ଡାକ୍ତର ବାବାଜୀ ଚରଣ ଦାସ ପାଇବେ ଗାନ୍ଧୀ ଗୌରବ ସମ୍ମାନ-୨୦୨୩

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ସ୍ମୃତିରେ ତୃତୀୟ ଗାନ୍ଧୀ ଗୌରବ ସମ୍ମାନ-୨୦୨୩ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ବିଶିଷ୍ଟ ଡାକ୍ତର ତଥା ସମାଜସେବୀ ଡାକ୍ତର ବାବାଜୀ ଚରଣ ଦାସଙ୍କୁ ପ୍ରଦାନ କରାଯିବ ବୋଲି ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଡାକ୍ତର ଦାସଙ୍କ ନାମକୁ ସୁପାରିଶ କରିଛନ୍ତି । ସଂଗ୍ରାମୀ ସ୍ୱର୍ଗତ ପ୍ରଧାନଙ୍କ ଦ୍ୱାରା ଗଠିତ ଏହି ଟ୍ରଷ୍ଟର ବାର୍ଷିକ ଉତ୍ସବ ତଥା ଗାନ୍ଧୀ ମଣିଷ ଦୋଳଗୋବିନ୍ଦଙ୍କ ୯୮ତମ ଜୟନ୍ତୀ ଉତ୍ସବରେ, ଚଳିତମାସ ୨୮ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ବୁଦ୍ଧମନ୍ଦିର ଠାରେ ଡାକ୍ତର ଦାସଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।ଆଜିର ଏହି ବୈଠକରେ ମ୍ୟାନେଜିଙ୍ଗ ଟ୍ରଷ୍ଟି ପ୍ରଫେସର ବୁଦ୍ଧଦେବ ମିଶ୍ର, ଡଃ ବଦ୍ରୀନାଥ ପଟ୍ଟନାୟକ, ସୀତାବଲ୍ଲଭ ମହାପାତ୍ର, ଟ୍ରଷ୍ଟି ଦେବଜାନୀ ରାୟ, ବରୁଣ ରାଜ, ପୁଷ୍ପରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବବର୍ଷ ମାନଙ୍କ ଭଳି ବୃକ୍ଷପୂଜା ଓ ନାରାୟଣ ଭୋଜନ ମଧ୍ୟ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ