ଟ୍ରକ ବାଇକ ମୁହାଁମୁହିଁ ଧକା , ଜଣେ ଗୁରୁତର

ଭଞ୍ଜନଗର (ସନ୍ତୋଷ ) ସାମରଡା – କରଡ଼ାବଣି ଛକ ନିକଟରେ ଟ୍ରକ-ବାଇକ ଦୁର୍ଘଟଣା ଘଟିଛି। ଏପି୨୪ଟିଏ୩୫୨୩ ନମ୍ବର ଟ୍ରକ ଭଞ୍ଜନଗର ରୁ ଦଶପଲ୍ଲା ଯିବା ସମୟରେ ବିପରୀତ ଦିଗରୁ ଓଆର୦୭ଜି୩୫୨୫ ନମ୍ବର ବାଇକ ଆସୁଥିବା ସମୟରେ ସାମରଡା – କରଡ଼ାବଣି ଛକ ନିକଟରେ ଉଭୟ ଗାଡି ପରସ୍ପର କୁ ଧ୍ଵକ୍କା ଦେଇଛି। ଏହି ଦୁର୍ଘଟଣାରେ ବାଇକ ଆରୋହୀ ଙ୍କ ମୁଣ୍ଡରେ ଆଘାତ ଲାଗିଥିବା ରୁ ସେ ଗୁରୁତର ହୋଇଛନ୍ତି। ଆହତ ବାଇକ ଆରୋହୀ ତିଳିସିଙ୍ଗି ଗ୍ରାମ ର ଗୋପାଳ କୃଷ୍ଣ ଗୌଡ଼ ଙ୍କ ମିଲନ କୁମାର ଗୌଡ଼, ବୟସ 20 ବର୍ଷ ବୋଲି ଜଣାପଡିଛି, ଗୁରୁତର ବାଇକ ଆରୋହୀ ମିଲନ ଙ୍କୁ 108 ଆମ୍ବୁଲାନସ ଯୋଗେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ଅଣାଯାଇଥିଲା। ତାଙ୍କର ଆଘାତ ଅଧିକ ଗୁରୁତର ହୋଇଥିବା ରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ