ଠାକୁର ଶ୍ରୀ ଅଭିରାମ ପରମହଂସଙ୍କ ୧୨୨ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ):ପୁରୀ ଜିଲ୍ଲା କଣାସ ବ୍ଲକ କରମଳା ଶାନ୍ତି ଆନନ୍ଦ ଆଶ୍ରମ ଠାରେ ଥିବା ଠାକୁର ଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରତି ବର୍ଷପରି ଚଳିତ ବର୍ଷ ୧୨୨ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରତି ବର୍ଷ ପରି ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ଭିଡ କମ୍ ସଂଖ୍ୟାରେ ଦେଖିବାକୁ ମିଳିଥିଲା । କାରଣ କଣାସ ଅଞ୍ଚଳରେ ଝାଡା ବାନ୍ତି ଲାଗି ରହିଥିବାରୁ ପ୍ରଶାସନ ପକ୍ଷରୁ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନଙ୍କର ରହିବା ,ଖାଇବା ଓ ଅର୍ଣ୍ଣଛାତ୍ର ଉପରେ ସମ୍ପୂର୍ଣ କଟକଣା କରାଯାଇଥିଲା ।କେବଳ ଶ୍ରଦ୍ଧାଳୁ ଭକ୍ତମାନେ ଠାକୁରଙ୍କ ଦର୍ଶନ କରି ଚାଲିଯିବା ପାଇଁ କୁହାଇଥିଲା ।ଚାରି ଦିନ ବ୍ୟାପି ଆଶ୍ରମ ପରିସରରେ ନାମ ସଂକୀର୍ତ୍ତନ, ଘୃତ ଜଜ୍ଞ ,ଅଭିରାମରାମ ଲୀଳା,ପ୍ରବଚନ,ଭଜନ ଓ ପୂଜା ପାଠ ଆଦି ଅନୁଷ୍ଠିତ ହୋଇଥିଲା ।ଚଳିତ ବର୍ଷ ବ୍ରହ୍ମମୃହତ୍ତର ପ୍ରାତଃ ସମୟରୁ ଠାକୁର ଶ୍ରୀ ଅଭିରାମ ପରମହଂସଙ୍କ ନିତିକାନ୍ତି ଯଥା ସମାଧିପୀଠ, ମୁଖ୍ୟ ମନ୍ଦିର ଏବଂ ପୂର୍ଣ୍ଣମାସୀ ମନ୍ଦିରରେ ଧୁମ୍ ଧାମରେ ପୂଜାର୍ଚ୍ଚନା କରାଯାଇଥିଲା ।ପ୍ରକାଶଥାଉକି ଅଭିରାମ ପରମହଂସ ଥିଲେ ଜଣେ ଧର୍ମଗୁରୁ, ଆଧ୍ୟାତ୍ମିକ କବି,ସ୍ବାଧୀନତା ବିପ୍ଳବି ଓ ଯୋଗଜନ୍ମା ପୁରୁଷ ଭାବେ ବେଶ ପରିଚିତ । ଆଶ୍ରମ ପକ୍ଷରୁ ସମସ୍ତ ସାଧୁ ସନ୍ଥ ଦ୍ଵାରା ଠାକୁରଙ୍କ ଜନ୍ମ ଜୟନ୍ତୀ ପାଇଁ ବିଶେଷ ରିତିନୀତିରେ ପୂଜାବିଧି ଆୟୋଜନ କରାଯାଇଥିଲା । ଭକ୍ତମାନଙ୍କ ସୁରକ୍ଷା ଦୁଷ୍ଟିକୋଣରୁ ଗାଡିଶାଗୋଦା ଥାନା ଅଧିକାରୀ ଦୂର୍ଗା ଚରଣ ମହାପାତ୍ର ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଶୃଙ୍ଖଳା ଭାବେ କାର୍ଯୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ