ଟ୍ରାକ୍ଟରରେ ବେଟେରୀ ସଂଯୋଗ ବେଳେ ଟ୍ରାକ୍ଟର ଚଢି ଯିବାରୁ ଜଣେ ମୃତ୍ୟୁ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଟ୍ରାକ୍ଟରରେ ବେଟେରୀ ସଂଯୋଗ ବେଳେ ଟ୍ରାକ୍ଟର ଚଢିଯିବାରୁ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗୌରହରୀ ଗୌଡ଼ (୬୦)। ମିଳିଥିବା ସୂଚନା ପ୍ରକାରେ, ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ନିକଟସ୍ଥ ଗୁଣ୍ଠପଲ୍ଲବା ଗ୍ରାମର ପ୍ରଶାନ୍ତ ପଣ୍ଡାଙ୍କ ଟ୍ରାକ୍ଟର ବ୍ୟାଟେରୀଟି ଭଞ୍ଜନଗର ରେ ଚାର୍ଜ କରାଇ ଗ୍ରାମକୁ ଆଣିଥିଲେ। ବୁଧବାର ଅପରାହ୍ନ ଘ୩.୪୦ ମିନଟ ସମୟରେ ବ୍ୟାଟେରୀଟିକୁ ଟ୍ରାକ୍ଟର ରେ ସଂଯୋଗ କରାଇବା ପାଇଁ ଗୌରହରୀଙ୍କ ସାହାର୍ଯ୍ୟ ନେଇଥିଲେ,ଗୌରହରୀ ବହୁ ବର୍ଷ ହେଲା ଘରୋଇ ବସ ଚଳାଉ ଥିବାରୁ ବ୍ୟାଟେରୀଟି ଟ୍ରାକ୍ଟର ରେ ସଂଯୋଗ କରିବା ପରେ ଗାଡିଟି ଷ୍ଟାର୍ଟ ହୋଇଯାଇ ଆଗକୁ ଗଡି ଯାଇଥିଲା ଏବଂ ଗୌରହରୀଙ୍କ ଛାତି ଉପରେ ମାଡି ଯାଇଥିଲା ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଗୌରହରୀଙ୍କୁ ଉଦ୍ଧାର କରି ପ୍ରଥମେ ଗୋବରା ମେଡ଼ିକାଲରେ ଭର୍ତି କରାଇଥିଲେ, ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭଞ୍ଜନଗର ଉପଖଣ୍ଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ଚିକିର୍ସାଧୀନ ଅବସ୍ଥାରେ ଗୌରହରୀ ଙ୍କ ମୃତ୍ୟୁ ଘଟିଥିଲା।ଖବର ପାଇ ଗାଙ୍ଗପୁର ପୋଲିସ ଭଞ୍ଜନଗର ମେଡିକାଲ ରେ ପହଂଚି ଶବକୁ ଜବତ କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରl ଯିବ ବୋଲି ଜଣା ପଡିଛି। ପ୍ରକାଶ ଥାଉକି, ମୃତ ଗୌରହରୀ ବ୍ରହ୍ମପୁର ରୁ ରାଉରକେଲା ଯାଉଥିବା ଘରୋଇ ବସ ଫରିସ୍ତା ରେ ଡ୍ରାଇଭର ଭାବେ ଦୀର୍ଘ ଦିନ ଧରି କାମ କରି ଆସୁଥିଲେ।କିଛି ଘରୋଇ କାମ ଥିବାରୁ ୫ ଦିନ ତଳେ ନିଜ ଗ୍ରାମକୁ ଛୁଟିରେ ଆସିଥିଲେ।