ଡକଡିହା ଗ୍ରାମରେ ନୃଶଂସ ହତ୍ୟାକାଣ୍ଡ
ରାଇରଙ୍ଗପୁର : ପୁତୁରାର କୁରାଢ଼ି ମାଡରେ ମାଉସୀ ମୃତ । କୁରାଢି ସାହାଯ୍ୟରେ ବାରମ୍ବାର ପ୍ରହାର କରି ଅତି ନୃଶଂସ ଭାବେ ହତ୍ୟା କରିଛି ପୁତୁରା । ଏପରି ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଡ଼କଡିହା ଗ୍ରାମରେ। ପୁତୁରା ଜଣକ ମାମୁ ଘରକୁ ଆସିଥିବା ବେଳେ ଗତକାଲି ରାତିରେ ଖାଇସାରିବା ପରେ ମାମୁ ଘର ଲୋକେ ଶୋଇଥିବା ଅବସ୍ଥାରେ ପୁତୁରା ଜଣକ ମାଉସୀଙ୍କୁ କୁରାଢ଼ିରେ ଅତି ନୃଶଂସ ଭାବେ ହାଣି ହତ୍ୟା କରିଥିଲେ। ମୃତକ ମାଉସୀ ଜଣକ ସେହି ଗ୍ରାମର ଜାଉନି ନାଏକ ବୋଲି ଜଣାପଡିଛି। ଗତକାଲି ରାତିରେ ମାଉସୀ ଙ୍କୁ ହତ୍ୟା କରିଥିବା ବେଳେ ଆଜି ସକାଳୁ ଲୋକେ ଆସିବାରୁ ଗାଁ ଲୋକ ଓ ସମ୍ପର୍କୀୟଙ୍କୁ ଜୀବନରେ ମାରିଦେବା ନେଇ ହାତରେ କୁରାଢ଼ୀ ଓ ଟାଙ୍ଗିଆ ଧରି ଗୋଡ଼ାଇ ଥିବା ମଧ୍ୟ ସୂଚନା ମିଳିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଅଭିଯୁକ୍ତ ପୁତୁରାଙ୍କୁ ଗିରଫ କରି ହତ୍ୟାକାଣ୍ଡ ରେ ବ୍ୟବହୃତ କୁରାଢି କୁ ଜବତ କରିଛି। ଅଭିଯୁକ୍ତ ପୁତୁରା ଜଣକ ହେଲେ କାନ୍ଦ୍ରା ନାଏକ। ସେପଟେ ହତ୍ୟାକାଣ୍ଡ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତ୍ୟ ଦେହ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି ବହଳଦା ପୋଲିସ।