ଠିକା କେମ୍ପରେ ପଶି ୪ ଗାଡି ଜାଲିଦେଲେ ମାଓବାଦୀ
କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :-ଭବାନୀପାଟଣା ଠାରୁ ୧୫ କିମି ଦୂର ସଦର ବ୍ଲକ ଅନ୍ତର୍ଗତ ଯୁଗସାଇପାଟଣା ପୋଖରୀ ଘାଟି ମନସ୍କା ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ରେ ରାସ୍ତା ନିର୍ମାଣ ରେ ନିୟୋଜିତ ଠିକା କେମ୍ପ ର ୨ ଟି ଟ୍ରାକ୍ଟର ଗୋଟିଏ ଟିପର ଓ ଗୋଟିଏ ଯେସିବି କୁ ସିପିଆଇ ମାଓବାଦୀ ଓଡିଶା ରାଜ୍ୟ କମିଟି ପକ୍ଷରୁ ପୋଡି ଦିଆଯାଇଥିବା ବେଳେ ରାସ୍ତା କାମକୁ ବିରୋଧୀ କରି ମାଓବାଦୀ ସଂଗଠନ ପକ୍ଷରୁ ବ୍ୟାପକ ପୋଷ୍ଟର ଲଗା ଯାଇଛି । ଭବାନୀପାଟଣା ସଦର ଥାନା ଅଧୀନରେ ୨୦୧୮ ପରେ ମାଓ ସଂଗଠନ ର ଏହା ଏକ ବଡ଼ ହିଂସାକାଣ୍ଡ । ଏହି ରାସ୍ତା କାମ ଭବାନୀପାଟଣା ର ଠିକାଦାର ପ୍ରମୋଦ ପଟନାୟକ କରୁଥିଲେ ବୋଲି ଜଣା ପଡ଼ିଛି । ୨୦୧୮ ଜାନୁଆରୀ ମାସ ରେ ସଦର ଥାନାରେ ନିର୍ମାଣ ଧୀନ ରାଜେଶ ଠାକୁର ଙ୍କ ଠିକା କାମକୁ ବିରୋଧ କରି ପୋଡାଜଳା କରିଥିଲେ ମାଓବାଦୀ । ଆଜିର ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିବା ବେଳେ ଲାଲ ବାହିନୀର ଉପସ୍ଥିତି ପୋଲିସ ପାଇଁ ଚେଲେଞ୍ଜ ସୃଷ୍ଟି କରିଛି । ବିଶେଷ କରି ଏହିରାସ୍ତା କାମ ନିମ୍ନମାନର ଓ ଶ୍ରମିକ ଶୋଷଣ ନୀତିକୁ ମାଓବାଦୀ ମାନେ ବିରୋଧ କରିବା ସହ ଗତ କିଛି ଦିନ ତଳେ କଳାହାଣ୍ଡି ପୁଲିସ ଏହି ମାଓ ସଂଘଠନର ଲାଲଗୁ ନାମକ ଜଣେ ହାର୍ଡ କୋର ମାଓବାଦୀଙ୍କୁ ଗିରଫ କରି ଆତ୍ମସମର୍ପଣ ଦର୍ଶାଇ ଜଣେ ମହିଳା ମାଓବାଦୀ ସହ ବାହା କରାଇ ପୁଲିସ ବାହାବହା ନେବା ଘଟଣାକୁ ମାଓବାଦୀ ମାନେ ନିନ୍ଦା କରିଛନ୍ତି ଓ ପୋଲିସକୁ ଏକ ପ୍ରକାର ଚାଲେଞ୍ଜ କରିଛନ୍ତି । ଆଜିର ଏହି ଘଟଣା ପରେ ପରେ ସିଆରପିଏଫ ଓ ପୋଲିସ ପକ୍ଷରୁ କୁମ୍ବିଂ କୁ ଜୋରଦାର କରାଯାଇଛି ।