ବେଦାନ୍ତ ଲାଞ୍ଜିଗଡ଼କୁ ସିଆଇଆଇ ନ୍ୟାସନାଲ୍ ଆୱାର୍ଡ ପ୍ରଦାନ
ଲାଞ୍ଜିଗଡ଼, (ଯୁଗାବ୍ଦ ନ୍ୟୁଜ): ବେଦାନ୍ତ ଲମିଟେଡ୍ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ଲାଞ୍ଜିଗଡ଼ ୟୁନିଟ୍ ୨୦୧୯ରେ ଶକ୍ତି ପରିଚାଳନା କ୍ଷେତ୍ରରେ ଉକ୍ରର୍ଷତା ପାଇଁ ୨୦ତମ ସିଆଇଆଇ ନ୍ୟାସନାଲ୍ଟ ଆୱାର୍ଡ ପ୍ରଦାନ କରାଯାଇଛି । ଲାଞ୍ଜିଗଡ଼ ୟୁନିଟ୍କୁ ଏକ୍ସଲେଂଟ୍ ଏନର୍ଜି ଇଫିସିଏଂଟ୍ ୟୁନିଟ୍ ଆୱାର୍ଡ ମିଳିଛି । ୨୦୧୯ ଆର୍ଥିକ ବର୍ଷରେ ଏହା କମ୍ ଶକ୍ତି ବ୍ୟବହାର କରି ବିଶୋଧନାଗାର ଇତିହାସରେ ନୂଆ ରେକର୍ଡ କରିଛି । ଏହା ସର୍ବନିମ୍ନ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ଲାଞ୍ଜିଗଡ଼ ୟୁନିଟ୍ ପାଇଁ ବିଶ୍ୱସ୍ତରୀୟ ଗୌରବ ଆଣିପାରିଛି । ଏହି ଅବସରରେ ବେଦାନ୍ତ ଲିମିଟେଡ୍ ଲାଞ୍ଜିଗଡ଼ ୟୁନିଟ୍ର ସିଓଓ ରାକେଶ ମୋହନ କହିଲେ, “ଏହି ପୁରସ୍କାର ଶକ୍ତି କ୍ଷେତ୍ରରେ ଆମର ଦକ୍ଷତାପୂର୍ଣ୍ଣ କାର୍ଯ୍ୟକାରିତାକୁ ପ୍ରତିପାଦିତ କରାଉଛି । ଏହା ସହିତ ବେଦାନ୍ତ ଜୀବନଜୀବିକା କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ପ୍ରୟାସ ଜାରି ରଖିଛି । ଏହାଦ୍ୱାରା ଏକ ସୁନ୍ଦର ବିକଶିତ ପରିବେ ଏବଂ ସମାଜ ଗଠନ ପ୍ରକ୍ରିୟା ରୁଦ୍ଧିମନ୍ତ ହୋଇପାରିବ ।”ଇତିମଧ୍ୟରେ ବେଦାନ୍ତ କାର୍ଯ୍ୟକାରିତା, ଉତ୍ପାଦନ, ଅନୁକୁଳ କ୍ଷମ ତା ଏବଂ ଜୀବନଜୀବିକା କ୍ଷେତ୍ରରେ ଡିଜିଟାଲ ପ୍ରକ୍ରିୟାକୁ ଗ୍ରହଣ କରିବା ଆରମ୍ଭ କରିଛି । ଫଳରେ ଏହାର ସ୍ପେସିଫିକ୍ ଏନର୍ଜି କଞ୍ଜପସନ୍ କ୍ଷେତ୍ରରେ ହ୍ରାସ ପରିଲକ୍ଷିତ ହୋଇପାରିଛି । ଏହା ସହିତ କମ୍ପାନୀ ବିକଳ୍ପ ଶକ୍ତି ଉତ୍ସର ବ୍ୟବହାରକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରୁଛି ।


