।ଏଆଇ ସେଲଫି
୮ ମେଗାପିକ୍ସେଲ ସମ୍ମୁଖ କ୍ୟାମେରା ସହ କଷ୍ଟମାଇଜ ଫ୍ଲାଶ ଏବଂ କମ ଆଲୋକ ସହ ଖାପ ଖୁଆଇବା ପାଇଁ ଏବଂ ବାତା ଅନୁକୁଳିତ ଆଲୋକ ପ୍ରଦାନ ଦେଇ ଉଜ୍ଜଳ ସେଲଫି ବ୍ୟବସ୍ଥା ଅଛି । ଏହାର ବିଉଟି ମୋଡ ତ୍ୱଚା ର ଟୋନ କୁ ବଢାଇ ସୁନ୍ଦର ସେଲଫିର ଅନୁଭବ ଦେଇଥାଏ । ଏହାର ସମ୍ମୁଖ କ୍ୟାମେରାରେ ବିଶେଷତା ମଧ୍ୟରେ ଏଆଇ ଷ୍ଟିକର, ୱାଇଲ୍ଡ ସେଲଫି ମୋଡ ଇତ୍ୟାଦି ରହିଛି ।
ନିରନ୍ତର ପ୍ରଦର୍ଶନ
ଟେକ୍ନୋ ସ୍ପାର୍କ ୪ ବୃହତ ୪ଜିବି ରାମ୍ ଏବଂ ୬୪ଜିବି ରମ୍ ଯାହା ୧୨୮ଜିବି ପର୍ଯ୍ୟନ୍ତ ବୃଦ୍ଧି କରିହେବା ସହ ଆସୁଥିବାରୁ ଏଥିରେ ବହୁକାର୍ଯ୍ୟ ଏକ ସଙ୍ଗରେ କରିହେବ । ଏଥିରେ ହେଲିଓ ଏ୨୨ କ୍ୱାଡକୋର ପ୍ରୋସେସର ସହ ଆଣ୍ଡ୍ରଏଡ ୯ ପାଇ ଅପରେଟିଂ ସିଷ୍ଟମ ବ୍ୟବହାର କରାଯାଉଛି । ଗେମିଂ ପ୍ରେମୀଙ୍କ ପାଇଁ ମେସିଲ ଲର୍ଣ୍ଣିଂ ପ୍ରଯୁକ୍ତି ଆଧାରରେ ଗେମ ଆସେଲେରେସନ ମୋଡ ଉପଲବ୍ଧ ଅଛି ।
ବୃହତ ବ୍ୟାଟେରୀ
ଟେକ୍ନୋ ସ୍ପାର୍କ ୪ ରେ ୨୬ ଘଂଟା କଥାବାର୍ତା, ୬ ଘଂଟାର ଭିଡିଓ, ୬.୯ ଘଂଟାର ଗେମ, ଏବଂ ୧୧୦ ଘଂଟାର ଅଡିଓ ପାଇଁ ୪୦୦୦ଏମ୍ଏଏଚ୍ ବ୍ୟାଟେରୀ ଉପଲବ୍ଧ ଅଛି ।