ଡଅଁର ପଞ୍ଚାୟତରେ ଘରଘର ବୁଲି ସହାୟତା ରାଶି ବଣ୍ଟନ

ହାଟଡ଼ିହି (ଓ୍ବାଇଏନ୍ଏସ୍) : ସରକାର ଲକଡାଉନ ଘୋଷଣା ସହ ରାସନକାର୍ଡ ଧାରୀ ମାନଙ୍କୁ ମାସିକ ଏକ ହଜାରକରି ସହାୟତା ରାଶି ଘୋଷଣା କରିଥିଲେ । ଏବେ ପ୍ରତ୍ୟେକ ପଞ୍ଚାୟତକୁ ଏହି ରାଶି ଯୋଗାଇ ଦିଆଯିବାପରେ କେଉଁ ପଞ୍ଚାୟତରେ ରାସନ ସାମଗ୍ରୀ ସହିତ ତ ଆଉ କେଉଁ ପଞ୍ଚାୟତରେ ଅଲଗା ଅଲଗା ବଣ୍ଟନ କରାଯାଉଛି । ଆଜି ଡଅଁର ପଞ୍ଚାୟତର ସରପଞ୍ଚ ହିସି ହେମ୍ରମ, ପିଇଓ ରମେଶ ଚନ୍ଦ୍ର ମାଝୀ, ସରପଞ୍ଚଙ୍କ ପ୍ରତିନିଧି ମଦନ ସାନ୍ତାଳ ପ୍ରମୁଖ ସରଳ ମୁଣ୍ଡାସାହି ଆଦିବାସୀ ବସ୍ତିରେ ଘରଘର ବୁଲି ରାସନକାର୍ଡ ଧାରୀ ମାନଙ୍କୁ ଏକହଜାର ଟଙ୍କାର ସହାୟତା ରାଶି ସହିତ, ଦୁଇ ଦୁଇଟି ସାବୁନ, ମାସ୍କ ଆଦି ବଣ୍ଟନ କରିଥିଲେ । ଲୋକମାନେ ସାମାଜିକ ଦୁରତା ରକ୍ଷା କରି ଚଳପ୍ରଚଳ କରିବା ସହିତ ମାସ୍କ ପିନ୍ଧି ଘରୁ ବାହାରକୁ ଆସିବାକୁ ଆଦିବାସୀ ମାନଙ୍କୁ ସଚେତନ କରିବା ସହ କିପରି ସାବୁନରେ ହାତ ଧୋଇବ ସେ ସମ୍ପର୍କରେ ମଧ୍ୟ ଲୋକଙ୍କୁ ବୁଝାଇଥିଲେ । ଗତକାଲି ଏହି ସହାୟତାରାଶି ଆସି ପହଞ୍ଚିଥିବାରୁ ଦୁଇଦିନ ଭିତରେ ପଞ୍ଚାୟତର ସମସ୍ତ ହିତାଧିକାରୀଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ବୋଲି ପିଇଓ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ