ବୁଗୁଡା ବନ ବିଭାଗ ପକ୍ଷରୁ ବାରହା ମାଂସ ସହ ବାଇକ ଜବତ

ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ବନ ବିଭାଗ ପକ୍ଷରୁ ଭାବବନପୁର ସେକସନର ଶାଳିଆପଲ୍ଲୀ ଛକ ନିକଟରୁ ବାରହା ମାଂସ ସହ ଓଆର୨୪-୩୨୧୯ ନମ୍ବର ଏକ ବଜାଜ ବାଇକକୁ ଜବତ କରାଯାଇଥିବା ବେଳେ ଆସାମୀ ଫେରାର ହୋଇଥିବା ଜଣାପଡିଛି। ବୁଗୁଡା ରେଞ୍ଜର ଫକିର ଚରଣ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଭାଗବାନପୁର ବନପାଳ ସୁବ୍ରତ କୁମାର ତ୍ରିପାଠୀ, ବନରକ୍ଷୀ ହେମନ୍ତ କୁମାର ପାତ୍ର ଓ ପରା ଫରେଷ୍ଟର କର୍ମଚାରୀ ବୃନ୍ଦ ଶୁକ୍ରବାର ଦିନ ସକାଳ ସାଢେ ନଅ ଘଣ୍ଟା ସମୟରେ ଶାଳିଆପଲ୍ଲୀ ଛକ ନିକଟରେ ପହଁଞ୍ଚିଥିଲେ। ବନ ବିଭାଗ କର୍ମଚାରୀ ମାନଙ୍କୁ ଦେଖି ବାରହା ମାଂସ ଥିବା ବ୍ୟାଗ ସହ ବଜାଜ ବାଇକକୁ ଛାଡି ଶିକାରୀ ଜଣକ ଦୌଡ଼ି ପଳାଇଥିବା ବେଳେ ବନ ବିଭାଗ ବାରହା ମାଂସ ସହ ବାଇକ୍ ଜବତ କରିଥିଲା। ବୁଗୁଡା ବନାଞ୍ଚଳ ପକ୍ଷରୁ ଏନେଇ ଏକ ୟୁଡି କେଶ ରୁଜୁ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ