ଟ୍ରକ ଧକ୍କାରେ ବୃଦ୍ଧା ମୃତ
କେନ୍ଦୁଝର ଜିଲା ଟାଉନ ଥାନା ୨୧୫ ନମ୍ବର ଜାତୀୟ ରାଜପଥ ର ଧ୍ରୁପଦା ଥରେ ରେ ଏକ ୧୦ ଚକିଆ ଟ୍ରକ ଧକାରେ ବୃଦ୍ଧା ମୃତୁବରଣ କରିଛନ୍ତି। ମୃତକ ଜଣକ ହେଉଛନ୍ତି ଧ୍ରୁପଦା ଗାଁର ପାଦ ନାୟକ । ପାଦ ରାସ୍ତା କଡରେ ଠିଆ ହୋଇଥିବା ବେଳେ ଟ୍ରକଟି ତାଙ୍କ ଉପରେ ମାଡି ଯାଇଥିଲା। ତେବେ କ୍ଷତିପୂରଣ ଦାବିରେ ଲୋକେ ରାଜପଥ କୁ ଅବରୋଧ କରିଛନ୍ତି। ଫଳରେ ଉଭୟ ପଟେ ଗାଡି ମୋଟର ଅଟକ ରହିଛି। ଘଟଣାସ୍ଥଳରେ ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି।


