ଡ଼ ଶ୍ରୀଧର ସାମଲଙ୍କୁ ଧ୍ୱନି ପ୍ରତିଧ୍ୱନି \”ଗୀତି କବିତା ସମ୍ମାନ’
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଲବ୍ଧପ୍ରତିଷ୍ଠ ଦୈନିକ ସମ୍ବାଦପତ୍ର ଧ୍ୱନି ପ୍ରତିଧ୍ୱନିର ୩୫ତମ ସ୍ୱନକ୍ଷତ୍ର ଉତ୍ସବରେ ଚଳିତବର୍ଷ ପାଇଁ ସମ୍ମାନଜନକ ଗୀତିକବିତା ସମ୍ମାନ ବିଶିଷ୍ଠ କବି ସମ୍ପାଦକ ତଥା ସାହିତ୍ୟ ସଂଗଠକ ଡ଼ ଶ୍ରୀଧର ସାମଲଙ୍କୁ ପ୍ରଦାନ କରାଯାଇଛି । ଅଧ୍ୟାପକ ଡ଼ ସାମଲଙ୍କ ଦ୍ୱାରା ରଚିତ ଗୀତି କବିତା ସଂକଳନ \”ଆଶାବରୀ’ ପାଇଁ ତାଙ୍କୁ ଏହି ସମ୍ମାନ ବାଲେଶ୍ୱରର ଭେନିଆ ପାରାଡ଼ାଇଜରେ ଏକ ଭବ୍ୟ ସମାରୋହରେ ପ୍ରଦାନ କରାଯାଇଛି । ଡ଼ ସାମଲ ଅଧୁନା କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମୌସୁମୀ ସାହିତ୍ୟ ପରିଷଦ ତଥା ସୃଜନଶୀଳ ସାହିତ୍ୟ ପତ୍ରିକା \”ମୌସୁମୀ’ର ସମ୍ପାଦକ ଭାବରେ ଦାୟିତ୍ୱ ସମ୍ପାଦନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଡ଼ ସାମଲଙ୍କ ଏହି ସଫଳତା ପାଇଁ ବିଭିନ୍ନ ସାରସ୍ୱତ ସଂଗଠନ ତଥା ବ୍ୟକ୍ତି ବିଶେଷ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।