ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ
ହିଞିଳିକାଟୁ (ଯୁଗା୍ବ୍ଦ ନ୍ୟୁଜ୍): ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଦାରଭଦ୍ରା ଗ୍ରାମରେ ଟ୍ରାକ୍ଟରକୁ ରେ ହଳ କରୁଥିବା ସମୟରେ କାଦୁଅରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଡ୍ରାଇଭର କାହ୍ନୁ ଚାଷକାର୍ଯ୍ୟରେ ଟ୍ରାକ୍ଟର ମାଧ୍ୟମରେ ହଳ କରୁଥିବା ସମୟରେ ଭାରସାମ୍ୟୃ ହରାଇ ଟ୍ରାକ୍ଟର ଗାଡି ନଂ ଓଡି ୦୭ ସି ୮୮୯୨ ଓଲଟି ପଡିଥିଲା ।ମୃତକ ଡ୍ରାଇଭରଙ୍କ ପରିଚୟ ଦାରୁଭଦ୍ରା ଗ୍ରାମର ରଙ୍କ ଦାସଙ୍କ ପୁଅ କାହ୍ନୁ ଦାସ (୩୦) ବୋଲି ଜଣାପଡିଛି । ଅନ୍ୟ କ୍ଷେତରେ କାମ କରୁଥିବା ଚାଷୀ ମାନେ ଏହା ଦେଖି ଗୁରୁତର ଅବସ୍ଥାରେ କାହ୍ନୁକୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲକୁ ନେଇଥିଲେ । ମେଡିକାଲରେ ଚିକିସ୍ରା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏ ନେଇ ôବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।