ରାମଲିଙ୍ଗେସ୍ୱର ମନ୍ଦିର ଜମିରେ ପୁନର୍ବାର କଲ୍ୟାଣ ମଣ୍ଡପ ନିର୍ମାଣକୁ ବିରୋଧ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଏନଏସି ଅନ୍ତର୍ଗତ ଛଅ ନମ୍ବର ବଡ଼ରେ ଓଡ଼ିଆ ଢାମଣା ସାହିର ରାମ ଲିଙ୍ଗେଶ୍ୱର ମନ୍ଦିର ଦଖଲରେ ଥିବା ଜମିଉପରେ ଏନଏସି ପକ୍ଷରୁ ପୁନର୍ବାର କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଯୋଜନା ଆରମ୍ଭ କରାଯିବାକୁ ନେଇ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଯାହାକୁ ନେଇ ସାହି ବାସିନ୍ଦା ତୀବ୍ର ବିରୋଧ କରିବା ସହ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଗଞ୍ଜମ ତହସିଲଦାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଯାହାକୁ ନେଇ ପୁଣି ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ଗତ ୨୦୧୯ ମସିହାରେ ବିଧାୟକ ଶୁଭଦେଇଥିବା ବେଳେ ଏହାକୁ ବିରୋଧ କରିବାରୁ ନିର୍ମାଣ କାର୍ଯ୍ୟ ବନ୍ଦରହିଥଲା। ପରେ କାଉନସିଲର ବଡିର କାର୍ଯ୍ୟକାଳ ସରିବା ପରେ ଦାଇତ୍ଵରେ ପୁନର୍ବାର ଏନଏସି ଦାଇତ୍ଵରେ ଥିବା ପ୍ରଶାସନ ଅଧିକାରୀ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ କାମ ଆରମ୍ଭ କରିବାକୁ ଯାଉଥିବା ବେଳେ ସାହିବାସିନ୍ଦାଙ୍କ ତୀଵ୍ର ବିରୋଧ ଯୋଗୁଁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ପରେ ଉକ୍ତ କଲ୍ୟାଣ ମଣ୍ଡପଟି ଦୁଇ ଓ ଏକ ନମ୍ବର ୱାଡ଼ରେ ମଧ୍ୟରେ ନିର୍ମାଣ ଆରମ୍ଭ ହୋଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବର୍ତ୍ତମାନ ଆଉ ଏକ କଲ୍ୟାଣ ମଣ୍ଡପ ପାଇଁ ଅନୁଦାନ ଆସିଥିବାରୁ ପୁଣି ସେହି ବିବାଦୀୟ ରାମ ଲିଙ୍ଗେଶ୍ୱର ଦଖଲରେ ଥିବା ଜମିଉପରେ ନିର୍ମାଣ ପାଇଁ ପାଇଁ ଏନଏସି ପ୍ରଶାସନ ପକ୍ଷରୁ ମସୁଧା ଆରମ୍ଭ ହୋଇଥିବା ବେଳେ ବିରୋଧ କରୁଛନ୍ତି ସାହି ବାସିନ୍ଦା। ଏନେଇ କାଶୀନାଥ ମହାଙ୍ଗୁଡ଼, ନିରଞ୍ଜନ ପରିଡା,ଦାଶରଥୀ ଦୋରା,ପ୍ରଦୀପ ପଲାଇ, ଅଶୋକ ପରିଡା,ପ୍ରସନ୍ନ ସାହୁ, ଦୀପକ ଦାସ, ଅଭିମନ୍ୟୁ ବେହେରା ପ୍ରମୁଖ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡ଼ାଙ୍ଗୁଆ, ଓ ଗଞ୍ଜାମ ତହସିଲଦାର କୁଞ୍ଜବିହାରି ବଡ଼ଜେନାଙ୍କୁ ଭେଟି ଲେଖିତ ବିରୋଧ କରିଛନ୍ତି। ସେମାନେ ଲିଖିତ ଭାବେ ଦର୍ଶାଇଛନ୍ତି , କଲ୍ୟାଣି ମଣ୍ଡପ ନିର୍ମାଣ ପାଇଁ ଯେଉଁ ସ୍ଥାନ ଚିହ୍ନଟ କରାଯାଇଛି , ତାହା ୭୩ ବର୍ଷରୁ ଉର୍ଦ୍ଧ୍ବ ହେବ ମନ୍ଦିର ଟ୍ରଷ୍ଟରେ ଥିବା ବେଳେ , ହାଇକୋର୍ଟ ନିର୍ମାଣ କାର୍ଯ୍ୟ ନକରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଏହା ନିର୍ମାଣ ହେଲେ ବିଭିନ୍ନ ପ୍ରକାର ଭୋଜି ହେବା , ଶବ୍ଦ ପ୍ରଦୂଷଣ ସହ ମନ୍ଦିରର ଆଧ୍ୟାତ୍ମିକ ପରିବେଶ ନଷ୍ଟ ହେବା ଆଶଙ୍କା ପ୍ରକଟ କରିଛନ୍ତି। ଏନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେମାନେ ଦେଇଥିବା ହାଇକୋର୍ଟରେ କାଗଜପତ୍ର ତର୍ଜମା କରାଯିବା ସହ ତହସିଲଦାରଙ୍କୁ ମଗାଯାଇଥିବା ଉକ୍ତ ଜାଗର ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ