ଟ୍ରାକ୍ଟର ଓଲଟି ଯୁବକ ମୃତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ଗୁଜାପାଙ୍ଗା ଗ୍ରାମରେ ଏକ ଟ୍ରାକ୍ଟର ଓଲଟି ଯିବା ଫଳରେ ଚାଳକର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଅଟଳ ଦିଗାଲ। ତାଙ୍କ ନିଜ ଘର ବେଡାଗୁବା ଗ୍ରାମରେ, ସେ ଚାଷ କାର୍ଯ୍ୟ ପାଇଁ ଗୁଜପାଙ୍ଗା ଯିବା ସମୟରେ ଏକ ଗାତକୁ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଖସି ପଡ଼ିଥିଲା। ଟ୍ରାକ୍ଟର ତଳେ ଅଟଳ ଚାପି ହୋଇଯିବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ