ଟ୍ରକ-ଡମ୍ବର ମୁହାଁମୁହିଁ ଧକ୍କା

ଯୋଡ଼ା (ଯୁଗାବ୍ଦ ନ୍ୟୁଜ୍‌ ); କେନ୍ଦୁଝର ଜିଲ୍ଳା ଯୋଡା ସହରର କଳାପାହାଡ ଛକ ନିକଟରେ ଶନିବାର ଭୋର ସକାଳ ସମୟରେ ପ୍ରବଳ ମାତ୍ରାରେ କୁହୁଡି ଯୋଗୁଁ ଦଶ ଚକିଆ ଟ୍ରକ ଓ ଡମ୍ପର ମଧ୍ୟରେ ସିରିଜ ଦୁର୍ଘଟଣା ଘଟିଛି । ଶନିବାର ଭୋର ସମୟରେ ଯୋଡା ସହରର କଳାପାହାଡ ଛକ ନିକଟରେ ଏକ ୧୦ ଚକିଆ ଟ୍ରକ ନଂ ଡବ୍ଲୁବି ୨୩ସି ୩୨୧୫ ବଡବିଲ ଆଡୁ ବିଲେଇପଦା ଅଭିମୁଖେ ଯାଉଥିବା ବେଳେ ସମୁଖ ଦିଗରୁ ଆସୁଥିବା ଅନ୍ୟ ଏକ ଡମ୍ପର ନଂ ଓଆର୦୯କେ ୦୫୭୯ କୁ ଧକା ଦେଇଥିଲା । ଏହା ପରେ ଉକ୍ତ ଡମ୍ପର ପଛରେ ଆସୁଥିବା ଅନ୍ୟ ଏକ ଡମ୍ପର ନଂ ଓଆର ୦୯ ଜେ ୯୨୪୨ ଡମ୍ପରଟିକୁ ଧକ୍କା ଦେଇଥିଲା । ଫଳରେ ଡମ୍ପରଦ୍ୱୟ ରାସ୍ତା ତଳ ପାଶ୍ୱର୍କୁ ଓଲଟି ପଡିଥିଲେ । ତେବେ ଟ୍ରକ ଏବଂ ଡମ୍ପରଦ୍ୱୟର ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତିଯାଇଥିବା ବେଳେ ଗାଡିଗୁଡିକ ଭାଙ୍ଗିରୁଜି ଚୁରମାର ହୋଇଯାଇଥିବା ଜଣାପଡିଛି । ଯୋଡା ପୋଲିସ ପକ୍ଷରୁ କ୍ରେନ ଲଗାଇ ଗାଡି ଗୁଡିକୁ ଉଦ୍ଧାର କରାଯାଇଥିବା ଜଣାପଡିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ