ଟ୍ରାଫିକ ସମସ୍ୟାର ସମାଧାନ ଏକ ସାମୁହିକ ଉଦ୍ୟମ ନୁହେଁ କି ?

ଜେବ୍ରା କ୍ରସିଂ ଅର୍ଥ ଲୋକମାନେ ସୁରକ୍ଷିତ ଭାବେ ରାସ୍ତା ପାର ହେବା କଥା । କିନ୍ତୁ ଏହାର ପ୍ରକୃତ ଅର୍ଥ ବୋଧେ ଆଜି ପର୍ଯ୍ୟନ୍ତ ସାଧାରଣ ମଣିଷଟି ମଧ୍ୟ ବୁଝିବା ସମ୍ଭବ ପର ନୁହେଁ । କାରଣ ଏଥି ଲାଗି କୌଣସି ସୂଚନା ଫଳକ ମଧ୍ୟ ନାିଁ । ବହୁ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଓ ଛକରେ ଜେବ୍ରା କ୍ରସିଂ ଚିହ୍ନ ମଧ୍ୟ ଦେଖାଯାଏ ନାହିଁ । ତାଛଡ଼ା ଲୋକମାନେ ଜେବ୍ରା କ୍ରସିଂ ପାରହେବା ବେଳେ ଟ୍ରାଫିକ୍ ନିୟମକୁ ଉଲ୍ଲଙ୍ଘନ କରିବା ନିୟମ ଭାଙ୍ଗି ଯାନବାହାନ ଗୁଡ଼ିକ ଯାତାୟତ କରୁଛି । ଟ୍ରାଫିକ୍ ସିଗ୍ନାଲ ମଧ୍ୟ ଜେବ୍ରାକ୍ରସିଂ ପାରହେବା ବେଳେ କିଛି ସମୟସ୍ଥିର ରହିବା କଥା । କିନ୍ତୁ ତାହା ବୋଧେ କାର୍ଯ୍ୟକାରୀ ହୋଇ ପାରିନାହିଁ । ଲୋକମାନଙ୍କର ଧନଜୀବନ ଓ ସୁରକ୍ଷା ଦୃଷ୍ଟିରୁ ଉଚ୍ଚ କର୍ତ୍ତୃପକ୍ଷ ଏଦିଗରେ ବିଶେଷ ଧ୍ୟାନ ଦେବା ଉଚିତ୍ । ଆସନ୍ତୁ ଆମେ ଆମ ରାଜନଧାନୀ ଟ୍ରାଫିକ୍ର ଏକ ବାସ୍ତବ ଚିତ୍ରକଥା ଆଲୋଚନା କରିବା । ଉଦାହରଣ ସ୍ୱରୂପ ରାଜଭବନ ଠାରୁ ନନ୍ଦନକାନନ ରାସ୍ତାକୁ ନେଇ ଆଲୋଚନା କରିବା । ଏହି ରାସ୍ତାର ଟ୍ରାଫିକ ସମସ୍ୟା ଅତ୍ୟନ୍ତ ଜଟିଳ ହୋଇ ପଡ଼ିଛି । ଏହି ରାସ୍ତାରେ କିଟ୍ଛକ ପର୍ଯ୍ୟନ୍ତ ରାସ୍ତା ପାର ହେବାକୁ ତିନି ·ରିଘଣ୍ଟା ସମସୟ ଲାଗି ଯାଉଛି । ଏପରି ଭିଡ ହେଉଛି ଯେ ଆମ ସମୟର ୧୯୭୦ ଦଶକର କଟକ-ଭୁବନେଶ୍ୱର ରାସ୍ତା କଥା ମନେପଡେ । ସେହିପରି କାହାକୁ ଜଣା ନାହିଁ ଏହି ରାସ୍ତାର ଟ୍ରାଫିକ ସମସ୍ୟା କେବେ ସମାଧାନ ହେବ ତାହା ସମୟ କହିବ । ଦକ୍ଷ ଟ୍ରାଫିକ ଡିସିପି ସାଗରୀକା ନାଥ ଓ ଭୁବନେଶ୍ୱର ଡିସିପି ଅନୂପ କୁମାର ସାହୁ ଅବସ୍ୟ ସମସ୍ୟାର ସମାଧାନ କରିବାକୁ ଉଦ୍ୟମ ଅବ୍ୟାହତ ରଖିଛନ୍ତି । ଖାଲି ଏହା ଟ୍ରାଫିକ୍ ପୋଲସିର କାର୍ଯ୍ୟନୁହେଁ । ପୂର୍ତ୍ତ ବିଭାଗର ମଧ୍ୟ ଭୂମିକା ରହିଛି । ତା ସାଙ୍ଗକୁ ଅନେକ ବିଭାଗ ମଧ୍ୟ ଯୋଡି ହୋଇ ରହିଛି । ସବୁ ବିଭାଗ ସହ ସମନ୍ୱୟ ରକ୍ଷା କରାଯାଇ ସମସ୍ୟା ସମାଧାନର ବାଟ ଖୋଜାଯିବା ଉଚିତ । ଏଥି ସହ ଜନସାଧାରଣ ମଧ୍ୟ ସହଯୋଗ କରିବା ଉଚିତ୍ । ସହରର ଫୁଟପାଥ ଗୁଡ଼ିକ ଜବର ଦଖଲ ହେବା, ଅର୍ଥ ଲୋଭରେ ବି.ଏମ୍.ସି. ଯେଉଁଠି ପାଇଲା ସେଠାରେ ରାସ୍ତା ଉପରେ ପାର୍କିଂଷ୍ଟାଣ୍ଡ କରିପକାଇଲା ଫଳରେ ରାସ୍ତା ଅବରୋଧ ଓ ସଂକୁଚିତ ହେବା ସ୍ୱତଭାବିକ । ବି.ଏମ.ସି. ପାର୍କିଂ ସ୍ଥାନ ଘୋଷଣା କରିବା ପୂର୍ବରୁ ଜନସାଧାରଣଙ୍କ ସମସ୍ୟା ଅନୁଧ୍ୟାନ କରିବା ଉଚିତ୍ । ଏଥି ସହ ପୋଲିସ ବିଭାଗ ଓ ଅନ୍ୟାନ୍ୟ ସଂପୃକ୍ତ ବିଭାଗ ଗୁଡ଼ିକ ସହ ସମନ୍ୱୟ ରକ୍ଷାକରି ପାର୍କିଙ୍ଗ ସ୍ଥାନ ନିରୁପଣ କରିବା ଉଚିତ୍ । ଫଳରେ ଟ୍ରାଫିକ୍ ସମସ୍ୟା ସମାଧାନ ହୋଇ ପାରନ୍ତା ବୋଲି ଆଶା କରାଯାଏ । ପାୱାର ହାଉସ୍ ଛକ, କମିଶନରେଟ୍ ପୋଲିସ୍ ଛକ ବା ୧୨୦ ବାଟାଲିୟନ ଛକ, ଶାସ୍ତ୍ରୀ ନଗର ଛକ, କଳିଙ୍ଗଷ୍ଟାଡିୟମ ଛକ, ପାଲହାଇଟ୍ ଛକ, ଜାଭିୟର ଛକ, ନାଲକୋ ଛକ ବା କଳିଙ୍ଗହସ୍ପିଟାଲ୍ ଛକ, ଡମଣା ଛକ, ପଟିଆ ଛକ ଓ କିଟ ଛକ ଗୁଡ଼ିକ ସମସ୍ୟା ବହୁଳ ଛକ । ବିଶେଷ କରି ଜୟଦେବ ବିହାର ଛକ ଓ ପାଲ ହାଇଟି ଛକ ହିଁ ସବୁଠାରୁ ସମସ୍ୟା ବହୁଳ ଛକ । ଏହି ଦୁଇଟି ଛକ ଲୋକମାନଙ୍କ ପାଇଁ ମରଣ ଯନ୍ତାରେ ପରିଣତ ହୋଇଛି । ସାମାନ୍ୟ ଅସାବସଧାନତାରେ ଏଠାରେ ମୃତ୍ୟୁକୁ ଆମନ୍ତ୍ରଣ କରିବାକୁ ପଡେ । ଜାଭିୟର ଛକ ପରି ପାଲହାଇଟ ପାଖ କିଟ୍ରେ ଟ୍ରାଫିକ ସିଙ୍ଗନାଲ ସିଷ୍ଟମ କାର୍ଯ୍ୟକାରୀ କରାଯିବା ଉଚିତ୍ । ଏହା କାର୍ଯ୍ୟକାରୀ ହୋଇପାରିଲେ ବହୁ ଧନଜୀବନ ରକ୍ଷା ହୋଇ ପାରନ୍ତା ଆଉ ଟ୍ରାଫିକ୍ ସମସ୍ୟା ଦୂର ହୋଇ ପାରନ୍ତା । ଏଥି ସାଙ୍ଗକୁ ଌୟଦେବ ବିହାର ଛକକୁ ·ରିପଟୁରୁ ବେଆଇନ ଭାବେ ଅଟୋ ଗୁଡ଼ିକ ଜବର ଦଖଲ କରି ରଖୁଥିବାରୁ ସମସ୍ୟା ଆହୁରି ଜଟିଳ ହୋଇ ପଡୁଛି । ଯିଏ ଯେଉଁଠାରେ ଦୁଇତିନିଟି ଅଟୋ ରଖିଦେଲା ତାହା ଅଟୋ ଷ୍ଟାଣ୍ଡରେ ପରିଣତ ହୋଇଗଲା । ଏହା ଉପରେ ଯେପରି କାହାର ନିୟନ୍ତ୍ରଣ ନଥିବା ପରି ମନେହୁଏ ।
ଜାତୀୟ ରାଜପଥର ତୃଟିପୂର୍ଣ୍ଣ ଓଭରବ୍ରିଜ୍ ନିର୍ମାଣ ହିଁ ଟ୍ରାଫିକ୍ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ପ୍ରଭାବିତ କରିଛି । ଜନଜୀବନର ସୂରକ୍ଷା ପ୍ରତି ଉପହାସ କରୁଛି । ଜାତୀୟ ରାଜପଥର ଏହି ଜୟଦେବ ବିହାର ଓଭରବ୍ରିଜ୍ ଟି ଯଦି ରସୁଲଗଡ଼, ବାଣୀ ବିହାର, ଆ·ର୍ଯ୍ୟ ବିହାର, ସି.ଆର.ପି ଛକ ଶୈଳୀରେ ନିର୍ମାଣ ହୋଇଥାନ୍ତା । ତେବେ ଏଭଳି ସମସ୍ୟା କେବେ ଉପୁଜୁ ନଥାନ୍ତା । ରାଜପଥ କର୍ତ୍ତୃ ପକ୍ଷଙ୍କର ଏହି ତୃଟିପୂର୍ଣ୍ଣ ନିର୍ମାଣ ଶୈଳୀକୁ ରାଜ୍ୟସରକାର ମଧ୍ୟ ବିରୋଧ କଲେ ନାହିଁ । ଯଦିବା ଏହି ଛକଟିକୁ ଗୋଲେଇ ଛକରେ ପରିଣତ କରି ଅନ୍ୟ ଓଭରବ୍ରୀଜ୍ ଶୈଳୀରେ ନିର୍ମାଣ କରିବା ପାଇଁ ଦବର ଦଖର ଉଚ୍ଛେଦ କରାଯାଇ ସ୍ଥାନ ବାହାର କରାଗଲା କିନ୍ତୁ ହେଲା କଣ ? ନାଁ ଗୋଲେଇ ଛକ ହେଲା, ନାଁ ରାସ୍ତ ଚଉଡ଼ା ହେଲା, ନାଁ, ଫୁଟ ଓଭରବ୍ରୀଜ୍ ନିର୍ମାଣ ହେଲା, ନାଁ ଜାତୀୟ ରାଜପଥର ଆ·ର୍ଯ୍ୟ ବିହାର ଓଭରବ୍ରୀଜ୍ ଶୈଳୀରେ ନିର୍ମାଣ ହୋଇପାରିଲା? ଏହି ଜମିରେ ବା ସ୍ଥାନରେ ସୁନ୍ଦର ସହର ଗଢିବା ନିଶାରେ ନାଁ ପାର୍କିଂ ନାଁ ସୌନ୍ଦର୍ଯ୍ୟ କରଣ କିଛି ହୋଇ ପାରିଲା ନାହିଁ । ବରଂ ଟ୍ରାଫିକ୍ ସମସ୍ୟା ବଢାଇବା ପାଇଁ ସମସ୍ୟା ସୃଷ୍ଟି କରିଦିଆଗଲା । କିଛି ଜାଗାକୁ ଗୋଟିଏ ଅଟୋ ଷ୍ଟାଣ୍ଡକୁ ଲିଜ୍ ଦିଆଗଲା । ଯାହାକି ରାଜଧାନୀରେ ଅନ୍ୟ କୌଣସି ସ୍ଥାନରେ ଏପରି ଦେଖିବାକୁ ମିଳେ ନାହିଁ । ଷ୍ଟାଣ୍ଡ ଗୁଡ଼ିକୁ ଏପରି ନିର୍ଦ୍ଦିଷ୍ଟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦିଆଯିବାର ଦେଖାଯାଏ ନାହିଁ । ଜୟଦେବ ବିହାର ଛକ ଉପରେ ଏନ୍ ଏକ ଠାରୁ ଏନ୍ ଛଅ ଅଞ୍ଚଳ, ଜୟଦେବ ବିହାର ଅଞ୍ଚଳ, ଆ·ର୍ଯ୍ୟ ବିହାର କିଛି ଅଞ୍ଚଳ, ନନ୍ଦନକାନନ ଠାରୁ ରାଜଭବନ ପର୍ଯ୍ୟନ୍ତ ଥିବା ଅଞ୍ଚଳର ଲୋକମାନେ ବିଭିନ୍ନ ସ୍ଥାନକୁ ଯାତାୟତ ପାଇଁ ନିର୍ଭର କରିଥାନ୍ତି ।
ରାଜଭବନ ଠାରୁ କଳିଙ୍ଗଷ୍ଟାଡିୟମ ଛକ ପର୍ଯ୍ୟନ୍ତ ରାସ୍ତାର ଟ୍ରାଫିକ ବ୍ୟବସ୍ଥା ଅତ୍ୟକ୍ତ ସୁନ୍ଦର ପରି·ଳନା ହେଉଥିବା ବେଳେ ଜୟଦେବ ବିହାର ଛକ ହିଁ ସମସ୍ୟା ବହୁଳ ଛକ । ଏହି ଛକ ଜନସାଧାରଣଙ୍କ ପାଇଁ ମରଣ ଯନ୍ତାରେ ପରିଣତ ହୋଇ ଯାଇଛି ।
ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ତୃଟି ପୂର୍ଣ୍ଣ ଓଭର ବ୍ରିଜ ନିର୍ମାଣ ଫଳରେ ଜନସାଧାରଣଙ୍କୁ ଦୁର୍ଦ୍ଦଶାର ସମ୍ମୁଖିନ ହେବାକୁ ପଡୁଥିବାବେଳେ ପ୍ରଶାସନକୁ ମଧ୍ୟ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଓଭରବ୍ରିଜ୍ ରୁ ସ୍ଲାବ ଖସି ଧନଜୀବନ ନଷ୍ଟ ହେଉଛି । ସଦାସର୍ବଦା ଏନ୍.ଏଚ୍.ଆଇ, କର୍ତ୍ତୃପକ୍ଷ କୁମ୍ଭକର୍ଣ୍ଣ ନିଦରେ ।
ଜୟଦେବ ବିହାର ଛକରେ ପ୍ରତ୍ୟେକ ଦିନ ପ୍ରବଳ ଜନ ସମାଗମ ଓ ଯାତାୟତକୁ ଦୃଷ୍ଟିରେ ରଖି ଆମ ପ୍ରୀୟ ମୁଖ୍ୟମନ୍ତ୍ରୀଙ୍କ ଶାସନକାଳରେ ଓ ତାଙ୍କର ନିର୍ଦ୍ଦେଶରେ ଜୟଦେବ ବିହାର ଛକରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଶାରଦା ନାୟକଙ୍କ ଦ୍ୱାରା ଫୁଟ ଓଭର ବ୍ରୀଜ୍ ନିର୍ମାଣ ଲାଗି ବହୁ ଆଡମ୍ବରପୂର୍ଣ୍ଣ ଉତ୍ସବରେ ଶୂଭ ଦିଆଯାଇଥିଲା । ତାହା ପୁଣି ବୋଧେ ସ୍ୱାୟତ ଶାସନ ଦିବସରେ । ଅଟୋ ଷ୍ଟାଣ୍ଡ ସମ୍ମୁଖରେ ଏହି ଶୁଭ ଦିଆଯାଇଥିଲା । ଅପର ପାଶ୍ୱର୍ରେ ସୋମୁକେଫ୍ ପାଖରେ ଥବା କିଛି ସ୍ଥାନରୁ ମଧ୍ୟ ଜବର ଦଖଲ ଉଚ୍ଛେଦ କରାଯାଇଥିଲା ।
କେଉଁ କାରଣରୁ ବା କୌଣସି ଅଦୃଶ୍ୟ ଶକ୍ତିର ·ପରେ କାହାର ସ୍ୱାର୍ଥରକ୍ଷା ପାଇଁ ହଜାର ହଜାର ଲୋକ ମାନଙ୍କର ସ୍ୱାର୍ଥକୁ ଜଳାଞ୍ଜଳୀ ଦେଇ ଜୟଦେବ ବିହାର ଛକ ଠାରୁ ବହୁ ଦୂରରେ ପାଲ ହାଇଟି ସ୍ମୁଖରେ ଏହି ଫୁଟ ଓଭର ବ୍ରିଜ୍ ନିର୍ମାଣ କରାଗଲା ଯେଉଁଠାରେ କି କୁଆ କି କୋଇଲି ବି ଦଖାଯାଏ ନାହିଁ । କୌଣସି ଆଖି ଦୃଶିଆ ଯାତ୍ରୀ ସେହି ଫୁଟ ଓଭର ଦେଇ ଯାହାୟତ କରିବାର ଦେଖାଯଏ ନାହିଁ । ବରଂ ଜୟଦେବ ବିହାର ଛକରେ ପ୍ରବଳ ଯାତ୍ରୀ ଯାତାୟତ ହେଉଥିବା ବେଳେ ଯାତ୍ରୀମାନେ ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣାର ସମ୍ମୁଖିନ ହେବା ସଙ୍ଗେ ସଙ୍ଗେ ଦୁର୍ଘଟଣାରେ ଆହତ ହୋଇ କିଏ ମୃତ୍ୟୁ ବରଣ କଲାଣିତ କିଏ ଅକର୍ମଣ୍ୟ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛି । ଆଉ ଯାତାୟତ କରୁଥିବା ଲୋକମାନଙ୍କୁ କେତେବେଳେ ମୃତ୍ୟୁର ସମ୍ମୁଖିନ ହେବାକୁ ପଡ଼ିବ ସେହି ଶଙ୍କା ଓ ଆଶଙ୍କାରେ ଲୋକମାନେ ଦୈନନ୍ଦିନ ଜୟଦେବ ବିହାର ଛକ ପାର ହୋଇଥାନ୍ତି । କେଉଁ କାରଣରୁ ଏଠାରେ ଫୁଟ ଓଭରବ୍ରୀଜ୍ ନିର୍ମାଣ କରାନଯାଇ ଛକଠାରୁ ବହୁ ଦୂର ପାଲହାଇଟି ପାଖରେ ନିର୍ମାଣ କରାଗଲା ତାହା ଆଜି ପର୍ଯ୍ୟନ୍ତ ପ୍ରଶ୍ନବାଚୀ ହୋଇ ରହିଯାଇଛି । ସେହି ଓଭର ବ୍ରୀଜ ଲୋକ ମାନଙ୍କର କେଉଁ ଉପକାରରେ ଆସୁଛି ବୋଲି ପ୍ରଶ୍ନ ଉଠୁଛି ।
ଜାତୀୟ ରାଜପଥର ଏହି ତୃଟିପୂର୍ଣ୍ଣ ଓଭରବ୍ରୀଜ୍ ନିର୍ମାଣ ପାଇଁ ଆଜି ପର୍ଯ୍ୟନ୍ତ ଦୂରଗାମୀ ବସ୍ ଗୁଡ଼ିକ ଧରିବା ପାଇଁ ଜୟଦେବ ବିହାରଠାରେ ଆଜି ପର୍ଯ୍ୟନ୍ତ ଏକ ସୁରକ୍ଷିତ ଓ ସୁନ୍ଦର ବସ୍ଷ୍ଟପ୍ ଟିଏ ର୍ନିମାଣ ହୋଇ ପାରିଲା ନାହିଁ । କିଟ୍, ପଟିଆ, ଶୈଳଶ୍ରୀ ବିହାର, ଇନ୍ଫୋସିଟି, ଡମଣା, ରେଳବିହାର, ବିଡିଏ କଲୋନୀ, ହାଉସିଂବୋର୍ଡ କଲୋନୀ, ଚନ୍ଦ୍ରଶେଖରପୁର ଅଞ୍ଚଳର, ଜୟଦେବ ବିହାର ଏନ୍ ୱାନ୍ ଠାରୁ ଏନ୍ ଛଅ ଅଞ୍ଚଳ, ଡିଟାଇପ୍ ସରକାରୀ କଲୋନୀ, ଆଇ.ଡି.ସି. କଲୋନୀ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି । ଏହି ଅଞ୍ଚଳର ପ୍ରଭୃତି ବିସ୍ତୃତ ଅଞ୍ଚଳ ଓଭରବ୍ରୀଜ ନିର୍ମାଣ ପରଠାରୁ ସୁବିଧା ପାଇ ପାରିଲେ ନାହିଁ । ଲୋକମାନେ ନିରୁପାୟ ହୋଇ ଜୟଦେବବିହାର ଓଭରବ୍ରୀଜ୍ ଆରମ୍ଭରୁ ବା ପ୍ରଥମ ମୁଣ୍ଡରେ ଲୋକମାନେ ଅସୁରକ୍ଷିତ ଭାବେ ଆଚାର୍ଯ୍ୟ ବିହାର ଅଞ୍ଚଳର ସେହି ଅନ୍ଧାରୁଆ ସ୍ଥାନରେ, ଖୋଲା ଆକାଶ ତଳେ ଝଡ଼ବର୍ଷା, ଶୀତ, କାକରକୁ ଅସହାୟ ଭାବେ ସହ୍ୟ କରି ଦୂରଗାମୀ ବସ ଗୁଡ଼ିକୁ ଅପେକ୍ଷା କରିବା ଫଳରେ ତାହା ସ୍ୱତ୍ତ ପ୍ରବୃତ୍ତଭାବେ ସମୟାନୁ କ୍ରମେ ଜୟଦେବ ବିହାର ବସ୍ ଷ୍ଟାଣ୍ଡରେ ପରିଣତ ହୋଇଗଲା । କିନ୍ତୁ ଜୟଦେବ ବିହାର ଛକ ଠାରୁ ବହୁ ଦୂରରେ ଗଢି ଉଠିଥିବା ଅସୁରକ୍ଷିତ ଓ ବିପଦସଂକୁଳ ଏହି ବସ୍ ଷ୍ଟପ୍କୁ ବର୍ଷ ବର୍ଷ ଧରି ଅନ୍ଧକାର ଭିତରେ ଯାତ୍ରୀମାନେ ଯାତାୟତ କରିବା ସହ କେତେ ଯେ ମହିଳା ଯାତ୍ରୀ ଅସାମାଜିକ ତତ୍ୱ ମାନଙ୍କର ସମ୍ମୁଖନ ହେବା ସହିତ ପୁରୁଷ ଓ ମହିଳା ଯାତ୍ରୀମାନଙ୍କର ଧନ ଜୀବନ ନଷ୍ଟ ହୋଇଛି ଅନ୍ଧକାରର ଛାତି ଭିତରେ ବୋଧେ ତାହା ସମାଧିସ୍ଥ ହୋଇଯାଇଛି ।
ଲୋକମାନଙ୍କର ଏହି ବିପଦ ପୂର୍ଣ୍ଣ ବସ୍ ଷ୍ଟପ୍ଟି ପ୍ରତି ଦୀର୍ଘବର୍ଷ ହେଲା ନାଁ ସରକାର ନାଁ ବି.ଏମ.ସି. ନାଁ ବିଡିଏ, ନାଁ ସାଧାରର ପ୍ରଶାସନ, ନାଁ ପୂର୍ତ୍ତ ବିଭାଗ, ନାଁ ପୋଲିସ ବିଭାଗର ଦୃଷ୍ଟି ପଡ଼ିଛି । ନାଁ ରାଜନେତା ମାନଙ୍କର । ପ୍ରତ୍ୟେକ ଦିନ ସେହି ବସ୍ଷ୍ଟପ ଦେଇ ରାଜନେତା ମାନେ ଗାଡ଼ି ମୋଟରରେ ଯାତାୟତ କରୁଥିଲେ ବି ସେମାନଙ୍କର ଦୃଷ୍ଟି ଗୋଚର ହୁଏ ନାହିଁ, ନାଁ ସ୍ଥାନୀୟ ରାଜନେତା ନାଁ, କରର୍ପୋରେଟର ମାନଙ୍କର ଦୃଷ୍ଟି ପଡେ । ଖୋଲା ଆକାଶ ତଳେ, ରିଜିଓନାଲ ରିସର୍ଚ୍ଚ ଲାବୋରେଟାରୀ (ଆର୍.ଆର୍.ଏଲ୍) ପାଚେରି ଗେଟ୍ ନିକଟରେ ଅନ୍ଧକାର ଭିତରେ ବର୍ଷବର୍ଷ ଧରି ବସ୍ଯାତ୍ରୀ ମାନଙ୍କର ଭିଡ ଜମି ଆସୁଛି । ନାଁ ସେଠାରେ ଅଛି ବି.ଏମ୍ସି.ର ଲାଇଟ୍, ନାଁ ପୋଲିସ ର ପହରା । ନାଁ ଯାତ୍ରୀ ମାନଙ୍କ ପାଇଁ କିଛି ବ୍ୟବସ୍ଥା । ସବୁ ଦୁଃଖଠାରୁ ରାତ୍ରୀକାଳୀନ ଦୁଃଖ ବଳି ଯାଇଥାଏ ଯାତ୍ରୀବାହୀ ବସ ଗୁଡ଼ିକ ତଳରାସ୍ତାରେ ଜୟଦେବ ବିହାର ଓଭରବ୍ରୀଜ ନିକଟକୁ ନଆସି ଯାତ୍ରୀ ମାନଙ୍କୁ ଅନ୍ଧାକର ମୟ ଶୁନ୍ଶାନ୍ ରାସ୍ତ ଓ ପୋଲ ମୁଣ୍ଡରେ ଓହ୍ଲାଇ ଦେଇଥାନ୍ତି । ସବୁଠାରୁ ବେଶୀ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି ଏକୁଟିଆ ଆସୁଥିବା ମହିଳା ଯାତ୍ରୀମାନେ । ସେମାନଙ୍କ ଅବସ୍ଥା କଣ ଯେ ହେଉଥିବ ତାହା ବେଶ ଅନୁମେୟ ।
ନିକଟ ଅତିତରେ ବର୍ତ୍ତମାନ ସେହି ବସଷ୍ଟାଣ୍ଡଟି କ୍ରାଉନ୍ ହୋଟେଲ୍ ନିକଟକୁ ଉଠାଇ ଦିଆଯାଇଛି । କିନ୍ତୁପୂର୍ବପରି ସେଠାରେ ସମାନ ସ୍ଥିତି । କ୍ରାଉନ୍ ହୋଟେଲ ପାଖ ବସ୍ଷ୍ଟାଣ୍ଟଟି କିଛି ମାତ୍ରାରେ ସୁବିଧା ଥିଲାପରି ମନେ ହେଉଥିଲେ ମଧ୍ୟ ତାହା ଦୂରତ୍ୱ ଦୃଷ୍ଟିରୁ ଅଧିକ । ଏଥି ସହ କ୍ରାଉନ୍ ହୋଟେଲ ବସ୍ଷ୍ଟପ୍ର ଅପରପାଶ୍ୱର୍ରେ ଥିବା ଜନଶୂନ୍ୟ ସ୍ଥାନରେ ବସ୍ ଷ୍ଟପ୍ ପାଇଁ କୌଣସି ବ୍ୟବସ୍ଥା ନାହିଁ । ସେଠାରେ ବସ୍ ବେ! ବା ବସ୍ ଷ୍ଟପ୍ ସେଡ୍ ନିର୍ମାଣ ହୋଇନାହିଁ । ଆଲୋକ ନାହିଁ । ସୁରକ୍ଷା ପାଇଁ ବ୍ୟବସ୍ଥା ନାହିଁ । ସେହି ଅବ୍ୟସ୍ଥିତ ବସ୍ ଷ୍ଟପ୍ଟିକୁ ଯିବା ଲାଗି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜପଥ ପାରହେବା ପାଇଁ ଭୂତଳରାସ୍ତା କି ଫୁଟ୍ ଓଭରବ୍ରୀଜ ନାହିଁ । ମଝିରେ ପୁଣି ଡିଭାଇଡର୍ ବାରିକେଟ ନିର୍ମାଣ ହୋଇଛି । ତେବେ ଯାତ୍ରୀମାନେ ଗୋଟିଏ ପାଖରୁ ଅନ୍ୟପାଖକୁ ରାସ୍ତା ପାର ହେବେ କିପରି? ଜାତୀୟ ରାଜପଥ ଉପରେ ବସ ରହିବା ଫଳରେ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି । ଏହି ସବୁ ଜଟିଳ ସମସ୍ୟା ଗୁଡ଼ିକ ଦୃଷ୍ଟିରେ ରଖି ପ୍ରଶାସନ ଓ ସମ୍ପୃକ୍ତ ବିଭାଗଗୁଡ଼ିକ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ସମସ୍ୟା ଗୁଡ଼ିକର ସମାଧାନ କରିପାରିଲେ ଲୋକମାନେ ଉପକୃତ ହୋଇ ପାରନ୍ତେ । ଇଏତ ଗୋଟିଏ ରାସ୍ତା ବା ଅଞ୍ଚଳର ଉଦାହରଣ ମାତ୍ର । ରାଜଧାନୀର ଅନେକ ଅଞ୍ଚଳର ଲୋକମାନେ ଟ୍ରାଫିକ୍ ସମସ୍ୟାଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତାହାର ସମାଧାନ ହେବା ଆବଶ୍ୟକ । ଜୟଦେବ ବିହାର ଓଭରବ୍ରୀଜ୍ ଦୁଇପଟରେ ରାସ୍ତା ଖୋଲାଯାଇଥିଲା ଓ ଟ୍ରାଫିକ୍ ସିଗ୍ନାଲ ଲାଇଟ ବ୍ୟବସ୍ଥା ମଧ୍ୟ ·ଲୁ କରାଯାଇଥିଲା । ବସ୍ ଗୁଡ଼ିକୁ ସର୍ଭିସ୍ ରୋଡରେ ଯାତ୍ରୀମାନଙ୍କର ସୁବିଧା ଲାଗି ଯାତାୟତ ପାଇଁ ବ୍ୟବସ୍ଥା କରାଯାଇଥିଲା । ଏହି ବ୍ୟବସ୍ଥାକୁ ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା । କିନ୍ତୁ କଣ ହେଲା କେଜାଣି ଏହି ବ୍ୟବସ୍ଥାକୁ ବନ୍ଦ କରି ଦିଆଗଲା । ଏବଂ ବହୁଦୂର ପାଲହାଇଟ୍ ଠାରେ ରାସ୍ତା କଟକରା ଯାଇ ଯାତାୟତ କରିବାକୁ ବାଧ୍ୟ କରାଗଲା । ଯାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହେଉଛି । ଫଳରେ ବସ୍ ଗୁଡ଼ିକ ଆଉ ତଳ ରାସ୍ତାରେ ଆସିଲେ ନାହିଁ । କିନ୍ତୁ ଖାଲି ରାସ୍ତାକଟ୍ କରିଦେଲେ ସମସ୍ୟାର ସମାଧାନ ହୋଇଗଲା ତାହା ନୁହେଁ ବରଂ ଟ୍ରାଫିକ୍ ବ୍ୟବସ୍ଥାକୁ ଏହି ରାସ୍ତା କଟ୍ ଜଟିଳ କରିଦେଲା । ଏଠାରେ ସରକାରୀ ଜାଗାଥିଲେ ମଧ୍ୟ ଏହି କଟ୍ରାସ୍ତାକୁ ଚଉଡା କରାଗଲା ନାହିଁ । ଏଠାରେ ଟ୍ରାଫିକ୍ ବ୍ୟବସ୍ଥା କରାଗଲା ନାହିଁ । ଏଠାରେ ଟ୍ରାଫିକ୍ ସିଗ୍ନାଲ ଲାଇଟ ସ୍ଥାପନ କରାଗଲା ନାହିଁ । ଏପରିକି କଟ୍ଟି ଏତେ ଛୋଟଯେ ସେହି କଟ୍ରେ ଗୋଟିଏ ବଡ଼ ବସ୍ କି ଟ୍ରକ ଯାତାୟତ କରିବା ବା ବୁଲିବା ସମ୍ଭବପର ହେଉନାହିଁ । କଟ୍ରେ ଟ୍ରାଫିକ୍ ପୋଲିସ ନଥିବାରୁ ଚନ୍ଦ୍ରଶେଖରପୁର ଓ ନାଲ୍କୋଛକ ଆଡୁ ଆସୁଥିବା ଦୃତଗାମୀ ଯାନବାହାନ ଗୁଡ଼ିକ ନିଜର ନିୟନ୍ତ୍ରଣ ହରାଇ ବସୁଛନ୍ତି । ଜୟଦେବ ବିହାର ପଟୁ ଯାଉଥିବା ଯାନବାହାନ ଗୁଡ଼ିକ ରାସ୍ତା କଟ୍ ବୁଲିବା ବେଳେ ନାଲୋକ ଛକ ଆଡୁ ଦୃତଗତିରେ ଆସୁଥିବା ଯାନବାହାନ ଗୁଡ଼ିକ ହଠାତ୍ ନିଜର ନିୟନ୍ତ୍ରଣ ହରାଇ କଟ୍ ବୁଲୁଥିବା ଯାନବାହାନ ଗୁଡ଼ିକ ସହିତ ଧକ୍କା ହେବା ଫଳରେ ବହୁ ଧନଜୀବନ ନଷ୍ଟ ହେଉଛି । ତେଣୁ ଏ ଦିଗ ପ୍ରତି ପୋଲିସ୍ ପ୍ରଶାସନ ଦୃଷ୍ଟି ଦେବା ଉଚିତ୍ ଓ ସିଗ୍ନାଲ ଲାଇଟ୍ ସିଷ୍ଟମକୁ କାର୍ଯ୍ୟକାରୀ କରିବା ଉଚିତ୍ । ଫଳରେ ବହୁଧନ ଜୀବନ ସୁରକ୍ଷିତ ହୋଇପାରିବ ।
ଜୟଦେବ ବିହାର ଓଭରବ୍ରିଜ୍ ଠାରୁ କ୍ରାଉନ୍ ହୋଟେଲ ଆଡକୁ ଯାଇଥିବା ରାସ୍ତାଟି ଆଇ.ଡସି କଲୋନୀ, କ୍ରାଉନ୍ ହୋଟେଲ, ଏନ୍ ଛ, ଏନ୍ ପାଞ୍ଚ ଅଞ୍ଚଳ, ଡିଟାଇପ୍ ସରକାରୀ କଲୋନୀ ପାଇଁ ତାହା ଥିଲା ଏକମାତ୍ର ଯାତାୟତ ରାସ୍ତା କିନ୍ତୁ ସେହି ରାସ୍ତାକୁ ବର୍ତ୍ତମାନ “ୱାନ ୱେ” ବା ଏକ ତରଫା ରାସ୍ତା, ରେ ପରିଣତ କରି ଦିଆଗଲା । ଫଳରେ ଏହି ଅଞ୍ଚଳର ଲୋକମାନଙ୍କର ରାସ୍ତାକୁ ଲାଗି ଘରର ମୁଖ୍ୟ ପ୍ରବେଶ ପଥ ଥିବାରୁ ବର୍ତ୍ତମାନ ସେମାନେ ଏକ ରକମ୍ର ଗୃହବନ୍ଦୀ ଭାବେ ଜୀବନ ଯାପନ କରୁଛନ୍ତି । ବାଧ୍ୟହୋଇ ରଙ୍ଗୱେ ବା ୱାନ୍ୱେ (ଏକ ତରଫା) ରାସ୍ତାରେ ଯାତାୟତ କରୁଛନ୍ତି । ଜାତୀୟ ରାଜପଥ ଦୋହରିକରଣ ସମୟରେ ଏହି ବାସିନ୍ଦାମାନଙ୍କ ଯାତାୟତ ପାଇଁ ଏନ୍.ଏଚ୍.ଆଇ ରୁ ଏକ ସର୍ଭିସ୍ରୋଡ ଦିଆଯାଇ କ୍ରାଉନ୍ହୋଟେଲ ଠାରୁ ଓଭର ବ୍ରିଜ୍ ପର୍ଯ୍ୟନ୍ତ ପାଚେରୀ ନିର୍ମାଣ କରାଯାଇ ଅପର ପାଶ୍ୱର୍ ରାସ୍ତାକୁ ୱାନୱେ ରାସ୍ତ ବା ଏକ ତରଫା ରାସ୍ତାରେ ପରିଣତ କରାଯିବ ବୋଲି ଶୁଣାଯାଇଥିଲା । କଲୋନୀ ବାସିନ୍ଦାଙ୍କ ରାସ୍ତ ପୂର୍ବ ପରି ତାହା ରାଜ୍ୟପୂର୍ତ୍ତ ବିଭାଗ ଅଧିନରେ ରହିବ । ଏବଂ ଅପର ପାଶ୍ୱର୍ର ରାସ୍ତା ଜାତୀୟ ରାଜପଥ ଅଧିନରେ ସର୍ଭିସ୍ ରୋଓ ଭାବେ ରହିବ । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ । କି ଏଦିଗରେ ସରକାର କି ପୂର୍ତ୍ତ ବିଭାଗ କେହି ହେଲେ ଚିନ୍ତା କଲେ ନାହିଁ । କି ପ୍ରତିକାର ବ୍ୟବସ୍ଥା କଲେ ନାହିଁ । ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା ହେବା ଉଚିତ୍ । ବର୍ତ୍ତମାନର ପୂର୍ତ୍ତ ବିଭାଗ ୩ ଡିଭିଜନର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ହିମାଂଶୁ ଶେଖର ଷଡଙ୍ଗୀ ଏଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ଅଞ୍ଚଳବାସୀ ମାନେ ଆଶା ରଖିଛନ୍ତି ।
ନୂତନ ଆଇନକୁ କାର୍ଯ୍ୟକାରୀ କରିବାକୁ ହେଲେ ଜନସାଧାରଣଙ୍କର ମୌଳିକ ସମସ୍ୟା ଗୁଡ଼ିକ ପ୍ରତି ସରକାର ଓ ସମ୍ପୃକ୍ତ ବିଭାଗ ଗୁଡ଼ିକ ଚିନ୍ତା କରିବା ଉଚିତ୍ । ଏଥିପାଇଁ ଭିତ୍ତିଭୂମୀ ପ୍ରସ୍ତୁତ କରିବା ସହ ଲୋକ ମାନଙ୍କୁ ପରିବହନ ବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ସୁବିଧା ସୁଯୋଗ ଯୋଗାଇ ଦେବା ଉଚିତ୍ ।
ଜନସାଧାରଣ, ପ୍ରଶାସନ, ସଂପୃକ୍ତ ବିଭାଗ ଗୁଡ଼ିକ ମଧ୍ୟରେ ସୁସମ୍ପର୍କ ଓ ସମନ୍ୱୟ ରକ୍ଷା କରାଯାଇ କାର୍ଯ୍ୟ କରାଯାଇ ପାରିଲେ ରାଜଧାନୀର ଟ୍ରାଫିକ୍ ସମସ୍ୟା ଦୂର ହୋଇଯିବା ସହିତ ବହୁଧନ ଜୀବନ ରକ୍ଷା ହୋଇପାରିଥାନ୍ତା ।
ଜନସାଧାରଣ ମଧ୍ୟ ଟ୍ରାଫିକ୍ ନିୟମ ସମ୍ପର୍କରେ ସଚେତନ ହେବା ଉଚିତ୍ । ମୋ ମତରେ “ଏହି ପରି ସ୍ଲୋଗାନ ଗୁଡ଼ିକ ପରସ୍ପର ମଧ୍ୟରେ ବାଣ୍ଟିବା ଉଚିତ୍ ।
(କ) ଟ୍ରାଫିକ୍ ନିୟମ ପାଳନ କରନ୍ତୁ ।
ନିଜକୁ ସୁରକ୍ଷିତ ରଖନ୍ତୁ ।
(ଗ) ଟ୍ରାଫିକ୍ ନିୟମ ନିଜେ ବୁଝନ୍ତୁ
ଅନ୍ୟଙ୍କୁ ବୁଝାନ୍ତୁ ।
(ଙ) ପୋଲିସ୍ ଆମର ସୁରକ୍ଷା କବଚ
ପୋଲିସର ଟେକ ଓ ସମ୍ମାନ
ଆମେ ରଖିବା ଉଚିତ୍ ।
(ଛ) ଆଇନକୁ ପାଳନ କରିବା
ପୋଲିସ କୁ ସମ୍ମାନ ଦେବା ।

ହଳଧର ଧୀର

ବରିଷ୍ଠ ସାମ୍ବାଦିକ
ଭୁବନେଶ୍ୱର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ