ଟ୍ରେନ ଲାଇନ୍ କଡରୁ ଯୁବକଙ୍କ ଶବ ଉଦ୍ଧାର

ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଗ୍ରାମ ପଞ୍ଚାୟତ ହାଟ ନିକଟରେ ନାଲକୋ ରେଳ ଧାରଣା କଡରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି l ସୂଚନା ମୁତାବକ ଗତକାଲି ରାତିରେ ଗୋତମରା ଗ୍ରାମ କିଶୋରୀ ବିଶ୍ଵାଳଙ୍କ ପୁଅ ରାଜେଶ ବିଶ୍ଵାଳଙ୍କ (18) ପାଇଖାନା କରିବାକୁ ଆସିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି l ଏ ନେଇ  ନାଲକୋ ଟ୍ରେନ ଧକ୍କା ଦେଇଥିବା ବଅଁରପାଳ ଥାନାରେ ଏକ ଏତଲା ଦିଆଯାଇଛି l ଘଟଣା ସ୍ଥଳରେ ପୁଲିସ ପହଂଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ କରାଇବାକୁ ପଠାଇ ଥିଲେ l ସ୍ଥାନୀୟ ବିଧାୟକ ରଜନୀକାନ୍ତ ସିଂହ, ବିଧାୟକ ପ୍ରାର୍ଥୀ ବିପ୍ଳବ ଜେନା, ବିଧାୟକ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୃତକଙ୍କ ପରିବାରକୁ ଭେଟି କ୍ଷତିପୂରଣ ସହ ସ୍ଥାୟୀ ନିଯୁକ୍ତି ଦାବି କରିଥିଲେ l ପୁଲିସ ଅଧିକ ତଦନ୍ତ ଜାରି ରଖିଛି l କ୍ଷତିପୂରଣ ଦାବୀରେ ଗ୍ରାମବାସୀଙ୍କ ତରଫରୁ ଧାରଣା ଦିଆଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ