ଟ୍ରକ ଧକ୍କାରେ ଯୁବକ ଙ୍କ ମୃତ୍ୟୁ
ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ଦୋଳବେଦୀ ଛକ କୁଶଭଦ୍ରା ନଦୀବନ୍ଧ ରାସ୍ତା ତଳେ ଏକ ଯୁବକ ଙ୍କ ଉପରେ ଟ୍ରକ ମାଡିଯିବାରୁ ଘଟଣାସ୍ଥଳରେ ଯୁବକ ଙ୍କ ମୃତ୍ୟୁ ଘଟିଛି । ଘଟଣା ରୁ ପ୍ରକାଶ ଯେ, ନିମାପଡା ନିକଟସ୍ଥ ସର୍ବାପଡ଼ା ପ୍ରଧାନ ସାହି ଗ୍ରାମର ବାନା ପ୍ରଧାନ ଙ୍କ ପୁତ୍ର ରତ୍ନାକର ପ୍ରଧାନ( ୪୮ )ନିମାପଡା ପରିବା ମାର୍କେଟ କୁ ପରିବା କିଣିବାକୁ ଯାଇଥିଲେ । ସେଠାରେ ପରିବା କିଣି ଫେରିଲା ବେଳକୁ କୁଶଭଦ୍ରା ବ୍ରିଜ ପଟୁ ଆସୁଥିବା ଓ ଆର ୦୫ ଏ ଜେ ୨୦୭୫ ନମ୍ୱର ବିଶିଷ୍ଟ ଟ୍ରକ ଟି ତାଙ୍କୁ ଧକ୍କା ଦେଇଥିଲା ।ଯୁବକ ଙ୍କ ଅଣ୍ଟା ଓ ପେଟ ଉପରେ ଟ୍ରକ ଚକା ମାଡି ଯାଇଥିଲା । ଉପସ୍ଥିତ ଲୋକମାନେ ଉକ୍ତ ଟ୍ରକକୁ ଅଟକ ରଖିବା ସହ ଗୁରୁତର ଆହତ ଯୁବକ ଙ୍କୁ ଉଦ୍ଧାର କରି ନିମାପଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଯାଇଥିଲେ ।ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ଉତ୍ତ୍ୟକ୍ତ ଲୋକେ ନିମାପଡ଼ା – କୋଣାର୍କ ମୁଖ୍ୟ ରାସ୍ତା କୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଅବରୋଧ କରିଥିଲେ। ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ନିମାପଡା ଥାନା ଅଧିକାରୀ ବାମଦେବ ସ୍ବାଇଁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ କରିଥିବା ଲୋକଙ୍କୁ ବୁଝାଇବା ପରେ ରାସ୍ତା ଅବରୋଧ ହଟିଥିଲା ।ମୃତ ରତ୍ନାକର ଙ୍କ ଶବକୁ ପୋଲିସ ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର କୁ ପଠାଇବା ସହିତ ଦୁର୍ଘଟଣାଗ୍ରସ୍ତ ଟ୍ରକ କୁ ଜବତ କରିଛି ।