ଠାକୁରାଣୀ ଯାତ୍ରା ଦଶମ ଦିନରେ : ଚର୍ଚ୍ଚ ରୋଡ଼ ଅଂଚଳ କୁ ବୁଲି ଭୋଗ ଗ୍ରହଣ କଲେ ମା ରାମାୟାଣାମ୍ମା ଠାକୁରାଣୀ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ର ଅଧିଷ୍ଠାତ୍ରୀ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ରେ ମାଙ୍କ ନଗରପରିକ୍ରମା ଜାରି ରହିଛି l ରବିବାର ମାଙ୍କ ଯାତ୍ରା ଦଶମ ଦିନରେ ପହଂଚିଛି । ମା ରାମାୟାଣାମ୍ମାଙ୍କ ଘଟ ରାତ୍ରି ରେ ଚର୍ଚ୍ଚ ରୋଡ଼ ଅଂଚଳ ପରିକ୍ରମା ଭକ୍ତ ମାନଙ୍କ ଘରକୁ ଘର ଯାଇ ଭୋଗ ଗ୍ରହଣ କରିଛନ୍ତି । ପୂର୍ବାହ୍ନରେ ରିତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ଯିବା ଦହି ଭାତ ଭୋଗ କରାଯାଇଥିଲା । ପରେ ପାରମ୍ପରିକ ରିତୀ ନିତୀ ଅନୁଯାୟୀ ମାଙ୍କ ପୂଜାର୍ଚ୍ଚନା କରାଯିବା ଆଳତୀ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରେ ମା ଅସ୍ଥାୟୀ ମଣ୍ଡପରୁ ବାହାରି ଏକ ବିରାଟ ପଟୁଆରରେ ସହରର ଚର୍ଚ୍ଚ ରୋଡ଼ ଅଂଚଳ କୁ ଯାଇ ଭୋଗ ଗ୍ରହଣ କରିଥିଲେ । ମାଙ୍କ ଏହି ଯାତ୍ରା ଦେଖିବା ପାଇଁ ଛତ୍ରପୁର ସହର ଏବଂ ଆଖପାଖ ଅଂଚଳରୁ ବହୁ ଭକ୍ତଙ୍କ ଜନ ସମାଗମ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଯାତ୍ରା କମିଟିର ମ୍ୟାନେଜର କେ. ଚନ୍ଦ୍ର ଶେଖର ରାଓ (ଶେଖ) ଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ପରିଚାଳନା କରିଥିଲେ ।