ଡାଇଭର୍ସନ ରୋଡ୍ ରେ ମାଡି ଆସିଲା ପାଣି, ବେଲଗୁଣ୍ଠା-ବାଲିପଦର ଯୋଗାଯୋଗ ବିଚ୍ଛିନ୍ନ

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ଗତ ଚାରିଦିନ ହେବ ଲଗାଣ ବର୍ଷା ଫଳରେ ବେଲଗୁଣ୍ଠା-ବାଲିପଦର ଚଢିଆପଲ୍ଲି ନିକଟରେ ହୋଇଥିବା ଡାଇଭର୍ସନ ରାସ୍ତାଟି ଉପରେ ବୋଡା ନଦୀର ବନ୍ୟାପାଣି ଆଣି ବେଲଗୁଣ୍ଠା-ବାଲିପଦର-ଆସ୍କା ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଅଛି ।ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଗାଡ଼ି ମୋଟର ଯାତାୟତ କରୁଥିବା ବେଳେ ଏପରି ପରିସ୍ଥିତିରେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥିବା ଜଣାପଡିଛି ।ଗତ ୪ ବର୍ଷ ହେବା ବୋଡା ନଦୀ ଉପରେ ସେତୁ କାମ ଚାଲିଥିବା ବେଳେ ମନ୍ଥର ଗତିରେ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।ଫଳରେ ଗତ ଚାରିବର୍ଷ ହେବ ପ୍ରତି ବର୍ଷା ଋତୁରେ କେତେବେଳେ ଡାଇଭର୍ସନ ରାସ୍ତା ଭାଙ୍ଗି ଯାଉଛି ତ ଆଉ କେତେବେଳେ ରାସ୍ତା ଉପରେ ପାଣି ଆସୁଥିବା ଯୋଗୁଁ ଲୋକେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ବେଲଗୁଣ୍ଠା ସହର ଉପରେ ନିର୍ଭର କରୁଥିବା ପ୍ରାୟ ୪୦ରୁ ଅଧିକ ଗାଁକୁ ଏହି ପ୍ରଭାବରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।ବର୍ଷା ବନ୍ଦ ହେଲେ ଏହାର ତୁରନ୍ତ ସମାଧାନ କରି ସେତୁ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମାପ୍ତ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ