ଡାକ୍ତର ବୈଷ୍ଣବ ପରିଡା ଥିଲେ ଦୁଃସ୍ତ ମଣିଷର ଦରଦୀ ବନ୍ଧୁ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ସମଗ୍ର ରାଜ୍ୟର ଜଣେ ସୁନାମଧନ୍ୟ ଚିକିତ୍ସକ ତଥା ନିଃସ୍ୱାର୍ଥପର ଜନସେବକ ଡାକ୍ତର ବୈଷ୍ଣବ ଚରଣ ପରିଡାଙ୍କ ତିରୋଧାନରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ବରିଷ୍ଠ ସମାଜସେବୀ ଭଜକୃଷ୍ଣ ରାଉତଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ଅଗ୍ରଣୀ ସାମାଜିକ ସାରସ୍ୱତ ଅନୁଷ୍ଠାନ ଚେତନା ସମାଜ, ଜିଲ୍ଲା ବିକାଶ ସାମ୍ମୁଖ୍ୟ,ସମ୍ବାଦ ସାହିତ୍ୟ ଘର ଓ ଆହ୍ୱାନ ପକ୍ଷରୁ ମିଳିତ ଭାବେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଅଧ୍ୟାପକ ଅଜୟ ସାମଲ, ଡଃ. ବାସୁଦେବ ଦାସ ଓ ଫକିର ଚରଣ ଖଟୁଆ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଡା. ପରିଡାଙ୍କୁ ଦୁଃସ୍ତ ଜନତାର ଦରଦୀ ବନ୍ଧୁ ରୂପେ ଅଭିହିତ କରି ତାଙ୍କ ବହୁମୂଖୀ ପ୍ରତିଭା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ତାଙ୍କପରି ଅନନ୍ୟ ଜନସେବୀ ଓ ବାଗ୍ମୀ ପୁରୁଷର ବିୟୋଗ ସମଗ୍ର ରାଜ୍ୟ ପାଇଁ ଏକ ଅପୁରଣୀୟ ଶୁନ୍ୟସ୍ଥାନ ସୃଷ୍ଟି କଲା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସ୍ୱପ୍ନାଂଶୁ ଦାସ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଆଦିକନ୍ଦ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ. ଉପେନ୍ଦ୍ର ନାଥ ପ୍ରଧାନ, ରମଣୀରଞ୍ଜନ ରାଉତରାୟ, ବାବାଜୀ ଧଳ, ଆଶିଷ ସେନାପତି, ଅବନ୍ତୀ ବେହେରା, ବସନ୍ତ ସେଠୀ, ରଣଧୀର ଜେନା, ଅବଧୂତ ରାଉତ, ନୃସିଂହ ତ୍ରିପାଠୀ, ରବୀନ୍ଦ୍ର ପ୍ରସାଦ ଜେନା, ସୁରେଶ ପଟ୍ଟନାୟକ, ବୈଷ୍ଣବ ସ୍ୱାଇଁ ପ୍ରମୁଖ ସ୍ମୃତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଅଙ୍ଗୁଳେଇ ଠାରୁ ନେମ୍ବରା ପର୍ଯ୍ୟନ୍ତ ରାସ୍ତାକୁ ତାଙ୍କ ନାମରେ ନାମିତ କରିବା ଓ ସହରର ଏକ ପ୍ରମୁଖ ସ୍ଥାନରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରଶାସନ ନିକଟରେ ଦାବି କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ