ଡକାୟତି ଯୋଜନା ପଣ୍ଡ ;୬ଗିରଫ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ସହରର ବାଲାବାବା ମଠ ନିକଟ ଗୋବରୀ ନଦୀବନ୍ଧରେ ବିଳମ୍ବିତ ରାତିରେ ବସି ଡକାୟତି ଯୋଜନା କରୁଥିବା ୬ଜଣ ଅଭିଯୁକ୍ତଙ୍କୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ବୁଧବାର ବିଳମ୍ବିତ ରାତିରେ ନାଇଟ ପେଟ୍ରୋଲିଙ୍ଗ କରୁଥିବା ବେଳେ ଟାଉନ ଥାନାର ମହିଳା ସବଇନିସପେକ୍ଟର କାଦମ୍ବିନୀ ପରିଡା ଏକ ଖବର ପାଇ ଗଣାମାହାଲସ୍ଥିତ ବାଲାବାବା ମଠ ସନ୍ନିକଟ ଗୋବରୀ ନଦୀବନ୍ଧରେ ବସି ଡକାୟତି ପାଇଁ ଯୋଜନା କରୁଥିବା ୬ଜଣଙ୍କୁ ଗିରଫ କରିଥିଲେ । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେହି ଅଭିଯୁକ୍ତମାନେ ହେଉଛନ୍ତି ଟାଉନ ଥାନା ଅନ୍ତର୍ଗତ ଗୋପ ଗ୍ରାମର ରମେଶ ସାହୁଙ୍କ ପୁଅ ସତ୍ୟଜିତ ସାହୁ(୨୨), ସେହି ଗ୍ରାମର ନାରାୟଣ ପରିଡାଙ୍କ ପୁଅ ଜ୍ଞାନଦୀପ ପରିଡା(୨୭), ଫକିରାବାଦ ଗ୍ରାମର ସେକ ଓକିଲଙ୍କ ପୁଅ ସେକ ରାହିଲ(୨୧), ମହିପାଳ ଗ୍ରାମର ସ୍ୱର୍ଗତ ରାଜେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ପୁଅ ସାଗର କୁମାର ମହାନ୍ତି(୨୧), ସଦର ଥାନା ଅନ୍ତର୍ଗତ ଗୁଲନଗର ଗ୍ରାମର ଖଗେଶ୍ୱର ଗୋଛାୟତଙ୍କ ପୁଅ କାହ୍ନା ଗୋଛାୟତ(୨୩) ଏବଂ ସେହି ଗ୍ରାମର ହୃଷିକେଶ ପାତ୍ରଙ୍କ ପୁଅ ସନ୍ତୋଷ କୁମାର ପାତ୍ର(୪୦) ବୋଲି ଟାଉନ ଥାନାର ମହିଳା ସବଇନିସପେକ୍ଟର କାଦମ୍ବିନୀ ପରିଡାଙ୍କ ଠାରୁ ସୂଚନା ମିଳିଛି ।