ଡକ୍ଟର ଫକୀର ମୋହନ ନାହାକଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ

ଗଞ୍ଜାମ, (ବିନୋଦ ପଲାଇ):ଭୁବନେଶ୍ୱର କୀଟ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ତିନିଦିନିଆ ନ୍ୟାସନାଲ ମିଡ଼ିଆ କନକ୍ଲେଭର ଉଦଘାଟନି ସମାରୋହରେ ଓଡ଼ିଆ ପ୍ରଫେସର ଡକ୍ଟର ଫକୀର ମୋହନ ନାହାକଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଛି। ପୁସ୍ତକ ଦୁଇଟି ହେଉଛି ” ହେଲଥ କମ୍ୟୁନିକେସନ ଏବଂ ଗାଁ କଥା ” । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୁର୍ବତନ କୁଳପତି ପ୍ରଫେସର ବି.ପି.ସଞ୍ଜୟ ଏବଂ ନ୍ୟାସନାଲ ମିଡ଼ିଆ କନକ୍ଲେଭର ଅଧ୍ୟକ୍ଷ ପ୍ରଫେସର ଉପେନ୍ଦ୍ର ପାଢ଼ୀ ଉଭୟ ପୁସ୍ତକକୁ ଉନ୍ମୋଚନ କରିଛନ୍ତି। ଇଂରାଜୀ ପୁସ୍ତକ ହେଲଥ କମ୍ୟୁନିକେସନ ସ୍ୱାସ୍ଥ୍ୟ ସଂଚାର ବିଷୟ ଉପରେ ଏକ ନୂଆ ବହି। ସମ୍ପ୍ରତି ରାଜସ୍ଥାନର ମଣିପାଲ ୟୁନିଭର ସିଟିର ଜୟପୁରରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟରତ ପ୍ରଫେସର ଫକୀରମୋହନ ନାହାକ ଏବଂ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ପ୍ରଫେସର କମଲଜିତ କୌର ମିଳିତ ଭାବେ ଏହି ପୁସ୍ତକକୁ ରଚନା କରିଛନ୍ତି। ଏହା ସ୍ୱାସ୍ଥ୍ୟ ସଂଚାର କ୍ଷେତରେ କାମ କରୁଥିବା ଛାତ୍ର ଛାତ୍ରୀ, ଗବେଷକ, ଏବଂ କର୍ମଚାରୀଙ୍କ ପାଇଁ ଏକ ଉପାଦେୟ ପୁସ୍ତକ। ସେହିଭଳି ଭାବେ “ଗାଁ ସଂପର୍କୀୟ ବିଭନ୍ନ ଅଙ୍ଗେନିଭା କଥାର ଏକ ସଂକଳନ ହେଉଛି ” ଗାଁ କଥା ” । ଏହା ଫକୀର ମୋହନ ନାହାକଙ୍କ ଚତୁର୍ଥ ଗଳ୍ପ ସଂକଳନ।ହେଲଥ କମ୍ୟୁନିକେସନ ପୁସ୍ତକକୁ ନୂଆଦିଲ୍ଲୀ ସ୍ଥିତ ଜଗରନଟ ପବ୍ଲିକସନ ପ୍ରକାଶ କରିଥିବା ବେଳେ ” ଗାଁ କଥା” ପୁସ୍ତକଟି ପ୍ରକାଶ କରିଛନ୍ତି ଭୁବନେଶ୍ୱର ପଶ୍ଚିମା ପବ୍ଲିକସନ। ପ୍ରଫେସର ଡ଼କ୍ଟର ନାହାକଙ୍କ ଘର ଗଞ୍ଜାମ ବ୍ଳକ ଅନ୍ତର୍ଗତ ହେଚ. ବୁରୁଡ଼ି। ପୂର୍ବରୁ ସେ ବିଭିନ୍ନ ରାଜ୍ୟ ଓ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମରେ ବାର୍ତ୍ତା ସମ୍ପାଦକ ରୂପେ କାର୍ଯ୍ୟକାରୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଜଣେ ସ୍ତମ୍ଭକାର ଭାବେ ନିୟମିତ ତାଙ୍କର ବିଭିନ୍ନ ପତ୍ରପତ୍ରିକାରେ ବାହାରୁଥିବା ଲେଖା ,ଓ ତାଙ୍କର ନିଜସ୍ଵ ଲେଖନୀର ପ୍ରକାଶିତ ହୋଇଥିବା ଉପାଦେୟ ବହୁ ପୁସ୍ତକ ପାଠକଙ୍କ ପାଖରେ ବହୁ ଆଦୃତି ଲାଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ