ଡକାୟତି ଉଦ୍ୟମ କରୁଥିବା ସମୟରେ ବଅଁରପାଳ ପୋଲିସ ଦ୍ବାରା ୬ ଡାକାୟତି ଗିରଫ

ଅନୁଗୋଳ (ଯୁଗାଦ୍ଧ ନିଜ୍ୟୁ)ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଉଳିଗଡ ଜଙ୍ଗଲରେ ଡକାୟତି ଉଦ୍ୟମ କରୁଥିବା ସମୟରେ ବଅଁରପାଳ ପୋଲିସ ହାବୁଡ଼ରେ ପଡି ୬ଡାକାୟତି ଗିରଫ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ବଅଁରପାଳ ଥାନା ଅନ୍ତର୍ଗତ ବଉଳିଗଡ ଜଙ୍ଗଲରେ ୬ ଜଣ ଡକାୟତି ଯୋଜନା କରୁଥିଲେ । ଏହି ୬ ଜଣ ହେଲେ ଦୀପ ନାଏକ (୩୫) ଶିବାଜି ନାଏକ (୩୨) କଣିହାଁ ଥାନା ମସୁଣିହତା ଗ୍ରାମର ହୋଇଥିବା ବେଳେ ଅନୁଗୁଳ ଡେରଙ୍ଗ ଅଞ୍ଚଳର ଅକ୍ଷୟ ନାଏକ (୩୦),କାଶି ନାଏକ (୨୯),ବସନ୍ତ ନାଏକ (୩୦) ଓ ଲିପୁ ନାଏକ (୨୫) । ଏମାନେ ଏକତ୍ର ହୋଇ ବଉଳିଗଡ ଜଙ୍ଗଲ ମଧ୍ୟରେ ଓଡି ୧୯ଏଲ-୨୯୨୭ ଓ ଓଆର ୧୯ ଏଲ -୩୪୯୫ ଦୁଇଟି ବାଇକରେ ଆସି ଏହି ଡକାୟତି ଯୋଜନା କରୁଥିଲେ । ରାତି ପ୍ରାୟ ୨ଟା ବେଳେ ବଅଁରପାଳ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ପୁଲିସକୁ ଦେଖି ଡକାୟତ ମାନେ ଛତ୍ର ଭଙ୍ଗ ଦେଇଥିଲେ । ପୋଲିସ ପଛରୁ ପିଛା କରି ସମସ୍ତ ଡକାୟତଙ୍କୁ କାବୁ କରି ଘଟଣା ସ୍ଥଳରୁ ୨ଟି ମଟର ସାଇକେଲ ଗୋଟିଏ ମାଉଜର, ୩ଟି ଭୁଜାଲି,୨ଟି ଲାଠି,୮ଟି ମୋବାଇଲ ସହ ଗୋଟିଏ ବିୟର ବୋତଲ ଜବତ କରିବା ସହ ସମସ୍ତଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଥିବା ବଅଁରପାଳ ଥାନା ଅଧିକାରୀ କନକ କୁମାର ମାଝୀ ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ