ପାନ ହାଟ ରେ ପାନଚାଷୀ ଙ୍କ ମୃତ୍ୟୁ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଥିଲା ବୁଧବାର। ସକାଳୁ ସକାଳୁ ନୟାହାଟ ଠାରେ ଆରମ୍ଭ ହୋଇଥିଲା ସାପ୍ତାହିକ ପାନ ହାଟ। ପାନ ହାଟ କୁ ଆସିଥିବା ନିକଟସ୍ଥ ବିଶୁଳିପଡ଼ା ଗ୍ରାମ ର ପାନ ଚାଷୀ ବାବୁଲା ମିର୍ଜା ( ୬୬) ହାଟ ରେ ହଠାତଅଚେତହୋଇପଡିଥିଲେ।ତାଙ୍କୁ ପାନ ଚାଷୀ ଓ ବ୍ୟବସାୟୀ ମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ଚାରିଛକ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର କୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପରିବାର ଲୋକେ ତାଙ୍କ ମୃତ ଦେହ କୁ ତାଙ୍କ ଗାଁ ବିଶୁଳିପଡ଼ା କୁ ଆଣି ଇସଲାମ ଧର୍ମ ପରମ୍ପରା ଅନୁସାରେ କବର ଦେଇଥିଲେ।ଏହି ଘଟଣା ନୟାହାଟ ଅଞ୍ଚଳ ଓ ବିଶୁଳିପଡ଼ା ଗ୍ରାମ ରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।


