ଡାକ୍ତରଖାନା ନେବା ବାଟରେ ଅସୁସ୍ଥ ନାବାଳିକାଙ୍କର ମୃତ୍ୟୁ
ବନ୍ତ,(ଚାନ୍ଦିନୀ ମହାନ୍ତି): ବନ୍ତ ଥାନା ଅଧିନ ଘରପଦା ଗ୍ରାମର ନନ୍ଦିଆ ମୁଣ୍ଡାଙ୍କ ଭାଣିଜୀ କାଳୀ ମୁଣ୍ଡା(୧୬)ଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ନେବା ବାଟରେ ଅସୁସ୍ଥ ଅବସ୍ଥାରେ ମୃତ୍ୟୁ ହୋଇଛି । ପ୍ରକାଶ ଯେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ତୋଡଗାଁ ଗ୍ରାମର ବିର୍ସା ମୁଣ୍ଡାଙ୍କ ଝିଅ କାଳୀ ନିଜ ମାମୁଁ ଘର ଘରପଦା ଗ୍ରାମକୁ ଗତ କିଛି ଦିନ ତଳେ ଆସିଥିଲେ । ଗତ ୫ ଦିନ ତଳେ ତାଙ୍କୁ ଅତ୍ୟଧିକ ଥଣ୍ଡା ହୋଇଯାଇଥିଲା । ମାମୁଁଘର ଲୋକେ ନିକଟସ୍ଥ ବଜାରରୁ ଔଷଧ କିଣି ତାଙ୍କୁ ଦେଇଥିଲେ । ମାତ୍ର ମଙ୍ଗଳବାର ବିଳମ୍ବିତ ରାତ୍ରରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପରେ ତାଙ୍କୁ ଭଦ୍ରକ ନିଆଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ନାବାଳିକାର ମାମୁଁ ନନ୍ଦିଆ ମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।


