ଡାକ୍ତରଙ୍କ ଅବସର ବୟସ ସୀମା ବଢିଲା

ନୂଆଦିଲ୍ଲୀ: ବଢିଲା ଡାକ୍ତରମାନଙ୍କ ଅବସର ଅବଧି। ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ୟୁପି ସରକାର ଡାକ୍ତରମାନଙ୍କ ଅବସର ସୀମାକୁ ବଢାଇ ଦେଇଛନ୍ତି। ରାଜ୍ୟ ସରକାର ଭୋଟରଙ୍କୁ ଜିତାଇବା ପାଇଁ ଅନେକ ପରିବର୍ତ୍ତନ ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶ ସରକାର ଡାକ୍ତରଙ୍କ ଅବସର ଅବଧି ବଢାଇବେ ବୋଲି ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶର ଡାକ୍ତରଙ୍କ ଅବସର ବୟସ ସୀମା ବର୍ତ୍ତମାନର ୬୫ରୁ ୭୦ ବର୍ଷକୁ ବୃଦ୍ଧି ପାଇବ। ଡାକ୍ତରଙ୍କ ଅବସର ବୟସ ବଢାଇବା ପ୍ରସ୍ତାବ ଆସନ୍ତା କ୍ୟାବିନେଟ ବୈଠକରେ ରାଜ୍ୟ ସରକାରଙ୍କଠାରୁ ମିଳିପାରେ। ଉତ୍ତରପ୍ରଦେଶ ମେଡିକାଲ ଶିକ୍ଷା ମନ୍ତ୍ରୀ ସୁରେଶ ଖାନ୍ନା କହିଛନ୍ତି ଯେ ଏହି କୋଭିଡ୍‌ ସମୟରେ ରାଜ୍ୟରେ ଅଧିକ ଅଭିଜ୍ଞତା ଥିବା ଡାକ୍ତରଙ୍କ ଆବଶ୍ୟକତା ରହିଛି।ରିପୋର୍ଟରେ ଦର୍ଶାଯାଇଛି ଯେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ପ୍ରସ୍ତାବରେ ତାଙ୍କ ସମ୍ମତି ଦେଇଛନ୍ତି, ଯାହା ରାଜ୍ୟରେ ରୋଗୀଙ୍କ ସଂଖ୍ୟାରେ ଡାକ୍ତରଙ୍କ ଅନୁପାତରେ ଉନ୍ନତି ଆଣିବାରେ ମଧ୍ୟ ସହାୟକ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ