ଟ୍ରକ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ ଏବଂ ସହାୟକ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ରୁଢ଼ାପଦର ଗ୍ରାମ ନିକଟରେ ଘଟିଛି ସଡ଼କ ଦୁର୍ଘଟଣା। ଆମେ ଜାଣିଛେ ଦୃତ ଗତି ମହା ବିପତ୍ତି। ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ରୁଢ଼ାପଦର ପଞ୍ଚାୟତର ଘୋଗଡ ଠାରୁ ରୁଢ଼ାପଦର ମଧ୍ୟ ଜଙ୍ଗଲ ରେ ଗତ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ୩୦ ମିନିଟ ସମୟରେ ରାଜ୍ୟ ରାଜପଥ ୩୭ ରେ ଏକ ଟ୍ରକ ଓଡି 07 ଏକେ 3888 ଦୁର୍ଘଟଣା ଗ୍ରସ୍ତ ହୋଇଛି। ଆଇରନ ବୋଝେଇ ଟ୍ରକ ରାଉରକେଲା ରୁ ଗୋପାଳପୁର ବନ୍ଦର ଅଭିମୁଖେ କ୍ଷୀପ୍ର ଗତିରେ ଆସୁଥିବା ବେଳେ ସାମ୍ନାରୁ ଅନ୍ୟ ଏକ ଟ୍ରକ୍ କ୍ଷୀପ୍ର ଗତିରେ ମାଡ଼ି ଆସିବାରୁ ବୁଲାଣ ରାସ୍ତାରେ ଚାଳକ ଭାରସାମ୍ୟ ହରାଇବାରୁ ଟ୍ରକଟି ବର୍ଷା ଯୋଗୁଁ ଖସାଡ଼ି ହୋଇ ଜଙ୍ଗଲ ଭିତରକୁ ପଶି ଯାଇ ଏକ ଗଛକୁ ପିଟି ହୋଇ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ଦୁର୍ଘଟଣା ଦ୍ଵାରା ଟ୍ରକ ଚାଳକ ଏବଂ ସହାୟକଙ୍କ କିଛି ହୋଇନଥିବା ଜଣା ପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ